ETV Bharat / state

ଦଣ୍ଡପାଟର ଦାଦନ ଦୁଃଖ, ଗାଁକୁ ଫେରିଲା ନାବାଳକ ଶ୍ରମିକ ମୃତଦେହ - Dandapata Migrant labour died

author img

By ETV Bharat Odisha Team

Published : May 24, 2024, 11:10 AM IST

Migrant worker died in Andra Pradesh: କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଗାଁରେ ଥମୁନାହିଁ ଦାଦନ ଦୁଃଖ । ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗୁରୁବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି । ଅଧିକ ପଢନ୍ତୁ

Migrant worker died
Migrant worker died (ETV Bharat Odisha)

Migrant worker died
Migrant worker died (ETV Bharat Odisha)

ଭବାନୀପାଟଣା : ଦଣ୍ଡପାଟରେ ଥମୁନାହିଁ ଦାଦନ ଦୁଃଖ । ଗାଁକୁ ଫେରିଲା ନାବାଳକ ଶ୍ରମିକଙ୍କ ମୃତଦେହ । କଳହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳରେ ଦାଦନ ସମସ୍ୟା ଯେମିତି ଥମିବାର ନାଁ ଧରୁନାହିଁ । ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି । ମୃତ ଦାଦନ ଶ୍ରମିକ ଜଣକ ଧର୍ମଗଡ ବ୍ଲକ ଛଞ୍ଚାଣ ବାହେଲି ପଞ୍ଚାୟତ ପଲସପାଣି ଗ୍ରାମର ନାବାଳକ ପୂର୍ଣ୍ଣଚନ୍ଦ୍ର ପୂଜାରୀ । ସେ ଆନ୍ଧ୍ରପ୍ରଦେଶ ନିଜାମ ଠାରେ ଦାଦନ ଖଟୁଥିବାର ସୂଚନା ରହିଛି ।

ଦାଦନ ଶବ୍ଦକୁ ନେଇ ଦଣ୍ଡପାଟ ଅଞ୍ଚଳ ଯେମିତି ସବୁବେଳେ ଅପବାଦ ମୁଣ୍ଡେଇ ଆସିଛି । ସମସ୍ୟା ଘେରରେ ଥିବା ଅଞ୍ଚଳର ଲୋକମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଥିବା ବେଳେ ପୁଣି ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗତ ତିନି ମାସ ତଳେ ପରିବାରର ବାରଣ ସତ୍ତ୍ୱେ ପୂର୍ଣ୍ଣଚନ୍ଦ୍ର ନିଜ ସାଙ୍ଗମାନଙ୍କ ସାଥିରେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ରାଜ୍ୟର ନିଜାମ ଅଞ୍ଚଳକୁ ଯାଇଥିଲେ । ବୁଧବାର ଦିନ କାର୍ଯ୍ୟ କରୁଥିବା ବେଳେ ହଠାତ ସେଠାରେ ପଡ଼ି ଯାଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ସାଥି ଶ୍ରମିକମାନେ ତାଙ୍କୁ ଏକ ସ୍ଥାନୀୟ ବେସରକାରୀ କ୍ଲିନିକରେ ଚିକିତ୍ସା କରାଇଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରୀ ବିଗିଡି ଯାଇଥିଲା ।

Migrant worker died
Migrant worker died (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକଙ୍କ ପରିବାର, ମତଦାନ କରିବ କିଏ ? - Labourers Deprived To Cast Vote

ପରବର୍ତ୍ତୀ ସମୟରେ ଏନେଇ ନାବାଳକଙ୍କ ପରିବାରକୁ ଖବର ମିଳିଥିଲା । ତେବେ ପରିବାର ଲୋକ ପହଞ୍ଚିବା ପୂର୍ବରୁ ନାବାଳଙ୍କ ମୃତ୍ୟୁ ହୋଇ ଯାଇଥିଲା । ପରେ ଠିକାଦାରଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପଲସପାନି ଗ୍ରାମକୁ ଫେରିଛି ଦାଦନ ପୁଅର ମୃତଦେହ । ଗାଁରେ ଭେଣ୍ଡିଆ ପୁଅର ମୃତ ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଦଣ୍ଡପାଟ ଅଞ୍ଚଳରେ ଦାଦନ ମୃତହାର ବୃଦ୍ଧି ପାଉଥିବା ବେଳେ ଶ୍ରମ ବିଭାଗର ନିଘା ରହୁ ନ ଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ତାଜା ତାଜା ନିର୍ବାଚନ ସରିଛି ହେଲେ ଭୋଟ ବେଳକୁ ନେତା ନେତ୍ରୀ ସମସ୍ତେ ଜନସାଧାରଣ ପାଖରେ ପହଞ୍ଚିଥିବା ବେଳେ ଦାଦନ ସମସ୍ୟାକୁ ନେଇ କେଉଁ ନେତାଙ୍କ ପାଟିରୁ ଶବ୍ଦ ଟିଏ ମଧ୍ୟ ବାହାରିନଥିଲା । ଦଣ୍ଡପାଟ ଅଞ୍ଚଳର ପରିଚୟ କେବଳ ଦାଦନ ଅଞ୍ଚଳ ପରିଚୟ ଭିତରେ ସୀମିତ ରହିବ ନା ଆଗକୁ ସୂର୍ଯୋଦୟ ହେବ ? ଦାନା ପାଇଁ ଦାଦନ ଖଟୁଥିବା ଦଣ୍ଡପାଟ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନ ହେବା ଆଶାରେ ଅନେଇ ବସିଥନ୍ତି ଏଠାକାର ଲୋକେ ।

ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.