ଓଡିଶା

odisha

ଆଜି ପଦ୍ମ କ୍ୟାମ୍ପରେ ସାମିଲ ହେବେ କ୍ୟାପ୍ଟେନ ଅମରିନ୍ଦର ସିଂ

By

Published : Sep 19, 2022, 9:48 AM IST

ଆଜି (ସୋମବାର) ବିଜେପିରେ ମିଶିବେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ସଭାପତି କ୍ୟାପ୍ଟେନ ଅମରିନ୍ଦର ସିଂ । ଅଧିକ ପଢନ୍ତୁ

captain amarinder singh joins bjp today
ଆଜି ପଦ୍ମ ଶିବିରରେ ସାମିଲ ହେବେ କ୍ୟାପ୍ଟେନ ଅମରିନ୍ଦ ସିଂ

ଚଣ୍ଡିଗଡ: ଯାହା ଅନୁମାନ କରାଯାଉଥିବା ତାହା ସତ ହେଲା । ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ସଭାପତି କ୍ୟାପଟେନ ଅମରିନ୍ଦ ସିଂ ଆଜି ପଦ୍ମ ଶିବିରରେ ସାମିଲ ହେବେ (Former Punjab cm Captain Amarinder Singh To Merge His PLC With Bjp)। ଏହା ସହ ବିଜେପି ସହିତ ତାଙ୍କ ଦଳ ପିଏଲସିକୁ (Punjab Lok Congress)କୁ ମିଶ୍ରଣ କରିବେ। ଅପରାହ୍ନ 4ଟା30ରେ ବିଜେପି ସହ କ୍ୟାପ୍ଟେନଙ୍କ ଦଳର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ ।

ଏନେଇ ରବିବାର ରାତିରୁ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି କ୍ୟାପ୍ଟେନ । ତାଙ୍କ ସହ ପତ୍ନୀ, ପୁଅ ଓ ଅନେକ ପୂର୍ବତନ ବିଧାୟକ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ସୂଚନାଅନୁସାରେ ଆଜି ବିଜେପିରେ ଯୋଗ ଦେବେ କ୍ୟାପ୍ଟେନ ଅମରିନ୍ଦ ସିଂ । ତାଙ୍କ ସହ କିଛି ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେବେ । ନୂଆଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସଦସ୍ୟତା ଗ୍ରହଣ କରିବେ କ୍ୟାପ୍ଟେନ । ଏହାସହ ପଞ୍ଜାବର ପ୍ରାୟ 6 ରୁ 7 ଜଣ ପୂର୍ବତନ ବିଧାୟକ, କ୍ୟାପ୍ଟେନଙ୍କ ପୁଅ ରଣିନ୍ଦର ସିଂ, ଝିଅ ଜୟ ଇନ୍ଦର ଏବଂ ନାତି ନିରୱାନ ସିଂ ବିଜେପିରେ ଯୋଗ ଦେବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂ ।

ଏହା ବି ପଢନ୍ତୁ...ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

2022 ବିଧାନସଭା ନିର୍ବାଚନ ଲଢିଥିଲେକ୍ୟାପ୍ଟେନ ଅମରିନ୍ଦର ସିଂ । କଂଗ୍ରେସ ସହ ସମ୍ପର୍କ ତୁଟାଇ ଏକ ନୂଆ ଦଳ ଗଠନ କରି ବିଜେପି ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିଥିଲେ । ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । ଏଠାରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହ ଜବରଦସ୍ତ ବିଜୟ ହାସଲ କରିଥିଲେ । ଗଣତି ଆରମ୍ଭରୁ କ୍ୟାପ୍ଟେନ ପଛରେ ଚାଲିଥିଲେ । ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ଅଜିତ ପାଲ ସିଂହଙ୍କ ଠାରୁ ହାରିଥିଲେ କ୍ୟାପ୍ଟେନ ।

୨ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପ୍ଟେନଙ୍କୁ ଅଜିତ ପାଲ ସିଂହ ହରାଇ ନୂଆ ଇତିହାସ ସୃଷ୍ଟି କରିଥିଲେ । ୨୦୧୭ରେ ଏହି ଆସନରେ ତାଙ୍କ ବିଜୟ ବ୍ୟବଧାନ ୪୯% ଥିଲା । କ୍ୟାପ୍ଟେନ କଂଗ୍ରେସରେ ଦୀର୍ଘ ଦଶନ୍ଧି ଧରି ରହିଥିଲେ । ହେଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ତାଙ୍କର ତିକ୍ତତା ଓ ମନମାଳିନ୍ୟ ପାଇଁ ସେ ଦଳ ଓ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ଏହା ପରେ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନିଜର ଗୋଟିଏ ଦଳ ଗଠନ କରିଥିଲେ । ବିଜେପି ସହ ମେଣ୍ଟ ମଧ୍ୟ କରିଥିଲେ କ୍ୟାପ୍ଟେନ।

ପ୍ରକାଶ ଥାଉ କି, ନିକଟରେ ଗୋଆ କଂଗ୍ରେସକୁ ଏକ ବଡ ଝଟକା ଲାଗିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ 8 ବିଧାୟକ ହାତ ଛାଡିଥିଲେ । ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସମସ୍ତ ଦଳୀୟ କର୍ମୀଙ୍କୁ ଯୋଡିବା ପାଇଁ କଂଗ୍ରେସ ଭାରତ ଯୋଡୋ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ଗୋଆରେ ମୋଟ ୧୧ ବିଧାୟକଙ୍କ ମଧ୍ୟରୁ ଏକାସାଙ୍ଗେ ୮ ଜଣ ବିଧାୟକ ଦଳକୁ ବାଏ ବାଏ କହିଥିଲେ । ସମସ୍ତ ୮ ବିଧାୟକ ଭାରତୀୟ ଜନତା ପାର୍ଟି (BJP)ରେ ସାମିଲ ହୋଇଥିଲେ ।

ABOUT THE AUTHOR

...view details