ETV Bharat / bharat

୮୪ ବର୍ଷୀୟ ବୃଦ୍ଧଙ୍କ ଅଜବ ନିଶା, ସ୍କୁଲରେ ପାଠ ପଢୁଛନ୍ତି ଆୟୁର୍ବେଦିକ ଚିକିତ୍ସକ - Illiterate Ayurvedic Doctor

author img

By ETV Bharat Odisha Team

Published : May 26, 2024, 9:30 PM IST

84-Year-Old Illiterate Ayurvedic Doctor: ମଧ୍ୟପ୍ରଦେଶର ୮୪ ବର୍ଷୀୟ ଆୟୁର୍ବେଦିକ ଚିକିତ୍ସକ ଡ. ପ୍ରକାଶ ଇଣ୍ଡିଆନ ଟାଟା ପୁଣିଥରେ ସ୍କୁଲ ଶିକ୍ଷା ଆରମ୍ଭ କରିଛନ୍ତି । ବିଭିନ୍ନ ପ୍ରସିଦ୍ଧ ଲୋକଙ୍କ ଚିକିତ୍ସା କରିଥିବା ନେଇ ଦାବି କରିଛନ୍ତି ଡ. ପ୍ରକାଶ । ଅଧିକ ପଢନ୍ତୁ

84-Year-Old Illiterate Ayurvedic Doctor
84-Year-Old Illiterate Ayurvedic Doctor (ETV Bharat)

ଭୋପାଳ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ମିଳିବ । ସାଧାରଣତଃ ପ୍ରତ୍ୟେକ ମଣିଷ ନିଜର ବିଧିବଦ୍ଧ ଶିକ୍ଷା ଗ୍ରହଣ କରି ଜୀବିକା ନିର୍ବାହକୁ ଆପଣାଇଥାଏ । କିନ୍ତୁ ନାତି ନାତୁଣୀ ସ୍କୁଲ ଯିବା ବୟସରେ ଜଣେ ୮୪ ବର୍ଷୀୟ ବୟସ୍କ ବ୍ୟକ୍ତି ନିଜର ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ପେଶାରେ ଆୟୁର୍ବେଦ ଚିକିତ୍ସକ ଥିବା ଡ. ପ୍ରକାଶ ଇଣ୍ଡିଆନ ଟାଟା ନିଜର ସ୍କୁଲ ଶିକ୍ଷା ଗ୍ରହଣ କରୁଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନ, ଶ୍ରୀଲଙ୍କାର କ୍ରିକେଟର ସନତ ଜୟସୁରିଆ ଓ ଅନେକ ରାଜନେତା ତଥା ବ୍ୟବସାୟୀମାନଙ୍କର ଚିକିତ୍ସା କରିଥିବା ନେଇ ଦାବି କରିଛନ୍ତି ପ୍ରକାଶ ।

84-Year-Old Illiterate Ayurvedic Doctor (ETV Bharat)

