ଓଡିଶା

odisha

ଡିସେମ୍ବର ପହିଲାରୁ ଡିଜିଟାଲ ରୂପିଜ ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ

By

Published : Nov 29, 2022, 6:07 PM IST

ଡିସେମ୍ବର ପହିଲାରୁ ଡିଜିଟାଲ ରୂପିଜ ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ (RBI announces to lunch digital Rupee on December 1)। ପ୍ରଥମ ପର୍ଯ୍ୟାୟରେ ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ହେବ ପ୍ରଚଳିତ । ଅଧିକ ପଢନ୍ତୁ

ଡିସେମ୍ବର ପହିଲାରୁ ଡିଜିଟାଲ ରିପିଜ ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ
ଡିସେମ୍ବର ପହିଲାରୁ ଡିଜିଟାଲ ରିପିଜ ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ

ହାଇଦ୍ରାବାଦ: ଡିସେମ୍ବର ପହିଲାରୁ ଦେଶରେ ପ୍ରଚଳିତ ହେବ ଡିଜିଟାଲ ରୂପିଜ (e₹-R)। ଆଜି ରିଜର୍ଭ ବ୍ୟାଙ୍କ ଏନେଇ ଘୋଷଣା କରିଛି (RBI announces to lunch digital Rupee on December 1)। ଏହି ଡିଜିଟାଲ୍ ମୁଦ୍ରାକୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (CBDC) ନାମରେ ନାମିତ କରାଯାଇଛି । ଡିସେମ୍ବର ପହିଲାରୁ ଏହା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଲାଭ ପାଇବେ ।

ଇ-ରୂପିଜ (e ₹ -R) ଏକ ଡିଜିଟାଲ୍ ଟୋକନ୍ ଭାବରେ କାମ କରିବ । ଏହା ନୋଟ କିମ୍ବା କଏନର ବିକଳ୍ପ ଭାବେ ତଥା ସାମାନ ମୂଲ୍ୟ ଆଧାରରେ ବ୍ୟବହାର କରାଯାଇ ପାରିବ । ଏହାକୁ ମୁଦ୍ରାର ଡିଜିଟାଲ ରୂପ ମଧ୍ୟ କୁହାଯାଉଛି । ରିଟେଲ୍ସ ଡିଜିଟାଲ କରେନ୍ସି ପାଇଁ ଏହା ରିଜର୍ଭ ବ୍ୟାଙ୍କର ପାଇଲଟ ପ୍ରୋଜେକ୍ଟ ହେବାକୁ ଯାଉଛି । ଏହା ପୂର୍ବରୁ ନଭେମ୍ବର ପହିଲାରେ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ ଟ୍ରାଞ୍ଜାକ୍ସନ ପାଇଁ ଡିଜିଟାଲ ରୂପିଜ ଲଞ୍ଚ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details