ETV Bharat / bharat

CJI ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି, 6844 ମାମଲା ସମାଧାନ

author img

By

Published : Dec 20, 2022, 12:35 PM IST

ଦେଶର ନୂଆ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ଏକ ରେକର୍ଡ ହୋଇଛି । ଡି.ୱାଇ ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ସୁପ୍ରିମକୋର୍ଟରେ ଶୀଘ୍ର ମାମଲାର ଶୁଣାଣି ହେଉଛି । ଅଧିକ ପଢ଼ନ୍ତୁ

Supreme Court clears 6844 cases solved
CJI ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବିଭିନ୍ନ ମାମଲାର ଶୁଣାଣି କରିବାରେ ରେକର୍ଡ ହୋଇଛି । ଦେଶର ନୂଆ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଦାୟିତ୍ବ ନେବା ପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣିରେ ଏହି ରେକର୍ଡ ହୋଇଛି । ଏଯାବତ 6844 ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି । ଗୋଟିଏ ମାସରେ 6 ହଜାରରୁ ଅଧିକ ମାମଲା ଶୁଣାଣି କରିଛନ୍ତି ପ୍ରଧାନ ବିଚାରପତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ ।

ନଭେମ୍ବର 9 ତାରିଖ ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେଇଥିଲେ ଡି.ୱାଇ ଚନ୍ଦ୍ରଚୂଡ । ନଭେମ୍ବର 9 ତାରିଖରୁ ଡିସେମ୍ବର 16 ତାରିଖ ଯାଏଁ ମୋଟ 6 ହଜାର 844 ମାମଲାର ଶୀଘ୍ର ଶୁଣାଣି ସହିତ ସମାଧାନ ହୋଇଛି । ଏହାସହ ଏକ ମାସ ମଧ୍ୟରେ 5 ହଜାର 898 ନୂଆ ମାମଲା ଦାଖଲ ହୋଇଛି । ମୋଟ 2 ହଜାର 511 ସ୍ଥାନାନ୍ତରଣ ଏବଂ ଜାମିନ ଆବେଦନକୁ ସମାଧାନ କରାଯାଇଛି । CJI କାର୍ଯ୍ୟଭାର ସମ୍ଭାଳିବା ପରେ ନଭେମ୍ବର ତାରିଖରୁ ସର୍ବାଧିକ 277ଟି ମାମଲା ରୁଜୁ ହୋଇଥିଲା । ଡିସେମ୍ବର 12 ତାରିଖରେ 384ଟି ମାମଲା ଦାଖଲ ହୋଇଥିଲା । ଜାମିନ ଆବେଦନ ବ୍ୟତୀତ ବୈବାହିକ ବିବାଦର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବେଞ୍ଚ୍‌ ପ୍ରତିଦିନ 10ଟି ଜାମିନ ଆବେଦନ ଏବଂ 10ଟି ସ୍ଥାନାନ୍ତରଣ ଆବେଦନର ଶୁଣାଣି କରିଥିଲେ ।

ଏହା ବି ପଢନ୍ତୁ...ପରିବାର ଅନିଚ୍ଛାରେ ବିବାହ ପାଇଁ ଅନେକ ପ୍ରେମୀ ଯୁଗଳଙ୍କ ପ୍ରାଣ ଯାଉଛି: CJI

ପ୍ରକାଶ ଥାଉ କି, ଦେଶର 50ତମ ପ୍ରଧାନ ବିଚାରପତି ହେଉଛନ୍ତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ । ଚଳିତ ବର୍ଷ ନଭେମ୍ବର 9 ତାରିଖରେ ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ନେଇଥିଲେ ଡି.ୱାଇ ଚନ୍ଦ୍ରଚୂଡ । CJI ଭାବେ ତାଙ୍କର କାର୍ଯ୍ୟକାଳ 2 ବର୍ଷ ରହିବ । 2024 ନଭେମ୍ବର 10ରେ ଅବସର ନେବେ ଡି.ଓ୍ବାଇ ଚନ୍ଦ୍ରଚୂଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.