ETV Bharat / state

ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓରେ ଆକୁଳ ନିବେଦନ - Odisha Labourers Stuck in Oman

author img

By ETV Bharat Odisha Team

Published : May 25, 2024, 9:02 PM IST

Updated : May 25, 2024, 9:16 PM IST

Odisha Labourers Stuck in Oman: ଓମାନରୁ ଦାଦନଙ୍କ ଦୁଃଖର ଭିଡିଓ ବାର୍ତ୍ତା । ଫସି ରହିଥିବା 7 ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କଲେ ଅନୁରୋଧ । ଅଧିକ ପଢ଼ନ୍ତୁ

Odisha Labourers Stuck in Oman
Odisha Labourers Stuck in Oman (ETV Bharat Odisha)

Odisha Labourers Stuck in Oman (ETV Bharat Odisha)

ବ୍ରହ୍ମପୁର: କାର୍ଯ୍ୟ ଅନ୍ୱେଷଣରେ ଓମାନ ଯାଇ ଫସି ରହିଛନ୍ତି ସାତ ଓଡ଼ିଆ ଯୁବକ । ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମର 5ଜଣ ଓଡିଆ ଯୁବକଙ୍କ ସମେତ ଜଗତସିଂହପୁର ଓ ଖୋର୍ଦ୍ଧାର 2 ଜଣ ଯୁବକ ଥିବା ଜଣାପଡ଼ିଛି । ସୂଚନା ମୁତାବକ ଏକ ଠିକାଦାରଙ୍କ ମିଥ୍ୟା ପ୍ରତିଶୃତି କାରଣରୁ ସେମାନେ ଓମାନ ଦେଶକୁ ଯାଇ ସେଠାରେ ଫସିରହିଥିବା ଭିଡିଓରେ କହିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବହୁ ଓଡ଼ିଆ ଦାଦନ ବିଦେଶକୁ ଖଟିବାକୁ ଯାଇଥାନ୍ତି । ତେବେ ବିଦେଶରେ ରୋଜଗାର ପାଇଁ ନିର୍ଯାତନା ପାଇବା ଯେମିତି ଜିଲ୍ଲାରେ ଏକ ସାଧାରଣ ଘଟଣା । ତେବେ ଭାଇରାଲ ହେଉଥିବା ଏକ ଭିଡିଓରେ ସେମାନଙ୍କ କହିବା ମୁତାବକ, ଓମାନରେ ଗତ 2 ମାସ ଧରି ସେମାନଙ୍କୁ ଦରମା ନଦେଇ କାର୍ଯ୍ୟ କରାଯାଉଥିବା ବେଳେ ଗତ ଦୁଇ ଦିନ ହେବ ତାଙ୍କୁ ଖାଇବା ପାଇଁ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଯୁବକମାନଙ୍କର ପାସପୋର୍ଟ ଓ ଭିସା ଛଡେଇ ନିଆଯାଇଥିବା ବେଳେ ମାଗିଲେ ମାରିଦେବାର ଭୟ ଦେଖାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେମାନେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି । ଏପରିକି ଏହି ଯୁବକମାନଙ୍କୁ ସେଠାରେ ନଜର ବନ୍ଦୀ କରି ରଖାଯିବା ସହ ସେମାନଙ୍କୁ ୧୨/୧୩ ଘଣ୍ଟା କାର୍ଯ୍ୟ କରିବା ପାଇଁ କୁହାଯାଉଛି ‌ ।

ଏହା ମଧ୍ୟ ପଢ଼ନ୍ତୁ.. ଦଣ୍ଡପାଟର ଦାଦନ ଦୁଃଖ, ଗାଁକୁ ଫେରିଲା ନାବାଳକ ଶ୍ରମିକ ମୃତଦେହ - Dandapata Migrant Labour Died

ଏହି ଭିଡିଓରେ ଓଡ଼ିଆ ଯୁବକମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ଅଟକି ରହି ଏହି ବାର୍ତ୍ତା ଦେଇଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ପରିବାର ବର୍ଗଙ୍କୁ ଅବଗତ କରାଯାଇଛି । ତେବେ ଫସି ରହିଥ‌ିବା ଓଡ଼ିଆ ଯୁବକମାନଙ୍କୁ ଏକ ଅନୁଷ୍ଠାନର ଏଜେଣ୍ଟ ଓମାନରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ । ପରେ ସେହି 7ଜଣ ଯୁବକ ଓମାନର କମ୍ପାନୀକୁ ଯାଇଥିଲେ । ସେମାନଙ୍କୁ ମାସିକ ଭଲ ଦରମା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ଗତ ମାର୍ଚ୍ଚ ମାସରୁ କାମ ଆରମ୍ଭ କରିଥିଲେ ।

ହେଲେ ବିଦେଶର କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ଦିଆଯିବନି ବୋଲି କହିଥିଲେ । ଯାହାକୁ ନେଇ ପ୍ରତିବାଦ କରିବାରୁ ସେହି କମ୍ପାନୀ କର୍ତ୍ତୃପକ୍ଷ ଅଭିଯୋଗକାରୀ ଓଡ଼ିଆ ଯୁବକଙ୍କ ପାସପୋର୍ଟ ଜବତ କରି ରଖିଥିବା ଅଭିଯୋଗ ହୋଇଛି । ଏପରିକି କାମ ଛାଡ଼ିଲେ ଓଲଟା ଦେଢ଼ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ ବୋଲି କମ୍ପାନୀ ତରଫରୁ ସେମାନଙ୍କୁ ଧମକ୍ ଦିଆଯାଇଛି । ଗତ ୧୪ ତାରିଖରୁ ସେମାନେ କାମ ବନ୍ଦ କରିଥିବା ବେଳେ ପାଖରେ ଟଙ୍କା ନଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 25, 2024, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.