ETV Bharat / bharat

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଏବେ APPରୁ ବୁକ୍‌ କରିପାରିବେ କୁଲି - Collie service online Booking

author img

By ETV Bharat Odisha Team

Published : May 26, 2024, 5:39 PM IST

COLLIE SERVICE ONLINE BOOKING: ଏଣିକି ଯାତ୍ରା ସମୟରେ ଭାରି ସାମଗ୍ରୀ ନେଇ ଯାଉଥିଲେ ହୋଇଯାଆନ୍ତୁ ଚିନ୍ତାମୁକ୍ତ । ଏବେ ଆପ୍‌ରୁ ବୁକ୍‌ କରିପାରିବେ କୁଲି । ଅଧିକ ପଢନ୍ତୁ

COLLIE SERVICE ONLINE BOOKING
COLLIE SERVICE ONLINE BOOKING (ETV Bharat)

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ଖୁସି ଖବର । ଏଣିକି ଭାରି ଲଗେଜ୍‌ ନେଇ ଯାଉଥିଲେ ହୋଇଯାଆନ୍ତୁ ଟେନସନ୍‌ ଫ୍ରି । ଆପଣଙ୍କ ସମସ୍ୟା ଦୂର କରିବାକୁ ଯାଉଛି କୁଲିୱାଲା ଆପ୍‌ (CoolieWala App) । ଏଣିକି ଆପଣ ଅନଲାଇନରେ କରିପାରିବେ କୁଲି ବୁକିଂ । ଫଳରେ ସଠିକ ସମୟରେ ସଠିକ ସ୍ଥାନରେ ଆପଣଙ୍କୁ ମିଳିଯିବ କୁଲି । ଏହାଦ୍ବାରା ନା ଯେ କେବଳ କୁଲିମାନଙ୍କୁ ରୋଜଗାର ମିଳିବ ଏହାସହିତ ସୁଲଭ ମୂଲ୍ୟରେ ଆପଣ ନିଜ ହିସାବରେ କୁଲିକୁ ଚୟନ କରିପାରିବେ ।

ବେଳେବେଳେ ଷ୍ଟେସନ ଗୁଡ଼ିକରେ ସଠିକ ସମୟରେ କୁଲି ମିଳିନଥାନ୍ତି । ଏଣୁ ଯାତ୍ରୀମାନେ ଭାରି ସାମଗ୍ରୀ ଧରି ଯାତ୍ରା କରିବାକୁ ବିରକ୍ତି ପ୍ରକାଶ କରୁଥିବା ବେଳେ ଚିନ୍ତାଗ୍ରସ୍ତ ମଧ୍ୟ ହୋଇପଡ଼ନ୍ତି । ଛାତ୍ରୀମାନଙ୍କ ଏଭଳି ସମସ୍ୟାକୁ ଆଖି ଆଗରେ ରଖି ପୂର୍ବତଟ ରେଳବାଇର ବାରଣାସୀ କ୍ଷେତ୍ର ପକ୍ଷରୁ ଏହି ନିଆରା ଆପ୍‌ ଲଞ୍ଚ ହେବାକୁ ଯାଉଛି । ଯାହାର ନାମ ରଖାଯାଇଛି କୁଲିୱାଲା ଆପ୍‌ । ଏହି ଆପ୍‌ ଜରିଆରେ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ନିଜ ପକେଟକୁ ସୁହାଇବା ଭଳି କୁଲିଙ୍କୁ ବୁକ୍‌ କରିପାରିବେ । ଯାତ୍ରୀ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସେଠାରେ ଉପସ୍ଥିତ ରହିଥିବେ କୁଲି ।

