ଓଡିଶା

odisha

Nagaland Firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

By

Published : Dec 6, 2021, 10:19 PM IST

Nagaland fireing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି
Nagaland firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

ନାଗାଲାଣ୍ଡ ଗୁଳିକାଣ୍ଡ ପରେ ଜୋର ଧରୁଛି Armed Forces Special Powers Act (AFSPA) ପ୍ରତ୍ୟାହାର ଦାବି । ଦାବି କଲେ ନାଗାଲାଣ୍ଡ ଓ ମେଘାଳୟର ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ କଲେ ମାନବାଧିକାର କର୍ମୀ ଓ ନାଗାଲାଣ୍ଡବାସୀ । ଅଧିକ ପଢନ୍ତୁ

କୋହିମା: ସୁରକ୍ଷା ବଳର ଭୁଲ ରଣନୀତି ପାଇଁ ନାଗାଲାଣ୍ଡରେ ୧୪ ସାଧାରଣ ନାଗରିକଙ୍କ ଦୁଖଃଦ ମୃତ୍ୟୁ ପରେ ଉତ୍ତର-ପୂର୍ବ ରାଜ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଜି ନାଗାଲାଣ୍ଡ, ମେଘାଳୟର ମୁଖ୍ୟମନ୍ତ୍ରୀ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା Armed Forces Special Powers Act (AFSPA) ରଦ୍ଦ କରିବାକୁ ଦାବି କରିଛନ୍ତି । ଏହି ଅଘଟଣରେ ଅସନ୍ତୋଷ ପ୍ରକାଶ କରି ନାଗାଲାଣ୍ଡ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ 1958 ମସିହାରେ ପ୍ରଣିତ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ ରଦ୍ଦ କରି ଟ୍ବିଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହି ଘଟଣା ପରେ AFPSA କୁ ଏକ ଡ୍ରାକୋନିଆନ୍ ଆଇନ ବୋଲି ବିବେଚନା କରି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନିଫି ରିଓ କହିଛନ୍ତି, ଯେ ଏହା ସମଗ୍ର ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି । ସେ ଏହାର ପ୍ରତ୍ୟାହାର ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଓ ଗୃହମନ୍ତ୍ରୀ ଶାହ ଏହା ଉପରେ ଗୁରୁତ୍ବର ସହ ବିଚାର କରୁଥିବା ମଧ୍ୟ କହିଛନ୍ତି ନିଫି ରିଓ । ସେହିପରି ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ମଧ୍ୟ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର ଶକ୍ତି) ଅଧିନିୟମ 1958 ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ରଦ୍ଦ କରାଯାଉ ବୋଲି ଦାବି କରିଛନ୍ତି । ଏନେଇ ସେ ମଧ୍ୟ ଟ୍ବିଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏପରି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଥିବା ବେଳେ ଦିଲ୍ଲୀରେ ସ୍ବେଚ୍ଛାସେବୀ, ମାନବାଧିକାର କର୍ମୀ ଓ ନାଗାଲାଣ୍ଡ ସମେତ ଉତ୍ତର ପୂର୍ବ ଅଧିବାସୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ପ୍ରତିବାଦ କରିଛନ୍ତି । ସେହିପରି ଘଟଣାକୁ ନେଇ ସାରା ଦେଶରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଥିବାବେଳେ ଆଜି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖିଛନ୍ତି । ଏସବୁ ମଧ୍ୟରେ ଉତ୍ତର-ପୂର୍ବରୁ AFPSA ଆକ୍ଟ ପ୍ରତ୍ୟାହାର ଦାବି ମଧ୍ୟ ଜୋର ଧରିବା ଆରମ୍ଭ କଲାଣି ।

Nagaland firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

ପୋଲିସର ସୂଚନାନୁସାରେ, ନାଗାଲାଣ୍ଡର ସୋମ ଜିଲ୍ଲାରେ ଆତଙ୍କୀ ବିରୋଧୀ ଅପରେସନରେ ତ୍ରୁଟି ଯୋଗୁ 14 ଜଣ ସାଧାରଣ ନାଗରିକ ଏବଂ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗରେ ନାଗାଲାଣ୍ଡ ପୋଲିସ ସେନାର ୨୧ ପାରା ସ୍ପେଶାଲ ଫୋର୍ସ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି। ଘଟଣା ପରେ ସୋମ ସହରରେ144 ଧାରା ଜାରି ରହିଛି । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେନା ମଧ୍ୟ ନିଜ ଆଡୁ କୋର୍ଟ ଅଫ ଇନକ୍ୟୁୁରୀ ନିର୍ଦ୍ଦେଶ ଦେଇଛି । ଅନ୍ୟ ପଟେ ଜାତୀୟ ମାନବାଧିକାର ଆୟୋଗ (National Human Rights Commission)ନିଜ ଆଡୁ ଏକ ମାମଲା ଦାଏର କରିବା ସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଦିଲ୍ଲୀରେ ନାଗାଲାଣ୍ଡ ଗୁଳିକାଣ୍ଡର ପ୍ରତିବାଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details