ETV Bharat / bharat

ଚର୍ଚ୍ଚାରେ ୟୁଟ୍ୟୁବର ଗ୍ରାଣ୍ଡମାଆ, ଫଲୋ କରୁଛନ୍ତି ୩୦ ଲକ୍ଷ ୟୁଜର୍ସ

author img

By

Published : Dec 19, 2022, 6:40 AM IST

ଆଜିର ଯୁଗରେ ସୋସିଆଲ ମିଡ଼ିଆ ରୋଜଗାରର ଏକ ପ୍ରମୁଖ ପନ୍ଥା ପାଲଟିଛି । ଏହା ଉପରେ ବେରୋଜଗାର ବ୍ୟକ୍ତି ରୋଜଗାର ପାଇଛି ତ ଅନେକ ଯୁବପିଢି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି (Influencer Grandma) । ଏଭଳି ସ୍ଥଳେ ଆନ୍ଧ୍ରପ୍ରଦେଶର ଜଣେ ଛୋଟ ଗାଁ ମହିଳା ୟୁଟ୍ୟୁବରେ ନିଜ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଆଉ ସେ ଇନଫ୍ଲୁଏନ୍ସର ଗ୍ରାଣ୍ଡମାଆ ଭାବେ ପରିଚିତ ଥିବା ବେଳେ ତାଙ୍କର ରହିଛନ୍ତି ୩୦ ଲକ୍ଷ ୟୁଜର୍ସ । ଅଧିକ ପଢନ୍ତୁ

Influencer Grandma
ଚର୍ଚ୍ଚାରେ ୟୁଟ୍ୟୁବର ଗ୍ରାଣ୍ଡମାଆ

ଅମରାବତୀ: ବୟସ କେବଳ ଗୋଟିଏ ସଂଖ୍ୟା ବୋଲି ଏଠାରେ ପ୍ରମାଣିତ କରିଛନ୍ତି ଆନ୍ଧ୍ରପ୍ରଦେଶ ଅନନ୍ତପୁରର ମହିଳା । ଯିଏକି ଇନଫ୍ଲୁଏନ୍ସର ଗ୍ରାଣ୍ଡମାଆ ଭାବେ ସୋସିଆଲ ମିଡ଼ିଆରେ ବେଶ ପରିଚିତ (Influencer Grandma) । ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ତାଙ୍କର ୩୦ ଲକ୍ଷ ଫଲୋୟର୍ସ ରହିଛନ୍ତି । ତାଙ୍କୁ ଚିନ୍ନୁ ଆଣ୍ଟି Chinnu aunty) ବୋଲି ଡାକନ୍ତି ୟୁଜର୍ସ । ତେବେ ସେ ନିଜ ଦୈନନ୍ଦିନ ଜୀବନ ସମ୍ପର୍କରେ ଭିଡ଼ିଓ ଅପଲୋଡ କରି ସୋସିଆଲ ମିଡ଼ିଆରେ ବେଶ ପ୍ରଶଂସା ସାଉଣ୍ଟିଛନ୍ତି ।

ବିଜୟାଲକ୍ଷ୍ମୀ ଅନନ୍ତପୁର ଅଞ୍ଚଳର ଅଧିବାସୀ । ସେ ଘରୋଇ ଖାଦ୍ୟ ବନାଇବା ସହିତ ନିଜ ପରିବାରର ଯତ୍ନ ନିଅନ୍ତି । ତାଙ୍କ ସାଧାରଣ ଜୀବନଶୈଳୀ ଅନେକଙ୍କୁ ପ୍ରଭାବିତ କରିଛି । ଏ ନେଇ ସଭିଙ୍କ ପ୍ରିୟ ଚିନ୍ନୁ ଆଣ୍ଟି ଇଟିଭି ଭାରତ ସହ ସାକ୍ଷାତକାର ବେଳେ କହିଛନ୍ତି ଯେ ସେ କେବେ ହେଲେ ଟେଲିଭିଜିନ କିପରି ଲଗାଯାଏ ମଧ୍ୟ ଜାଣିନଥିଲେ । ଏଥିଲାଗି ତାଙ୍କର ଆଗ୍ରହ ମଧ୍ୟ ନଥିଲା । ସେ ସର୍ବଦା ନିଜ ପରିବାରର ଯତ୍ନ ନେବାରେ ବ୍ୟସ୍ତ ରହୁଥିଲେ । ଗତ ୨୦୧୮ ମସିହାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା । ସେ ନିଜେ ସନ୍ତାନଙ୍କ ଲାଳନ ପାଳନ କରିଥିଲେ । ଏହାପରେ ତାଙ୍କ ସନ୍ତାନ ମଧ୍ୟ ଚାକିରି କରିଥିଲେ ।

ତାଙ୍କ ସନ୍ତାନମାନେ ଚାକିରି କରିବା ପରେ ସେ ୟୁଟ୍ୟୁବରେ ଭିଡ଼ିଓ ଦେଖୁଥିଲେ । ଏହାପରେ ସେ ଝିଅଙ୍କ ସାହାଯ୍ୟରେ ଏକ ଆକାଉଣ୍ଟ ମଧ୍ୟ ଖୋଲିଥିଲେ । ଏହାପରେ ସେ ନିଜ ଦୈନନ୍ଦିନ ଜୀବନୀକୁ ନେଇ ଭିଡ଼ିଓ ପୋଷ୍ଟ କରିଥିଲେ । ଧୀରେ ଧୀରେ ସେଥିରେ ଭଲ ଭ୍ୟୁ ଆସିଥିଲା । ସେ ପରିବାରର ମହତ୍ତ୍ବ ସମ୍ପର୍କରେ ଭିଡ଼ିଓ ଅପଲୋଡ କରୁଥିଲେ । ଏହାପରେ ତାଙ୍କର ଫଲୋୟର୍ସ ବଢିଥିଲା । ତାଙ୍କ ସରଳତାକୁ ବେଶ ପସନ୍ଦ କରୁଥିଲେ ୟୁଜର୍ସ । ଏହି ସରଳତା ତାଙ୍କୁ ଆଜି ୟୁଟ୍ୟୁବର ଗ୍ରାଣ୍ଡମାଆ ଭାବେ ପରିଚିତ କରିଛି । ତାଙ୍କୁ ୟୁଜର୍ସ ବେଶ ପସନ୍ଦ କରିଥିବା ବେଳେ ୩୦ ଲକ୍ଷ ୟୁଜର୍ସ ଫଲୋ ମଧ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.