ETV Bharat / health

ଅଣ୍ଡା ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, କ'ଣ ଖାଇବା ଅନୁଚିତ ଜାଣନ୍ତୁ - Food Should Be Avoided With Eggs

author img

By ETV Bharat Odisha Team

Published : May 26, 2024, 9:40 PM IST

Food Should Be Avoided With Eggs: ଅଣ୍ଡା ସହ ଏସବୁ ଜିନିଷ ଖାଉଥିଲେ ସାବଧାନ । ଶରୀର ପ୍ରତି କ୍ଷତିକାରକ ହୋଇପାରେ । ଅଣ୍ଡା ସହ କେଉଁ ଖାଦ୍ୟ ଖାଇବା ଅନୁଚିତ ପଢ଼ନ୍ତୁ

ଅଣ୍ଡା ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ
ଅଣ୍ଡା ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ (ETV Bharat Odisha)

ହାଇଦ୍ରାବାଦ: ଅଣ୍ଡା ଖାଇବା କଥା ଆସିଲେ ହିନ୍ଦୀର ଏକ ଉକ୍ତି ମନକୁ ଆସେ "ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ" । ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ କୁହନ୍ତି ଯେ, ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ । ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍, ଫାଇବର ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ବ ରହିଥାଏ । ଯାହା ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଅଣ୍ଡା ସହିତ କିଛି ଖାଦ୍ୟ ପଦାର୍ଥ ଖାଇବା ପାଇଁ ବିଶେଷଜ୍ଞମାନେ ବାରଣ କରିଥାନ୍ତି । ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅଣ୍ଡା ସହିତ ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକରାକ । ତେବେ ଆସନ୍ତୁ ଜାଣିବା ଅଣ୍ଡା ସହିତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ।

ନନ୍‌ଭେଜ୍ ଆଇଟମ୍‌:

ଅନେକ ଲୋକ ଚିକେନ୍, ମଟନ୍ ଏବଂ ମାଛ ପରି ନନ୍‌ଭେଜ୍ ଖାଦ୍ୟ ସହିତ ଅଣ୍ଡା ଖାଇଥାନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହିପରି ଖାଇବା ଉଚିତ ନୁହେଁ । ଅଣ୍ଡା ସହ ଏସବୁ ନନ୍‌ଭେଜ୍‌ ଖାଦ୍ୟ ଖାଇବା ଦ୍ବାରା କିଛି ଲୋକଙ୍କ ହଜମ ପ୍ରକ୍ରିୟା ସମସ୍ୟା ହୋଇପାରେ । ଏହାସହ କିଛି ଲୋକ ଗ୍ୟାସ୍ ଓ ହୃଦଘାତ ଭଳି ଲକ୍ଷଣ ଅନୁଭବ କରନ୍ତି । 2018ରେ 'ଡାଇଜେଷ୍ଟିଭ ଡିଜିଜ୍‌ ଜର୍ଣ୍ଣାଲ'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ମାଛ ଏବଂ ଅଣ୍ଡା ଏକା ସାଙ୍ଗରେ ଖାଆନ୍ତି ସେମାନଙ୍କ ଠାରେ ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ଲକ୍ଷଣ ଦେଖାଯାଏ । ଏହି ଅନୁସନ୍ଧାନରେ ଚାଇନାର ନାନଜିଙ୍ଗ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ଡକ୍ଟର ଜିଆଙ୍ଗ ୱାଙ୍ଗ ଅଂଶଗ୍ରହଣ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, ମାଛ ଏବଂ ଅଣ୍ଡା ଏକାଠି ଖାଇବା ଦ୍ବାରା କିଛି ଲୋକଙ୍କ ପାଖରେ ପେଟ ଫୁଲିବା ଏବଂ ଗ୍ୟାସ ଭଳି ସମସ୍ୟା ଦେଖାଯାଇଥିଲା ।

କଦଳୀ: କିଛି ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇଥାନ୍ତି । ତେବେ ଅଣ୍ଡା ଖାଇବା ପରେ ତୁରନ୍ତ କଦଳୀ ଖାଇବା ଉଚିତ ନୁହେଁ । ଅଣ୍ଡା ଖାଇବାର ଏକ ଘଣ୍ଟା ପରେ କଦଳୀ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କଦଳୀ ଓ ଅଣ୍ଡା ଏକା ସାଙ୍ଗରେ ଖାଇବା ଦ୍ବାରା ଶରୀରରେ ହଜମଜନିତ ସମସ୍ୟା ଦେଖାଦେଇଥାଏ ।

ଚିନି: ଚିନି ସହିତ ଅଣ୍ଡାକୁ ମଧ୍ୟ ଏକା ସହ ଖାଇବା ସ୍ବାସ୍ଥ୍ୟପ୍ରତି କ୍ଷତିକାରକ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଚିନି ସହିତ ଅଣ୍ଡା ଖାଇବା ଦ୍ବାରା ଓଜନ ବୃଦ୍ଧି ପାଇବାର ଆଶଙ୍କା ଅଧିକ ରହିଥାଏ ।

ଚା:ପ୍ରାୟତଃ ଅନେକ ଲୋକଙ୍କ ସକାଳେ ଚା ପିଇବାର ଅଭ୍ୟାସ ଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ସକାଳ ଜଳଖିଆରେ ଅଣ୍ଡା ଖାଇବା ପରେ ତୁରନ୍ତ ଚା ପିଇବା ଉଚିତ ନୁହେଁ । ଚା ଓ ଅଣ୍ଡାକୁ ଏକା ସାଙ୍ଗରେ ଖାଇଲେ ହଜମ ପ୍ରକ୍ରିୟା ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଚିକେନ ଲଭର୍‌ ସାବଧାନ, ଆଦୌ ଖାଆନ୍ତୁ ନାହିଁ ଚିକେନ୍‌ର ଏହି ଅଂଶ ! - Which Chicken Part Is Not To Eat

ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଅଣ୍ଡା ଖାଇବା ପରେ ସୋୟା କ୍ଷୀର ପିଇବା ଉଚିତ ନୁହେଁ । ଏହାସହ ଅଣ୍ଡା ସହିତ ଲହୁଣି ଖାଇବା ଦ୍ବାରା ମଧ୍ୟ ଆମ ଶରୀରରେ ପ୍ରୋଟିନ୍ ସ୍ତର ବୃଦ୍ଧି କରିଥାଏ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଅଣ୍ଡା ସହିତ ଏସବୁ ଖାଦ୍ୟ ଖାଇବା ସମୟରେ ସାବଧାନ ରହିବା ଉଚିତ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.