ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Lord Jagannath Mangala Alati

By ETV Bharat Odisha Team

Published : May 17, 2024, 6:59 AM IST

thumbnail
Mangala Alati (ETV Bharat Odisha)

Mangala Alati: ପୁରୀ: ଜୟ ଜଗନ୍ନାଥଙ୍କ ସ୍ବାମୀ, ନୟନ ପଥଗାମୀ ଭବଃ ତୁମେ ।  ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ତାଙ୍କର ଦର୍ଶନ ପାଇବାକୁ ପ୍ରତିଦିନ ପୁରୀକୁ ଛୁଟେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ସେ କୋଟି ଓଡିଆଙ୍କ ମଉଡମଣୀ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ନିରାଶାର ଆଶା ସେ ଅନାଥର ନାଥ । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ତାଙ୍କର ଦର୍ଶନ ପାଇଁ  ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ ଶ୍ରୀକ୍ଷେତ୍ରକୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି  ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ବିଶ୍ବାସ ରହିଛି ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ । ପ୍ରତିଦିନ ଶ୍ରୀମନ୍ଦିରକୁ ଦେଶ ତଥା ଦେଶ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.