ଓଡିଶା

odisha

ଦୁଇ ଝିଅଙ୍କୁ ଧରି ସୁପ୍ରିମକୋର୍ଟ ପହଞ୍ଚିଲେ ପ୍ରଧାନ ବିଚାରପତି

By

Published : Jan 7, 2023, 7:34 AM IST

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଦୁଇ ଝିଅଙ୍କୁ ସୁପ୍ରିମକୋର୍ଟ ପରିଦର୍ଶନ କରାଇଲେ । ନିଜ ଚାମ୍ବର ବୁଲାଇବା ସହ କାର୍ଯ୍ୟ ସମ୍ପର୍କରେ ବୁଝାଇଲେ । ଅଧିକ ପଢ଼ନ୍ତୁ

Chief Justice OF India DY Chandrachud
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ:ଦୁଇ ଝିଅଙ୍କୁ ସୁପ୍ରିମକୋର୍ଟ ବୁଲାଇଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ (Chief Justice OF India DY Chandrachud) । ଶୁକ୍ରବାର ସକାଳେ ନିଜ ଦୁଇ ଝିଅଙ୍କୁ ଧରି ଚନ୍ଦ୍ରଚୂଡ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେମାନଙ୍କୁ କୋର୍ଟ ରୁମ ଏବଂ ତାଙ୍କ ଚାମ୍ବର ଦେଖାଇବା ସହ ନିଜ କାମ ବିଷୟରେ ବୁଝାଇଥିଲେ (Justice DY Chandrachud brings daughters to work explain his Job) ।

ଏହା ମଧ୍ୟ ପଢ଼ନ୍ତୁ:ଅବସରପ୍ରାପ୍ତ ଭାରତୀୟ ଯବାନଙ୍କ ନାଗରିକତ୍ବକୁ ସନ୍ଦେହ, ପ୍ରମାଣ ଦେବାକୁ ଆସିଲା ନୋଟିସ

ସୂଚନା ଅନୁସାରେ ଗତ ଶୁକ୍ରବାର ସକାଳ ପ୍ରାୟ 10ଟାରେ ଚନ୍ଦ୍ରଚୂଡ ନିଜ ଦୁଇ ଝିଅ ମାହି (16) ଏବଂ ପ୍ରିୟଙ୍କା (20)ଙ୍କୁ ନେଇ ସୁପ୍ରିମକୋର୍ଟ ପହଞ୍ଚିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ବରିଷ୍ଟ ବିଚାରପତି ତଥା ଆଇନଜୀବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚନ୍ଦ୍ରଚୂଡ ଝିଅଙ୍କୁ ପବ୍ଲିକ ଗ୍ୟାଲେରୀ ପରିଦର୍ଶନ କରାଇଥିଲେ । ଏହାପରେ ସେମାନଙ୍କୁ କୋର୍ଟ ରୁମ ଏବଂ ତାଙ୍କ ଚାମ୍ବରର ବୁଲାଇଥିଲେ ଏବଂ ତାଙ୍କ କାମ ବୁଝାଇଥିଲେ । ଯେଉଁ ରୁମରେ ବିଚାରପତିମାନେ ବସି ତର୍କ ରଖନ୍ତି ସେହି ସ୍ଥାନ ଦେଖାଇବା ସହ ଏଠାରେ କଣ କାର୍ଯ୍ୟ ହୁଏ କହିଥିଲେ । ମାହି ଏବଂ ପ୍ରିୟଙ୍କା ଦିବ୍ୟାଙ୍ଗ ଅଟନ୍ତି । ଉଭୟେ ସୁପ୍ରିମକୋର୍ଟ ପରିସର ବୁଲିବାକୁ ଇଚ୍ଛା କରିବାରୁ ସିଜେଆଇ ଚନ୍ଦ୍ରଚୂଡ ସେଠାକୁ ନେଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:CJI ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି, 6844 ମାମଲା ସମାଧାନ

ପ୍ରକାଶ ଥାଉକି, ଗତ 9 ନଭେମ୍ବର 2022ରେ ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଶପଥ ନେଇଥିଲେ (50th Chief Justice OF India DY Chandrachud ) । ସିଜେଆଇ ଭାବେ ତାଙ୍କ କାର୍ଯ୍ୟକାଳ 2 ବର୍ଷ ରହିବ । 10 ନଭେମ୍ବର 2024ରେ ଅବସର ନେବେ ଡି. ୱାଇ ଚନ୍ଦ୍ରଚୂଡ । ନୂଆ ବିଚାରପତି ଦାୟିତ୍ବ ନେବା ପରେ 6844 ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି । ଗୋଟିଏ ମାସରେ 6 ହଜାରରୁ ଅଧିକ ମାମଲା ଶୁଣାଣି କରିଛନ୍ତି ସିଜେଆଇ ଡି. ୱାଇ ଚନ୍ଦ୍ରଚୂଡ । କାର୍ଯ୍ୟଭାର ସମ୍ଭାଳିବା ପରେ ଏକମାସ ମଧ୍ୟରେ 5 ହଜାର 898 ନୂଆ ମାମଲା ଦାଖଲ ହୋଇଛି । ମୋଟ 2 ହଜାର 511 ସ୍ଥାନାନ୍ତରଣ ଏବଂ ଜାମିନ ଆବେଦନକୁ ସମାଧାନ କରାଯାଇଛି । ଜାମିନ ଆବେଦନ ବ୍ୟତୀତ ବୈବାହିକ ବିବାଦର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ ।

ABOUT THE AUTHOR

...view details