ETV Bharat / bharat

ଯୋଗୀରାଜରେ ଆତଙ୍କରାଜ, ମଦ ପିଇବାକୁ ମନା କରିବାରୁ ଯୁବକଙ୍କୁ ଛାତରୁ ଠେଲିଦେଲେ - Young Man Thrown From Roof

author img

By ETV Bharat Odisha Team

Published : May 26, 2024, 9:45 PM IST

Youth Thrown From Terrace In Lucknow: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଯୁବକଙ୍କୁ କିଛି ଅସାମାଜିକ ବ୍ୟକ୍ତିମାନେ ଛାତ ଉପରୁ ଚଳକୁ ଫୋପାଡି ମାରପିଟ କରିଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିିଛି କଂଗ୍ରେସ । ଅଧିକ ପଢନ୍ତୁ

Youth Thrown From Terrace In Lucknow
Youth Thrown From Terrace In Lucknow (ETV Bharat)

ଲକ୍ଷ୍ନୌ: ଯୋଗୀରାଜରେ ଅସାମାଜିକ ଲୋକଙ୍କର ଉତ୍ପାତ । ଯୁବକଙ୍କୁ ଛାତରୁ ତଳକୁ ଫିଙ୍ଗିଲେ ଦୁର୍ବୃତ୍ତ । ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏଭଳି ଅମାନୁଷିକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ । ଲକ୍ଷ୍ନୌର ମଦେନଗଞ୍ଜ ଅଞ୍ଚଳରେ ରଘୁବଂଶୀ ବିଲ୍ଡିଂରେ ପୀଡିତ ଯୁବକ ରଞ୍ଜିତଙ୍କର ତେଜରାତି ଦୋକାନ ଅଛି । ଅଭିଯୋଗ ଅନୁସାରେ ଉକ୍ତ ଅଞ୍ଚଳରେ ରହୁଥିବା ନିକ୍କି, ସାକେତ ଓ ଅମିତ ପ୍ରତି ଦିନ ରାସ୍ତାରେ ମଦ ପିଇ ହଙ୍ଗାମା କରନ୍ତି । ଯେବେ କେହି ସେମାନଙ୍କୁ କିଏ ବାରଣ କରେ ସେ ଝଗଡା କରିଥାନ୍ତି । ପୂର୍ବରୁ ରଞ୍ଜିତ ସେମାନଙ୍କୁ ଏନେଇ ବାରଣ କରିଥିଲେ, ଯେଉଁଥି ପାଇଁ ସେମାନେ ରଞ୍ଜନ ଉପରେ ରାଗ ରଖିଥିଲେ । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ସନ୍ଧ୍ୟା ବେଳେ ଅଭିଯୁକ୍ତ ମାନେ ରଞ୍ଜିତଙ୍କ ଘରକୁ ଆସିଥିଲେ । ସେମାନେ ରଞ୍ଜିତର ଘର ଛାତ ଉପରେ ମଦ ପିଇବା ପାଇଁ ଜିଦ ଧରିଥିଲେ । ରଞ୍ଜିତ ଏଥିପାଇଁ ମନା କରିଦେବାରୁ ସେଠାରୁ ସେମାନେ ଚାଲିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ... 'ମୋତେ ଦୁଷ୍କର୍ମ ହତ୍ୟା ଧମକ ମିଳୁଛି', ଧ୍ରୁବ ରାଠିଙ୍କୁ ଟାର୍ଗେଟ କଲେ ସ୍ବାତୀ - Swati Maliwal Blames Dhruv Rathee

ପୁଣି ରାତି ୧୨ଟା ସମୟରେ ଘରକୁ ଆସି କବାଟ ଖୋଲିବାକୁ କହିଥିଲେ ଦୁର୍ବୃତ୍ତ । କିନ୍ତୁ ରଞ୍ଜିତ ସେମାନଙ୍କୁ ଛାତ ଉପରୁ ହିଁ କବାଟ ଖୋଲିବାକୁ ମନା କରିଦେଇଥିଲେ । ଫଳରେ ଉତ୍ତ୍ୟକ୍ତ ହୋଇ କିଛି ଲୋକ ଘର ଛାତ ଉପରକୁ ଚଢି ଆସିଥିଲେ । ସେମାନେ ରଞ୍ଜିତଙ୍କୁ ତଳକୁ ଫୋପାଡିଦେଇଥିଲେ ଓ ତଳେ ନିର୍ଦ୍ଧୁମ ମାଡ ମାରିଥିଲେ । ଏହି ଆକ୍ରମଣର ଭିଡିଓକୁ ରେକର୍ଡ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ପୋଲିସ ମାମଲା ରୁଜୁ କରି ଉକ୍ତ ଯୁବକ ମାନଙ୍କୁ ଗିରଫ କରିଛି ।

ଏହି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆ ଏକସରେ ପୋଷ୍ଟ କରି କଂଗ୍ରେସ ଯୋଗୀ ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ ଲେଖିଛି, " ଏହି ଦୃଶ୍ୟ ରାଜ୍ୟର ରାଜଧାନୀ ଲକ୍ଷ୍ନୌର ଅଟେ, ଯେଉଁଠାରେ ପୂରା ପ୍ରଦେଶର ଆଇନ ବ୍ୟବସ୍ଥା ପରିଚାଳନା କରାଯାଏ । ଏଠାରେ ଅପରାଧୀ ମାନେ ଖୁଲମ ଖୁଲା ଅପରାଧ ଭିଆଉଛନ୍ତି । କାଲି ଜଣେ ପୂର୍ବତନ ଆଇଏଏସଙ୍କ ପତ୍ନୀଙ୍କ ନିର୍ମମ ହତ୍ୟା ହୋଇଥିବା ବେଳେ ଏବେ ଦୁର୍ବୃତ୍ତ ମାନେ ଜଣେ ଯୁବକଙ୍କୁ ଛାତ ତଳକୁ ଫୋପାଡିବା ଭଲି ଘଟଣା ସାମନାକୁ ଆସିଛି । ତଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ମାଡ ମରାଯାଉଛି । ରାଜଧାନୀରେ ଏଭଳି ଘଟଣା ନିତିଦିନିଆ କଥା ହେଲାଣି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜିଛନ୍ତି । ଆଦିତ୍ୟନାଥ ଜୀ ଆପଣଙ୍କ ଦ୍ବାରା ଯଦି ଶାସନ ସମ୍ଭାଳି ପାରୁନନାହାନ୍ତି ତେବେ ଆପଣ କାହିଁକି ଇସ୍ତଫା ଦେଇ ଦେଉ ନାହାଁନ୍ତି ।" ରାଜ୍ୟର ଜନତାଙ୍କୁ କାହିଁକି ନର୍କ କୁ ଠେଲୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.