ETV Bharat / bharat

ପୂଜକର କଳା କାରନାମା, ବାଥରୁମ୍‌ ଭିତରେ ଲୁଚାଇଥିଲା କ୍ୟାମେରା - CAMERA IN BATHROOM

author img

By PTI

Published : May 25, 2024, 5:09 PM IST

CAMERA IN BATHROOM: ପୂଜାରୀ ବିରୋଧରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ବାଥରୁମରେ ଲଗାଇଥିଲା ସିସିଟିଭି କ୍ୟାମେରା । ଅଧିକ ପଢନ୍ତୁ

UTTAR PRADESH CRIME
UTTAR PRADESH CRIME (ETV Bharat)

ଲକ୍ଷ୍ନୌ: ମନ୍ଦିର ପୂଜାରୀର କଳା କାରନାମା । ଧର୍ମାଶୋକରୁ ପାଲଟିଲା ଚଣ୍ଡାଶୋକ । ପୂଜକ ନାଁରେ ରହିଛି ସାଙ୍ଘାତିକ ଅଭିଯୋଗ । ଛାତ ନ ଥିବା ମହିଳାଙ୍କ ବାଥରୁମରେ ଅଭିଯୁକ୍ତ ପୂଜାରୀ ଜଣକ ସିସିଟିଭି କ୍ୟାମେରା ଲଗାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି (ଶନିବାର) ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଫେରାର ଅଛି ପୂଜାରୀ ।

ପୋଲିସର କହିବାନୁସାରେ, ଗାଜିଆବାଦ ମୁରଦନଗର ଗଙ୍ଗା କେନାଲ ନିକଟରେ ରହିଛି ଏହି ମନ୍ଦିର । ମନ୍ଦିର ନିକଟରେ ଥିବା କେନାଲରେ ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରନ୍ତି । ପୂଜାରୀର କଳା କାରନାମା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଜଣେ ମହିଳାଙ୍କ ନଜର ବାଥରୁମରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ପଡି଼ଥିଲା । ଗତ ମେ 21 ତାରିଖରେ ଜଣେ ମହିଳା ନିଜ ଝିଅ ସହ ମନ୍ଦିରକୁ ଆସିଥିଲେ ।

ମନ୍ଦିର ପରିସରରେ ଏକ ବାଥରୁମ ରହିଥିଲା । ଯାହାକି ମହିଳାଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ଥିଲା । ମହିଳା ଜଣକ ଦେଖିଥିଲେ ଯେ ଏକ ସିସିଟିଭି କ୍ୟାମେରା ଛାତ ନଥିବା ବାଥରୁମ ଦିଗକୁ ଲଗାଯାଇଛି । ଏହି ବାଥରୁମରେ ମହିଳାମାନେ ନିଜର ପୋଷାକ ପରିବର୍ତ୍ତନ କରିଥାନ୍ତି । ଏହା ପରେ ମହିଳା ଜଣକ ମନ୍ଦିର ମହନ୍ତ ଗୋସ୍ବାମୀଙ୍କୁ ସିସିଟିଭି କ୍ୟାମେରା ନେଇ ପ୍ରଶ୍ନ କରିଥିଲେ । ଏହାପରେ ପୂଜାରୀ ଜଣକ କ୍ରୋଧିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ ।

ଏହା ବି ପଢନ୍ତୁ- ପିଲାଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ କରୁଥିଲା ପୂଜାରୀ, ବାନ୍ଧିଲା ପୋଲିସ

ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିବା ଡିସିପି ବିବେକ ଚନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଡିସିପିଙ୍କ କହିବାନୁସାରେ ସିସିଟିଭି କ୍ୟାମେରାର ଡିସପ୍ଲେ ପୂଜାରୀର ମୋବାଇଲ ଫୋନ ସହ ଲିଙ୍କ ଥିଲା । ଅଭିଯୋଗ ପାଇବା ପରେ ମୁରଦନଗର ପୋଲିସ ଶୁକ୍ରବାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯେତେବେଳେ ପୋଲିସ ଟିମ ପୂଜାରୀକୁ ଗିରଫ କରିବା ଲାଗି ମନ୍ଦିରରେ ପହଞ୍ଚିଥିଲେ, ସେତେବେଳେ ସେଠାରେ ନଥିଲା ପୂଜାରୀ ।

ତେବେ ପୋଲିସ ଏହି ଘଟଣାରେ ଆଇପିସି ଧାରା 354 (ମହିଳାଙ୍କୁ ଅସଦାଚରଣ) ଓ 354 (ମହିଳାଙ୍କୁ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା), 504 (ଉଦ୍ଦେଶ୍ୟମୂଳକ ଅପମାନ) ଓ 506 (ଅପରାଧିକ କାର୍ଯ୍ୟକଳାପ) ଅନୁଯାୟୀ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.