ETV Bharat / state

କାମିଆ ଜାନି ବିବାଦ; କଂଗ୍ରେସ କହିଲା କ୍ଷମା ପ୍ରାର୍ଥନା କରୁ ବିଜେଡି

author img

By ETV Bharat Odisha Team

Published : Dec 24, 2023, 10:17 PM IST

Politics Over Kamiya Jani Issue: କାମିଆ ଜାନିଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । କାମିଆ ଜାନି ପ୍ରସଙ୍ଗକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ । ସେପଟେ ଜବାବ ରଖିଲା ବିଜେଡି । ଅଧିକ ପଢ଼ନ୍ତୁ

କାମିଆ ଜାନି ବିବାଦ
କାମିଆ ଜାନି ବିବାଦ

କାମିଆ ଜାନି ବିବାଦ

ଭୁବନେଶ୍ବର: ୟୁ-ଟୁବ୍‌ ବ୍ଲଗର କାମିଆ ଜାନିଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଶ୍ରୀମନ୍ଦିରରେ ଜାନିଙ୍କ ଫୁଡ୍‌ ପ୍ରମୋସନକୁ ନେଇ ବିବାଦ ତେଜିବାରେ ଲାଗିଛି । ଏନେଇ ବିରୋଧୀ ଦଳ ଗୁଡିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଧର୍ମୀୟ ଚିନ୍ତାଧାରାକୁ ନେଇ ରାଜନୀତି ଜାରି ରହିଛି । କାମିଆ ଜାନି ପ୍ରସଙ୍ଗକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ । ସେପଟେ ଜବାବ ରଖିଲା ବିଜେଡି ।

ତେବେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, "ବିଜୁ ଜନତା ଦଳର ନେତା କହୁଛନ୍ତି ଜଗନ୍ନାଥ ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ପାଇଁ କାମିଆଙ୍କୁ ଅଣା ଯାଇଥିଲା । କଂଗ୍ରେସ କହିବାକୁ ଚାହୁଁଛି ମହାପ୍ରସାଦର ପ୍ରଚାର ପ୍ରସାର କାମିଆ ଜାନି କିମ୍ବା ପାଣ୍ଡିଆନ କରି ନାହାନ୍ତି । ହଜାର ହଜାର ବର୍ଷ ଧରି ସମଗ୍ର ବିଶ୍ୱରେ ମହାପ୍ରସାଦକୁ ଲୋକେ ଆଦର କରି ଆସିଛନ୍ତି । ମୃତ୍ୟୁ ବେଳେ ବି ମହାପ୍ରସାଦକୁ ନିର୍ମାଲ୍ୟ ଭାବ ବ୍ୟବହାର କରାଯାଏ ସ୍ୱର୍ଗ ପ୍ରାପ୍ତି ପାଇଁ । ଉତ୍କଳେ ନାହିଁ ନେତାର ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ । ଯେତେବେଳେ ଜଗନ୍ନାଥ ବିଶ୍ୱର ନେତୃତ୍ୱ ନେଉଛନ୍ତି ତାଙ୍କୁ ପ୍ରଚାର ପ୍ରସାର ବା ଚିହ୍ନାଇବାର ଆବଶ୍ୟକ ନାହିଁ । କାମିଆ ଜାନିଙ୍କୁ ଆଣି ଏଭଳି ଏକ ଅପପ୍ରଚାର କରି ଉତ୍କଳର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ବିଜେଡି ଏଭଳି ଭାଣ୍ଡାମି ଛାଡ଼ି କ୍ଷମା ମାଗୁ । ଏଥିରେ ବିଜେପି ମଧ୍ୟ ନିଜର ପକ୍ଷ ବଦଳାଉଛି । ମୋଦି ତାଙ୍କୁ ନେଇ ପ୍ରଚାର କଲେ ଏବଂ ଏଠି ବିରୋଧ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କାମିଆ ଜାନି ବିବାଦ: ବିଜେପି କହିଲା ମହାପ୍ରସାଦ କୌଣସି ରେଷ୍ଟୁରାଣ୍ଟ ଖାଦ୍ୟ ନୁହେଁ

ସେପଟେ କାମିୟା ଜାନି ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ନେତା ସୁଧୀର ସାମଲ କହିଛନ୍ତି, "ଯେତେବେଳେ ରାମ ମନ୍ଦିର ପାଇଁ ଉକ୍ତ ମହିଳାଙ୍କୁ ବିଜେପି ବ୍ରାଣ୍ଡ ଅମ୍ବାସେଟର କରୁଛି ସେତେବେଳେ ହିନ୍ଦୁତ୍ୱ ରଖିହେଉନି । ଯେତେବେଳେ ସିଏ ଶ୍ରୀମନ୍ଦିର ଆସୁଛନ୍ତି ସେତେବେଳେ ସମସ୍ୟା ଉପୁଜୁଛି । ଯେହେତୁ ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ସେମାନେ ଛୋଟ ଛୋଟ ପ୍ରସଙ୍ଗକୁ ନେଇ ସମସ୍ୟା ସୃଷ୍ଟି କରୁଛନ୍ତି । ମନ୍ଦିର ପରିକ୍ରମା ଯାତ୍ରୀମାନଙ୍କ ପାଇଁ ନିର୍ମାଣ କରାଯାଇଛି । ସେମାନେ କେମିତି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ପର୍କିଙ୍ଗ କରିପାରିବେ, ଅଭଡ଼ା ଖାଇପାରିବେ ସେସବୁ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ରଥ ଚଳେଇ ରାଜନୀତି କରୁଥିଲେ । ସିଏ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ । ରାଜନୀତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି ନାହିଁ । ଓଡିଶାବାସୀଙ୍କୁ ମୁରବୀ ଭାବରେ ସିଏ ଶ୍ରୀମନ୍ଦିରର ଉନ୍ନତୀ ମୂଳକ କାର୍ଯ୍ୟ କରୁଛନ୍ତି । କୌଣସି ଅର୍ଥ ନଥାଇ ଏାହକୁ ବିରୋଧୀ ମିଥ୍ୟା ପ୍ରଚାର କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.