ETV Bharat / politics

ରାଜ୍ୟ ସରକାର କରିଥିବା ସବୁ ଦୁର୍ନୀତିର ଗୁମର ଫିଟାଇବ ବିଜେପି ସରକାର: କେଭି ସିଂହଦେଓ - BJP Press Meet

author img

By ETV Bharat Odisha Team

Published : May 26, 2024, 9:15 PM IST

BJP Press Meet: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପୂର୍ଣ୍ଣ ରୂପେ ବିଜେପି ସପକ୍ଷରେ ଯାଇଥିବା ଦୃଢୋକ୍ତି ବାଢ଼ିଲେ କେଭି ସିଂହଦେଓ । କହିଲେ ୨୫ ବର୍ଷରେ ୨୪ଟି ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି ସରକାର । ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet (ETV Bharat Odisha)

ଭୁବନେଶ୍ବର: ୨୫ ବର୍ଷରେ ୨୪ଟି ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି ସରକାର । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଏଥର ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି କନକବର୍ଦ୍ଧନ ସିଂହଦେଓ । ସେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି । ଏହା ସହିତ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମ୍ପୂର୍ଣ୍ଣ ରୂପେ ବିଜେପି ସପକ୍ଷରେ ଯାଇଥିବା ସେ ଦୃଢୋକ୍ତି ବାଢ଼ିଛନ୍ତି ।

BJP Press Meet (ETV Bharat Odisha)

ସେ କହିଛନ୍ତି, "ବିଜେଡି ଶାସନକାଳରେ ଯେଉଁ ସବୁ ତଦନ୍ତ କମିଶନ ବସିଛି, ସେ ସବୁ ରିପୋର୍ଟକୁ ଚାପି ଦେଇଛନ୍ତି ସରକାର । ଯଦିଓ ଏସବୁ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ କମିଶନ ଗୁଡିକର ରିପୋର୍ଟ ସାର୍ବଜନୀନ କରିବ । ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ ଲୋକଙ୍କ ପାଖରେ ପହଞ୍ଚାଯିବ । ଖଣି ଦୁର୍ନୀତି ତଦନ୍ତ ରିପୋର୍ଟକୁ ଖୋଲିବୁ । ୨୫ ବର୍ଷ ଭିତରେ ରାଜ୍ୟ ସରକାର କରିଥିବା ସବୁ ଦୁର୍ନୀତିର ଗୁମର ଫିଟାଇବ ବିଜେପି । ଏହାସହ ୩ ମାସରେ ଚିଟଫଣ୍ଡ ତଦନ୍ତ ରିପୋର୍ଟ ବି ଲୋକଲୋଚନକୁ ଆଣିବୁ ଏବଂ ଟଙ୍କା ଫେରାଇବାର ବ୍ୟବସ୍ଥା କରିବ ବିଜେପି । ଆଗରୁ ମଧ୍ୟ ବିଜେପି ରାଜ୍ୟ ସଭାପତି କହିଛନ୍ତି, ବିଜେପି ସରକାରକୁ ଆସିଲେ ରାଜ୍ୟବାସୀଙ୍କୁ ଚିଟଫଣ୍ଡ ଟଙ୍କା ତୁରନ୍ତ ଫେରାଇବ ବିଜେପି । ରତ୍ନଭଣ୍ଡାର ଚାବି ତୁରନ୍ତ ଖୋଲିବୁ । ଲୋକମାନଙ୍କ ଦ୍ଵନ୍ଦ୍ବ ଦୂର କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜୁ ଜନତା ଦଳ ପୁଣିଥରେ ଓଡ଼ିଶାରେ ସରକାର କରିବାକୁ ଯାଉଛି: ସସ୍ମିତ - SASMIT PATRA ON 3RD PHASE VOTING

ସେହିପରି ରାଜ୍ୟର ତୃତୀୟ ପର୍ଯ୍ୟାୟ ନର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଥିବା ଦୃଢୋକ୍ତି ବାଢ଼ିଛନ୍ତି କେଭି ସିଂହଦେଓ । ସେ କହିଛନ୍ତି, "ରାଜ୍ୟରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଓଡ଼ିଶାର ସାଧାରଣ ନାଗରିକ ସରକାର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜନମତରୁ ସ୍ପଷ୍ଟ ଜଣାପଡୁଛି । ଜୁନ ୧୦ରେ ବିଜେପି ସରକାର ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ପୁଅ କିମ୍ବା ଝିଅ ହେବେ, ଏଥିରେ କୌଣସି ଦ୍ବିମତ ନାହିଁ । ନୂତନ ଭୋଟର, ଯୁବପିଢ଼ି ତଥା ମାତୃଶକ୍ତି ଉତ୍ସାହର ସହ ମତଦାନ ସାବ୍ୟସ୍ତ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ୬ଟି ଲୋକସଭା ସମ୍ପୂର୍ଣ୍ଣ ରୂପେ ବିଜେପି ଜିତୁଛି । ଲୋକଙ୍କ ଉତ୍ସାହରୁ ସ୍ପଷ୍ଟ ହେଉଛି, ଓଡ଼ିଶାରେ ବିଜେପି ସରକାର ସୁନିଶ୍ଚିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.