ହାଇଦ୍ରାବାଦ: ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁରକ୍ଷାରେ ପୁଣି ବିଭ୍ରାଟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଠାବ ହେଲା ଅଜଣା ଡ୍ରୋନ । ଭବଲାରେ ପ୍ରଧାନମନ୍ତ୍ରୀ ସାମିଲ ହେବାକୁ ଥିବା ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ନୋ-ଫ୍ଲଇଂ ଜୋନ ଘୋଷଣା କରାଯାଇଥିଲା । ତେବେ କିଛି ସ୍ଥାନୀୟ ଯୁବକ ଏହି ଡ୍ରୋନ ଉଡାଇଥିବା ଜଣାପଡିଛି । ଡ୍ରୋନଟି ଦୃଶ୍ୟମାନ ହେବା ପରେ ତୁରନ୍ତ ତାକୁ ଗୁଳି କରି ଏନଏସଜି ଯବାନମାନେ ଗୁଳି କରି ଖସାଇଥିଲା ।
ଘଟଣାରେ 3 ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନେ ନିକୁଲ ରମେଶ ଭାଇ ପରମାର, ରାକେଶ କଲୁଭାଇ ଭାର୍ବଦ ଓ ରାଜେଶ କୁମାର ମଙ୍ଗିଲାଲ ପ୍ରଜାପତି ବୋଲି ଚିହ୍ନଟ ହୋଇଛନ୍ତି । ସେମାନେ କାର୍ଯ୍ୟକ୍ରମରେ ଭିଡିଓ ଫୁଟେଜ ସଂଗ୍ରହ କରିବା ପାଇଁ ଡ୍ରୋନ ଉଡାଇଥିବା କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଯୁବକମାନେ କିପରି ଡ୍ରୋନ ଉଡାଇବାରେ ସଫଳ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated :Nov 24, 2022, 10:00 PM IST