ETV Bharat / international

ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

author img

By

Published : Sep 19, 2022, 8:40 AM IST

Updated : Sep 19, 2022, 9:13 AM IST

britain queen elizabeth ii funeral today
ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଆଜି ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ବର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ସାମିଲ ହେବେ । ଅଧିକ ପଢନ୍ତୁ

ବ୍ରିଟେନ: ଆଜି (ସୋମବାର) ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ରାଜକୀୟ ସମ୍ମାନରେ ସମ୍ପନ୍ନ ହେବ । 7 ଦଶନ୍ଧି ଧରି ବ୍ରିଟେନ ରାଜତନ୍ତ୍ରରେ ଶାସନ ଭାର ମୁଖ୍ୟ ଥିଲେ ଏଲିଜାବେଥ ଦ୍ବିତୀୟ । ଆଜି ଶେଷକୃତ୍ୟ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ । ବିଶ୍ବର ରାଷ୍ଟ୍ରନେତା, ରାଜତନ୍ତ୍ର ମୁଖ୍ୟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ରିଟେନ ରାଜ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲଣ୍ଡନ ସ୍ଥିତ ୱେଷ୍ଟମିନିଷ୍ଟର ଆବେରେ ସ୍ବାମୀ ଫିଲିଫଙ୍କ କବର ପାଖରେ ରାଣୀଙ୍କୁ କବର ଦିଆଯିବ ।

ମହାରାଣୀଙ୍କ ଶେଷଯାତ୍ରାରେ ଯେପରି କିଛି ଅସୁବିଧା ନ ହେବ ସେ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି । ରାଣୀଙ୍କ ଶେଷକୃତ୍ୟର ସିଧାପ୍ରସାରଣ ଦେଖିବା ପାଇଁ ସ୍ଥାନେ ସ୍ଥାନେ ସ୍କିନ ଲଗାଯାଇଛି । ଏହା ସହିତ ବ୍ରିଟେନରେ ଗୋଟିଏ ଦିନ ପାଇଁ ସାର୍ବଜନୀନ ଅବକାଶ ମଧ୍ୟ ଘୋଷଣା କରାଯାଇଛି । ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ବ୍ରିଟେନବାସୀ 1 ମିନିଟ ପାଇଁ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସରକାର ମହାରାଣୀଙ୍କ ପ୍ରତି ରାଷ୍ଟ୍ରୀୟସ୍ତର ସମ୍ମାନ ପ୍ରଦାନ କରି ରାଷ୍ଟ୍ରୀୟ ଶୋକ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ୱେଷ୍ଟମିନଷ୍ଟର ଆବେ (Westminster Abbey) ମହାରାଣୀଙ୍କ ପାର୍ଥିବ ଶରୀରକୁ ରଖାଯାଇଛି ।

ବ୍ରିଟେନ ରାଜା ତୃତୀୟ ଚାଲର୍ସଙ୍କ ଦ୍ବାରା ବକିଙ୍ଗହାମ ପ୍ୟାଲେସରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେଇ ମହାରାଣୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ ଲଣ୍ଡନକୁ ବିଶ୍ବ ନେତାଙ୍କ ସୁଅ ଛୁଟିଛି । ଗତକାଲି (ରବିବାର) ସୁଦ୍ଧା ବିଶ୍ବର ବିଭିନ୍ନ ଭାଗରୁ 500ରୁ ଅଧିନ ନେତୃବୃନ୍ଦ ଲଣ୍ଡନରେ ପହଞ୍ଚିଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡା, ଇଟାଲୀ, ଅଷ୍ଟ୍ରେଲିଆ, ଜର୍ମାନୀ, ନେଦରଲ୍ୟାଣ୍ଡ ସମେତ ପ୍ରାୟ ସମସ୍ତ ରାଷ୍ଟ୍ରମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହା ବି ପଢନ୍ତୁ..Queen Elizabeth II funeral: ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଲଣ୍ଡନ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ଭାରତର ହାଇକମିଶନର ଭାବେ ନିଯୁକ୍ତ ବିକ୍ରମ କେ ଦୋରାଇସ୍ବାମୀ ସ୍ବାଗତ କରିଥିଲେ । ସେଠାରୁ ସେ ୱେଷ୍ଟମିନିଷ୍ଟର ଆବେରେ ଭାରତ ପକ୍ଷରୁ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ । ଏହି ସମୟରେ ତାଙ୍କ ସହ ଉଚ୍ଚାଯୁକ୍ତ ସୁଜିତ ଘୋଷ ଉପସ୍ଥିତ ଥିଲେ । ଏଲିଜେବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ପୂର୍ବରୁ କିଙ୍ଗ ଚାର୍ଲସଙ୍କୁ ଭେଟିଲେ ଲଣ୍ଡନ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବକିଂହାମ ପ୍ୟାଲେସରେ ଉଭୟଙ୍କ ସାକ୍ଷାତ ହୋଇଛି ।

ଏହା ବି ପଢନ୍ତୁ...200 Crore Extortion Case: ଆଜି ପୁଣି ଜେରା ହେବେ ସିଂହଳ ସୁନ୍ଦରୀ

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର 8 ତାରିଖରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ହୋଇଥିଲା। ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଥିଲା । 9 ତାରିଖ ଦିନ ସ୍କଟଲ୍ୟାଣ୍ଡରୁ ତାଙ୍କ ମରଶରୀର ଲଣ୍ଡନ ଅଣାଯାଇଥିଲା । ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନର ଏକ ଯୁଗର ଅବସାନ ହୋଇଛି ।

Last Updated :Sep 19, 2022, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.