ETV Bharat / bharat

ଅନଲାଇନ ଗେମିଂକୁ ନେଇ ଆସିବ ନୂଆ ନିୟମ: ଅଶ୍ବିନୀ ବୈଷ୍ଣବ

author img

By

Published : Dec 19, 2022, 7:47 AM IST

ସମାଜ ଉପରେ କୁପ୍ରଭାବ ପକାଉଛି ଅନଲାଇନ ଗେମ । କେନ୍ଦ୍ର ଆଣିବାକୁ ଯାଉଛି ନୂଆ ନିୟମ । ଅଧିକ ପଢନ୍ତୁ

online gaming in india
online gaming in india

ନୂଆଦିଲ୍ଲୀ: ଅନଲାଇନ ଗେମ ଉପରେ ଲାଗିବ ରୋକ । ଆଉ ଅନଲାଇନରେ ଗେମ ଖେଳିପାରିବେନି ଯୁବପିଢି ! କାହିଁକିନା ଏହା ସମାଜ ଉପରେ କୁପ୍ରଭାବ ପକାଉଛି । ଏହାକୁ ଦୃଷ୍ଟିରେ ରଖି ଅନଲାଇନ ଗେମିଂ ଉପରେ ଏକ ନୀତି କିମ୍ବା ନୂତନ ନିୟମ କେନ୍ଦ୍ର ତରଫରୁ ଲାଗୁ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଅଶ୍ବିନୀ କହିଛନ୍ତି ଯେ, ''ନିକଟରେ ମୁଁ ସମସ୍ତ ରାଜ୍ୟର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲି, ଅନଲାଇନ ଗେମର ପ୍ରଭାବକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଅନଲାଇନ ଗେମିଂ ସମାଜ ଉପରେ କି ପ୍ରଭାବ ପକାଉଛି, ତାହା ଉପରେ ପ୍ରତ୍ୟେକ ରାଜ୍ୟ ଗୁରୁତର ଚିନ୍ତା ପ୍ରକଟ କରିଥିଲେ । ବିଶେଷ ଭାବରେ ଅନଲାଇନ ଗେମ ଏବେ ଲୋକଙ୍କର ଅଭ୍ୟାସଗତରେ ପରିଣତ ହୋଇଛି । ପ୍ରତ୍ୟେକ ଦିନ ଗେମ ଖେଳିବାରୁ ମନୁଷ୍ୟର ବ୍ୟବହାର ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି । ଯାହା ସମାଜର ସୌହାର୍ଦ୍ଦ୍ୟ ଉପରେ ପ୍ରଭାବ ପକାଉଛି’’ ବୋଲି ବୈଷ୍ଣବ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଜି ଶପଥ ନେବେ ଗୁଜୁରାଟର ନବନିର୍ବାଚିତ ବିଧାୟକ

ଏହି ବିଷୟକୁ ଗମ୍ଭୀରତାର ସହ ନେଇ ଆମେ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରୁଛୁ । ଖୁବ ଶୀଘ୍ର ଏନେଇ ଆମେ ଏକ ନୂଆ ନୀତି ଆଣିବାକୁ ସକ୍ଷମ ହେବୁ । ଯାହା ଏକ ନୂତନ ନିୟମ ମଧ୍ୟ ହୋଇପାର । ଖୁବଶୀଘ୍ର ଆଗକୁ ଡାଟା ବିଲ ଓ ଡିଜିଟାଲ ଇଣ୍ଡିଆ ବିଲ ଆସିବାକୁ ଯାଉଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଅନେକ ସମୟରେ ଅନଲାଇନ ଗେମକୁ ନେଇ ଅନେକ ଦୁଃଖଦ ଓ ଆଶ୍ଚର୍ଯ୍ୟ ଜନକ ଖବର ମଧ୍ୟ ସାମ୍ନାକୁ ଆସିଛି । କିଏ ଗେମ ଯୋଗୁଁ ଜୀବନ ହାରିଲାଣିତ ଆଉ କାହାର ବ୍ୟବହାରରେ ପରିବର୍ତ୍ତନ ହେଲାଣି । ପୁଣି କେଉଁଠି ହତ୍ୟାକାଣ୍ଡ ଘଟିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.