ବାସୁଦେବପୁରରେ ବିଜେପି ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ଜୋରଦାର ପ୍ରଚାର - BASUDEVPUR ASSEMBLY

By ETV Bharat Odisha Team

Published : May 25, 2024, 9:08 PM IST

thumbnail
ବାସୁଦେବପୁର ବିଧାନସଭା ଆସ (ETV Bharat Odisha)

Banikalyan Mohanty Election Campaign In Basudevpur: ଭଦ୍ରକ: ଜିଲ୍ଲାର ବାସୁଦେବପୁର ବିଧାନସଭା ଆସନରେ ଜମୁଛି ବିଜେପିର ପ୍ରଚାର । ବିଜେଡି, କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଆଲୋଚନା ହେଉଛି । ବିଜେଡିର ଗଡ଼ କୁହାଯାଉଥ‌ିବା ଏହି ଆସନ 1990 ମସିହାଠାରୁ ଅଣ କଂଗ୍ରେସ ହାତରେ ରହି ଆସୁଛି । ଶେଷ ଥର ପାଇଁ 1985 ନିର୍ବାଚନରେ କଂଗ୍ରେସ ଏହି ଆସନରୁ ବିଜୟୀ ହୋଇଥିଲା । ଏହା ପରଠୁ ଏହି ଆସନ ରାଉତରାୟ ପରିବାର ଦଖଲରେ ରହି ଆସିଛି । ଏଥର ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଗତ ନିର୍ବାଚନର ପରାଜିତ ପ୍ରାର୍ଥୀ ତଥା ଦଳର ଜିଲ୍ଲା ସଭାପତି ଅଶୋକ ଦାସଙ୍କୁ ପୁଣି ଦଳୀୟ ପ୍ରାର୍ଥୀ କରିଛି । 

ତେବେ ଚଳିତ ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ନିଜର ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ ବିଜେପି ନବାଗତ ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ବିଜେପିକୁ ଏହି ଆସନରେ ଏକ ସମ୍ମାନ ଜନକ ଭୋଟ ମିଳିଥିଲା । ହେଲେ ଚଳିତ ନିର୍ବାଚନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ଶେଷ ମୁହୂର୍ତ୍ତରେ ନବାଗତ ବାଣୀ କଲ୍ୟାଣ ମହାନ୍ତିଙ୍କ ଉପରେ ଭରସା କରି ନିର୍ବାଚନକୁ ଓହ୍ଲାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: ନିରଞ୍ଜନ ପଟ୍ଟନାୟକ - Niranjan Patnaik On Election 2024

ପ୍ରକାଶ ଥାଉ କି, ସର୍ବପ୍ରଥମେ ବାସୁଦେବପୁର ବିଜେଡି ରାଜନୀତିରେ ବାଣୀଙ୍କ ଆବିର୍ଭାବ ହୋଇଥିଲା ।  ନିର୍ବାଚନ ପୂର୍ବରୁ ବିଜେଡି ବାଣୀଙ୍କୁ ଦଳରୁ ନିଲମ୍ବନ କରିଥିଲା । ପରେ ସେ ବିଜେପିରେ ସାମିଲ ହୋଇଥିବା ବେଳେ ଦଳ ଚଲିଥ ନିର୍ବାଚନ ପାଇଁ ତାଙ୍କୁ ଟିକଟ ଦେଇଛି । ତେଣୁ ଚଳିତ ନିର୍ବାଚନରେ ଏକାଧିକ ସ୍ଥାନୀୟ ମୌଳିକ ସମସ୍ୟା ଏବଂ ମୋଦିଙ୍କ ଭାବମୂର୍ତ୍ତିକୁ ଆଧାର କରି ତାଙ୍କର ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଭୋଟରଙ୍କ ଆର୍ଶୀବାଦକୁ ନେଇ ବିଜେପି ବାସୁଦେବପୁର ଆସନ ଦଖଲ କରି ଅଞ୍ଚଳର ସମ୍ମାନ ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହାରି ମଧ୍ୟରେ ସେ ପ୍ରଚଣ୍ଡ ଖରାରେ ପ୍ରଚାର କରୁଥିବା ବେଳେ କେଉଁ ମୁଦ୍ଦାକୁ ଆଧାର କରି ନିର୍ବାଚନ ଲଢୁଛନ୍ତି, ସେ ଭୋଟରଙ୍କ ମୁଡକୁ କିପରି ପରଖୁଛନ୍ତି, ଏ ନେଇ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ବାଣୀ କଲ୍ୟାଣ । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.