ETV Bharat / bharat

ପରିବାର ଅନିଚ୍ଛାରେ ବିବାହ ପାଇଁ ଅନେକ ପ୍ରେମୀ ଯୁଗଳଙ୍କ ପ୍ରାଣ ଯାଉଛି: CJI

author img

By

Published : Dec 19, 2022, 9:03 AM IST

ପରିବାର ଅନିଚ୍ଛାରେ ବିବାହ କରିବା ସହ ଅନ୍ୟ ଜାତିରେ ବିବାହ ପାଇଁ ଅନେକ ପ୍ରେମୀଯୁଗଳଙ୍କ ଜୀବନ ଯାଉଛି ବୋଲି କହିଛନ୍ତି ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ । ଅଧିକ ପଢନ୍ତୁ

cji Chandrachu
cji Chandrachu

ନୂଆଦିଲ୍ଲୀ: ପ୍ରେମରେ ସଫଳ ନ ହେବା ପରେ ଅନେକ ପ୍ରେମୀ ଯୁଗଳଙ୍କ ଜୀବନ ଯାଉଛି । ପରିବାର ବିରୋଧରେ ବିବାହ ଏହାର ଗୋଟିଏ କାରଣ । ଖାଲି ସେତିକି ନୁହେଁ ଅନ୍ୟ ଜାତିରେ ପ୍ରେମ ଆଉ ପରିବାର ବିରୋଧରେ ଅଶାନ୍ତି ସୃଷ୍ଟି ପରେ ଅନେକ ବିଫଳ ପ୍ରେମ କାହାଣୀ ନଜରରେ ରହିଛି । ପରିବାର ଇଚ୍ଛା ବିରୋଧରେ ଏବଂ ନିଜ ଜାତିରେ ବିବାହ ନ କରିବା ଦ୍ବାରା ଶହ ଶହ ଯୁବକ ଯୁବତୀ ପ୍ରାଣ ହରାଉଛନ୍ତି । ବିଶେଷ କରି ଅନର କିଲିଂ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ବମ୍ବେ ବାର ଆସୋସିଏସନ ପକ୍ଷରୁ ମୁମ୍ବାଇରେ ଆୟୋଜିତ ଅଶୋକ ଦେଶାଇ ସ୍ମୃତି ବକ୍ରୃତା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ।

  • Maharashtra | Many people are killed each year for falling in love or marrying outside their caste or against their family's wishes: CJI DY Chandrachud in Mumbai (17.12) pic.twitter.com/ZRaqcR7FtY

    — ANI (@ANI) December 18, 2022 " class="align-text-top noRightClick twitterSection" data=" ">

ସିଜେଆଇ ଆହୁରି କହିଛନ୍ତି, ''ସବୁ ମଣିଷଙ୍କ ନୈତିକତା ସମାନ ନୁହେଁ । ପ୍ରତି ମଣିଷଙ୍କ ମଧ୍ୟରେ ଭିନ୍ନତା ଦେଖିବାକୁ ମିଳେ । ଏହିପରି ଅନେକ ସମୟରେ ସମାଜର ଏକ ବୃହତ ଗୋଷ୍ଠୀ ସାମାଜିକ ନୈତିକତା କଣ ତାହା ନିରୂପଣ କରିଥାନ୍ତି । ଏଭଳି ସ୍ଥିତିରେ ଅନେକ ଦୁର୍ଘଟଣା ଘଟିଥାଏ ।''

1991 ମସିହାରେ ଉତ୍ତରପ୍ରଦେଶର ଜଣେ 15 ବର୍ଷୀୟା ନାବାଳିକାଙ୍କ ଘଟଣାକୁ ଉଦାହରଣକୁ ନେଇ ସିଜେଆଇ କହିଥିଲେ,''ଯୁବତୀ ଜଣକ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ଗ୍ରାମବାସୀ ଯୁବତୀଙ୍କୁ ହତ୍ୟା କରିଥିଲେ । ଏବଂ ସେମାନେ ଅପରାଧକୁ ସ୍ବୀକାର ମଧ୍ୟ କରିଥିଲେ । କାରଣ ସେମାନଙ୍କ ସମାଜ ପାଇଁ ଏହା ଗ୍ରହଣୀୟ ଥିଲା । ହେଲେ ଏହା ସମାଜର ପ୍ରତିଟି ବ୍ୟକ୍ତିଙ୍କ ପାଇଁ କଣ ଠିକ’’ ବୋଲି ପ୍ରଶ୍ନ କରିଥିଲେ ସିଜେଆଇ ।

ଏହା ବି ପଢନ୍ତୁ...ଅନଲାଇନ ଗେମିଂକୁ ନେଇ ଆସିବ ନୂଆ ନିୟମ: ଅଶ୍ବିନୀ ବୈଷ୍ଣବ

ପ୍ରକାଶ ଥାଉ କି, ଦେଶର 50ତମ ପ୍ରଧାନ ବିଚାରପତି ହେଉଛନ୍ତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ । ଚଳିତ ବର୍ଷ ନଭେମ୍ବର 9 ତାରିଖରେ ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ନେଇଥିଲେ ଡି.ୱାଇ ଚନ୍ଦ୍ରଚୂଡ । ସିଜେଆଇ ଭାବେ ତାଙ୍କର କାର୍ଯ୍ୟକାଳ 2 ବର୍ଷ ରହିବ । 2024 ନଭେମ୍ବର 10ରେ ଅବସର ନେବେ ଡି.ଓ୍ବାଇ ଚନ୍ଦ୍ରଚୂଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.