ଏହା ବି ପଢନ୍ତୁ- ରେଳ ଧାରଣାରେ କାହିଁକି ପଡ଼ିଥାଏ ଛୋଟ ପଥର ଖଣ୍ଡ ? ଜାଣିନାହାନ୍ତି 90% ଲୋକ

ପୂର୍ବତଟ ରେଳବାଇର ବାରଣାସୀ କ୍ଷେତ୍ର ପକ୍ଷରୁ ଏହି ଆପ୍‌ ବିକଶିତ କରାଯାଉଛି । ଏହା ଉପରେ କାମ ଜାରି ରହିଛି । ଏହି ଆପ୍ ସାହାଯ୍ୟରେ ଆପଣ ଘରେ କିମ୍ବା ଯାତ୍ରା ସମୟରେ କୁଲି ବୁକ୍ କରିପାରିବେ । ଷ୍ଟେସନରେ ପହଞ୍ଚିବା ପରେ ଆପଣ ଉକ୍ତ କୁଲିଙ୍କୁ ଭେଟିବେ । ଲୋକଙ୍କ ସୁବିଧା ପାଇଁ ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ । ଏନେଇ ରେଳ ଅଧିକାରୀ କହିଛନ୍ତି, "ଏହି ଆପ ଲଞ୍ଚ ହେବା ପରେ ଯାତ୍ରୀମାନଙ୍କ ପାଇଁ ଯାତାୟାତ ଆହୁରି ସହଜ ହେବ । ଏକ ପୋର୍ଟର ବା କୁଲି ଖୋଜିବା ପାଇଁ ସେମାନଙ୍କୁ ସେମାନଙ୍କର ସାମଗ୍ରୀ ଛାଡିବାକୁ ପଡିବ ନାହିଁ । ଷ୍ଟେସନ ପରିସରରେ ପହଞ୍ଚିବା ମାତ୍ରେ ବୁକିଂ ସମୟରେ ବାଛିଥିବା କୁଲି ମିଳିଯିବେ ।"

ଏପରି କାମ କରିବ ଆପ୍‌:- ରେଳେ ଅଧିକାରୀଙ୍କ କହିବାନୁସାରେ, ଏହି ଆପ୍‌ର ଏବେ ପରୀକ୍ଷଣ ଚାଲିଛି । ଏହି ଆପ୍‌ରେ ବନାରସ କ୍ୟାଣ୍ଟ, ସିଟି ଷ୍ଟେସନ ସମେତ ଅନ୍ୟ ଷ୍ଟେସନରେ କାର୍ଯ୍ୟରତ କୁଲିଙ୍କ ନାମ, ମୋବାଇଲ ନମ୍ବର, କୁଲିଙ୍କ ସଂଖ୍ୟା, ଭଡ଼ା ଆଦିର ତଥ୍ୟ ରହିବ । ଏହି ଆପ୍‌ ଜରିଆରେ କୁଲି ବୁକିଂ କରିବା ଲାଗି ଯାତ୍ରୀଙ୍କୁ ନିଜ PNR ନମ୍ବର ଦେବାକୁ ପଡ଼ିବ । ଏହାବାଦ ମୋବାଇଲ ନମ୍ବର, ନିଜ ନାମ, ଷ୍ଟେସନର ନାମ ଓ ନିର୍ଦ୍ଦିଷ୍ଟ ସ୍ଥାନର ତଥ୍ୟ ଦେବାକୁ ହେବ। ଏହାପରେ ଯାତ୍ରୀ ଅନଲାଇନ ପେମେଣ୍ଟ ଆପ୍‌ ଯେପରିକି ଗୁଗଲ ପେ, ଫୋନ ପେ, ପେଟିଏମ, ଡେବିଟ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରିପାରିବେ ।

କୁଲି ପାଖକୁ ଯିବ କଲ୍‌ ବା ମେସେଜ:- ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ଯାତ୍ରୀ ଜଣକ ଏହି ଆପ୍‌ରେ ସଫଳତାର ସହିତ ବୁକିଂ କରିବା ପରେ କୁଲିଙ୍କ ନିକଟକୁ ଆପେ ଆପେ ଏକ ଫୋନକଲ୍‌ ବା ମେସେଜ ଯିବ । ଏହାପରେ ଯାତ୍ରୀଙ୍କ ନିକଟରେ ପହଞ୍ଚିପାରିବ କୁଲି । ଏହି ଆପ୍‌ରୁ ଅନ୍ୟ ଏକ ଫାଇଦା ହେବ ଯେ କୁଲି ଅତିରିକ୍ତ ଅର୍ଥ ମାଗିପାରିବ ନାହିଁ । କାରଣ ସର୍ବଦା ଯାତ୍ରୀମାନେ ଏପରି ସମସ୍ୟାର ସମାଧାନ ହୁଅନ୍ତି । ଯାହାକି ଏବେ ଦୂର ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.