ETV Bharat / bharat

ଘୃଣ୍ୟ ରାଜନୀତି ବିରୋଧରେ ଭୋଟ ଦିଅନ୍ତୁ: କଂଗ୍ରେସ ମୁଖ୍ୟ ଖଡ଼ଗେ - Mallikarjun Kharge To people

author img

By ETV Bharat Odisha Team

Published : May 25, 2024, 3:58 PM IST

MALLIKARJUN KHARGE URGE TO PEOPLE: ଲୋକସଭା ନିର୍ବାନ 2024ର ଷଷ୍ଠ ପର୍ଯ୍ୟାୟରେ ଆଜି ଜାରି ରହିଛି ମତଦାନ । ଘୃଣ୍ୟ, ଠକ ରାଜନୀତି ବିରୋଧରେ ଭୋଟ ଦେବାକୁ ଅପିଲ୍‌ କଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ । ଅଧିକ ପଢନ୍ତୁ

MALLIKARJUN KHARGE
MALLIKARJUN KHARGE (ANI)

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି 2024 ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ । ଆଜି (ଶନିବାର) ଦେଶର 6 ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 58ଟି ଆସନରେ ପଡୁଛି ଭୋଟ । ଏହି ଅବସରରେ ଭୋଟ ଦେବା ପାଇଁ ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ । ଘୃଣ୍ୟ, ଠକ ରାଜନୀତି ବିରୋଧରେ ଭୋଟ ଦେବା ପାଇଁ ସେ ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି ।

ଏନେଇ ସେ X ସାଇଟ୍‌ରେ ପୋଷ୍ଟ କରି ଲେଖିଛନ୍ତି, "ମୋର ପ୍ରିୟ ଦେଶବାସୀ...ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷିତ ରଖିବାର ଏହି ସଂଘର୍ଷ ଶେଷ 2 ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ । ଦେଶବାସୀ ନିଶ୍ଚିତ ଭୋଟ ଦିଅନ୍ତୁ । ଏକତା, ନ୍ୟାୟ ଭଳି ଜରୁରୀ ମୁଦ୍ଦାକୁ ଧ୍ୟାନରେ ରଖି ଭୋଟ ଦିଅନ୍ତୁ । ଘୃଣା, ଠକ ଓ ଧ୍ୟାନ ହଟାଇବା ଭଳି ରାଜନୀତି ବିରୋଧରେ ଭୋଟ ଦିଅନ୍ତୁ । EVM ବଟନ୍‌ ଦବାଇବା ପୂର୍ବରୁ ଥରେ ଭାବନ୍ତୁ, କଣ ଆପଣଙ୍କୁ ନ୍ୟାୟ ସଙ୍ଗତ ରାଜନୀତିର ଆବଶ୍ୟକ ନାହିଁ ? ଯଦି ଆବଶ୍ୟକ ତେବେ 6 ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 58ଟି ଆସନରେ ଭୋଟ ଦେଉଥିବା ମତଦାତା ଏହାକୁ ଧ୍ୟାନରେ ରଖି ନିଜର ମତଦାନ ସାବ୍ୟସ୍ତ କରନ୍ତୁ ।"

ଏହା ବି ପଢନ୍ତୁ- AAPକୁ ରାହୁଲ, କଂଗ୍ରେସକୁ ଭୋଟ ଦେଲେ କେଜ୍ରିଓ୍ବାଲ: ଜାଣନ୍ତୁ କାହିଁକି

ଖଡ଼ଗେ ଆହୁରି କହିଛନ୍ତି, "ଆଜି ହେଉଛି ସେହି ଦିନ ଯେବେ ଆପଣ ଦେଶରେ ଗମ୍ଭୀର ବେରୋଜଗାର, ଦରଦାମ ବୃଦ୍ଧି ସମସ୍ୟାକୁ ହଟାଇ ପାରିବେ । ଏହାସହିତ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣକୁ ସୁରକ୍ଷିତ କରିପାରିବେ । ଏହାସହିତ ଆପଣ ଗଣତନ୍ତ୍ରର ଶକ୍ତିକୁ ବ୍ୟବହାର କରି ଏକଛତ୍ରବାଦ ଉପରେ ବିଜୟ ହାସଲ କରିପାରିବେ । ଯଦି ଆପଣ ଆଜି କରିବେନି, ତେବେ ଏହା କେବେ ବି ସମ୍ଭବ ହୋଇପାରିବନି ।"

ସୂଚନା ଥାଉ କି ଆଜି ଷଷ୍ଠ ପର୍ଯ୍ୟାୟରେ ବିହାରର 8, ହରିୟାଣାର 10, ଜମ୍ମୁ କାଶ୍ମୀରର 1, ଝାଡଖଣ୍ଡର 4, ଦିଲ୍ଲୀର 7, ଓଡିଶାର 6, ଉତ୍ତରପ୍ରଦେଶର 14 ଏବଂ ପଶ୍ଚିମବଙ୍ଗର 8 ଆସନରେ ଭୋଟ ଦେଉଛନ୍ତି ଜନତା । ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ସେଥି ମଧ୍ୟରୁ 791 ଜଣ ପୁରୁଷ ଓ 95 ଜଣ ମହିଳା ଓ ତୃତୀୟ ଲିଙ୍ଗୀ 3 ଜଣ ପ୍ରାର୍ଥୀ ଅଛନ୍ତି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.