ETV Bharat / bharat

ଆଜି ଶପଥ ନେବେ ଗୁଜୁରାଟର ନବନିର୍ବାଚିତ ବିଧାୟକ

author img

By

Published : Dec 19, 2022, 7:14 AM IST

MLAs of Gujarat Assembly
MLAs of Gujarat Assembly

ଆଜିଠୁ ଗୁଜୁରାଟ ବିଧାନସଭାର ଦୁଇ ଦିନିଆ ଅଧିବେଶନ । ପ୍ରଥମ ଦିନରେ ଶପଥ ନେବେ ୧୮୨ ନବନିର୍ବାଚିତ ବିଧାୟକ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ଲଗାତର ସପ୍ତମ ଥର ପାଇଁ ସରକାର ଗଠନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିସାରିଥିବା ବେଳେ ଆଜି ଶପଥ ନେବେ ନବନିର୍ବାଚିତ ବିଧାୟକ (Newly elected MLAs of Gujarat Assembly to take oath) । ଦୁଇ ଦିନ ଧରି ଗୁଜୁରାଟ ବିଧାନସଭାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ନବ ନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ । ଆସନ୍ତାକାଲି (ମଙ୍ଗଳବାର) ବାଚସ୍ପତି ଏବଂ ଉପ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜଣେ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।

ଦୁଇ ଦିନିଆ ବିଧାନସଭା ଅଧିବେଶନର ପ୍ରଥମ ଦିନରେ 182 ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବରିଷ୍ଠ ବିଜେପି ବିଧାୟକ ଯୋଗେଶ ପଟେଲ । ଏହାପରେ ଦ୍ବିତୀୟ ଦିନରେ ନୂତନ ବିଧାୟକ ମାନେ ବାଚସ୍ପତି ନିର୍ବାଚନ ନେଇ ବୈଠକ ଅନୁଷ୍ଠିତ ହେବ । ବିଧାନସଭା ସଚିବାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ମଙ୍ଗଳବାର ପ୍ରଥମାର୍ଦ୍ଧରେ ବାଚସ୍ପତି ଏବଂ ଉପ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟାର୍ଦ୍ଧରେ ଅନ୍ୟ କାର୍ଯ୍ୟକ୍ରମ କରାଯିବ । ବାଚସ୍ପତି ପଦ ପାଇଁ ଶଙ୍କର ଚୌଧୁରୀ ଏବଂ ଡେପୁଟି ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଭାବରେ ଜେଥଭାଇ ଭରୱାଡଙ୍କ ନାମ ଘୋଷଣା କରାଯାଇଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚାରେ ୟୁଟ୍ୟୁବର ଗ୍ରାଣ୍ଡମାଆ, ଫଲୋ କରୁଛନ୍ତି ୩୦ ଲକ୍ଷ ୟୁଜର୍ସ

ଡିସେମ୍ବର 12 ତାରିଖରେ ଦ୍ବିତୀୟ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଭୂପେନ୍ଦ୍ର ପଟେଲ । ଗୁଜୁରାଟ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପଟେଲଙ୍କ ସହ 8 କ୍ୟାବିନେଟ ମନ୍ତ୍ରୀ, 2 ରାଷ୍ଟ୍ରମନ୍ତ୍ରୀ ଓ 6 ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମୋଟ 182 ଆସନରୁ 156 ଆସନ ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.