ଡ. ପ୍ରକାଶ ଇଣ୍ଡିଆନ ଟାଟା କହିଛନ୍ତି, "ସେ କେବେ ବି ପାଠ ପଢିବା ପାଇଁ ସ୍କୁଲ ଯାଇନାହାଁନ୍ତି । କାରଣ ୫ ବର୍ଷର ହୋଇଥିବା ବେଳେ ସେ ନିଜର ଗୁରୁଙ୍କ ଅମରକଣ୍ଟକ ସ୍ଥିତ ଆଶ୍ରମକୁ ଯାଇଥିଲେ ଓ ସେ ଆୟୁର୍ବେଦ ସମ୍ବନ୍ଧରେ ୨୦ ବର୍ଷ ଧରି ଜ୍ଞାନ ଅର୍ଜନ କରିଥିଲେ । ଏହା ପରେ ସେ ଛିନ୍ଦୱାଡାର କୋୟଲାଞ୍ଚଳରେ ୪ ଟି ସ୍ଥାନରେ କ୍ଲିନିକ ଖୋଲି ଚିକିତ୍ସା ଆରମ୍ଭ କରିଥିଲେ ।"ଦେଶ ବିଦେଶରୁ ଅନେକ ଲୋକଙ୍କର ସେ ଚିକିତ୍ସା କରିଥିବା ନେଇ ଦାବି କରିଛନ୍ତି । ଶ୍ରୀଲଙ୍କାର ଷ୍ଟାର ବ୍ୟାଟ୍ସମ୍ୟାନ ସନତ ଜୟସୁରିଆଙ୍କ ଗୋଡରେ ଯନ୍ତ୍ରଣା ଥିଲା । ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି ସେ ସୁସ୍ଥ ହୋଇ ନଥିଲେ । ଏହା ପରେ ଭାରତୀୟ ପୂରବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପରାମର୍ଶ କ୍ରମେ ଜୟସୁରିଆ ଡ. ପ୍ରକାଶଙ୍କ ସହିତ ଯୋଗାଯୋଗ କରିଥିଲେ । ତାଙ୍କ ଚିକିତ୍ସା ପାଇଁ ଡ. ପ୍ରକାଶ ଶ୍ରୀଲଙ୍କା ଯାଇଥିଲେ ଓ ଜୟସୁରିଆ ଶେଷରେ ସୁସ୍ଥ ହୋଇଥିଲେ ବୋଲି କହିଛନ୍ତି ଡ. ପ୍ରକାଶ ।

ଏହା ମଧ୍ୟ ପଢନ୍ତୁ ... ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଏବେ APPରୁ ବୁକ୍‌ କରିପାରିବେ କୁଲି - Collie Service Online Booking

ଡ. ପ୍ରକାଶ କହିଛନ୍ତି, "ସେ ଶିକ୍ଷିତ ନୁହଁନ୍ତି । ଯେବେ ସେ ବିଦେଶକୁ ଯାଆନ୍ତି ଲୋକ ତାଙ୍କ ପରିହାସ କରିଥାନ୍ତି । ତେଣୁ ସେ ନିଜର ଶିକ୍ଷାକୁ ପୁଣି ଥରେ ଆରମ୍ଭ କରିବାକୁ ଚାହିଁଥିଲେ । ବୟସର ବାଧାକୁ ନମାନି ସେ ମଧ୍ୟ ପ୍ରଦେଶରେ ପଞ୍ଚମ ଶ୍ରେଣୀ ଓପନ ବୋର୍ଡ ପରୀକ୍ଷା ଦେଇଥିଲେ । ବର୍ତ୍ତମାନ ସେ ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି । ଆଗାମୀ ଦିନରେ ସେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଯୋଜନା ଥିବା କଥା କହିଛନ୍ତି । ପୌରପାଳିକା ଅନୁସାରେ ସେ ୧୯୪୦ରେ ଜନ୍ମ ହୋଇଥିବା ବେଳେ ବିଭିନ୍ନ ଡକ୍ୟୁମେଣ୍ଟରେ ସେ ୧୯୫୫ ରେ ଜନ୍ମିତ ବୋଲି ଦର୍ଶାଯାଇଛି । ଦୀର୍ଘାୟୁ ଜୀବନକୁ କେବଳ ଆୟୁର୍ବେଦର କମାଲ ବୋଲି କହିଛନ୍ତି ପ୍ରକାଶ । ତାଙ୍କ ଅସଲ ନାଁ ପ୍ରକାଶ ବିଶ୍ବ ଶର୍ମା ହୋଇଥିବା ବେଳେ ଅମର କଣ୍ଟକ ଆଶ୍ରମରେ ରହିବା ସମୟରେ ତାଙ୍କର ଗୁରୁ ଅମ୍ରିତ ପ୍ରସାଦ ତିୱାରୀ ତାଙ୍କୁ ଏହି ନାମ ଦେଇଥିଲେ । ନିଜର ଆୟୁର୍ବେଦିକ ଚିକିତ୍ସା ଫଳରେ ସେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ଜୁଲାଇ ମାସରେ ତାଙ୍କୁ ୟୁନିଭର୍ସିଟି ଅଫ ଆମେରିକା ସମ୍ମାନ ଜନକ ଡକ୍ଟରେଟ ଡିଗ୍ରୀ ଦେବାକୁ ସ୍ଥିର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.