ETV Bharat / politics

AAPକୁ ରାହୁଲ, କଂଗ୍ରେସକୁ ଭୋଟ ଦେଲେ କେଜ୍ରିଓ୍ବାଲ: ଜାଣନ୍ତୁ କାହିଁକି - Rahul Kejriwal voting

author img

By ETV Bharat Odisha Team

Published : May 25, 2024, 2:27 PM IST

Kejriwal-Rahul Vote: ଦିଲ୍ଲୀରେ ଚାଲିଛି ଭୋଟିଂ । AAPକୁ ରାହୁଲ ଗାନ୍ଧୀ, କଂଗ୍ରେସକୁ ଭୋଟ ଦେଲେ ଅରବିନ୍ଦ କେଜ୍ରିଓ୍ବାଲ । ଉଭୟ ଦଳ ମେଣ୍ଟରେ ଲଢୁଛନ୍ତି ନିର୍ବାଚନ । ଅଧିକ ପଢନ୍ତୁ

AAPକୁ ରାହୁଲ, କଂଗ୍ରେସକୁ ଭୋଟ ଦେଲେ ଦେଲେ କେଜ୍ରିଓ୍ବାଲ
AAPକୁ ରାହୁଲ, କଂଗ୍ରେସକୁ ଭୋଟ ଦେଲେ ଦେଲେ କେଜ୍ରିଓ୍ବାଲ (ETV Bharat Odisha)

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜଧାନୀ ଦିଲ୍ଲୀର ମୋଟ 7 ଆସନରେ ଆଜି ମତଦାନ ହେଉଛି । ଆଜି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଭୋଟ ଦେଇଛନ୍ତି । ହେଲେ ରାହୁଲ ଓ ସୋନିଆ କଂଗ୍ରେସ ପରିବର୍ତ୍ତେ ଆମ ଆଦମୀ ପାର୍ଟିକୁ ଭୋଟ ଦେଇଛନ୍ତି । ସେହିପରି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଝାଡୁ ଚିହ୍ନ ପରିବର୍ତ୍ତେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । କାରଣ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମେଣ୍ଟରେ ନିର୍ବାଚନ ଲଢୁଛନ୍ତି । ମୋଟ 7 ସଂସଦୀୟ ଆସନ ମଧ୍ଯରେ ଆମ ଆଦମୀ ପାର୍ଟି 4 ଆସନ ଓ କଂଗ୍ରେସ ଅବଶିଷ୍ଟ 3 ଆସନରେ ନିର୍ବାଚନ ଲଢୁଛନ୍ତି ।

ନୂଆଦିଲ୍ଲୀ ଆସନରେ ଭୋଟ ଦେଲେ ସୋନିଆ ରାହୁଲ:-

ନୂଆଦିଲ୍ଲୀ ସଂସଦୀୟ ଆସନରେ ଉଭୟ ସୋନିଆ ଓ ରାହୁଲ ଭୋଟ ଦେଇଛନ୍ତି । ମେଣ୍ଟ ବୁଝାମଣାରେ ଏହି ଆସନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସୋମନାଥ ଭାରତୀ ଛିଡା ହୋଇଛନ୍ତି । ‘ଇଣ୍ଡିଆ’ ମେଣ୍ଟର ମିଳିତ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି ଦିବଙ୍ଗତ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ କନ୍ୟା ବାଂଶୁରୀ ସ୍ବରାଜଙ୍କୁ ପ୍ରାର୍ଥୀ କରିଛି । ତେଣୁ ରାହୁଲ ଓ ସୋନିଆ ମେଣ୍ଟ ତଥା ଆମ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ଭୋଟ ଦେଇଥିବା ଏକପ୍ରକାର ଅନୁମେୟ ।

ଚାନ୍ଦିନଚୌକ କେଜ୍ରିଓ୍ବାଲ:-

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସପରିବାର ଦିଲ୍ଲୀର ଚାନ୍ଦିନଚୌକ ଆସନରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଆସନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ତଥା କଂଗ୍ରେସ ନେତା ଜେପି ଅଗ୍ରଓ୍ବାଲ ନିର୍ବାଚନ ଲଢୁଛନ୍ତି । ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲଓ୍ବାଲଙ୍କୁ ମୁକାବିଲା କରୁଛନ୍ତି କଂଗ୍ରେସର ଜେପି ଅଗ୍ରଓ୍ବାଲ । ତେଣୁ କେଜ୍ରିଓ୍ବାଲ ଓ ତାଙ୍କ ପରିବାର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମତଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ପ୍ରକ୍ରିୟାରେ ଜନତା ସକ୍ରିୟତାର ସହ ଯୋଡିହେଲେ ଗଣତନ୍ତ୍ର ସଫଳ ହୁଏ: ବହୁମାତ୍ରାରେ ଭୋଟିଂ ପାଇଁ ପ୍ରଧାନମନ୍ତ୍ରୀ ଅପିଲ - PM Modi urges voters

ବହୁ ବିବାଦ ପରେ ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ଆସନ ବୁଝାମଣା ଅଙ୍କ ଛିଡିଥିଲା । ଏକା ଲଢିବା ନେଇ ଜିଦ ଧରିଥିବା ଆମ ଆଦମୀ ପାର୍ଟି ଶେଷରେ 3 ଆସନ କଂଗ୍ରେସକୁ ଦେବା ପାଇଁ ରାଜି ହୋଇଥିଲା । ଦିଲ୍ଲୀର ମୋଟ 7 ଲୋକସଭା ଆସନ ଗତଥର ବିଜେପି ଦଖଲରେ ଥିଲା । ଏଥର ମଧ୍ୟ ଦଳ ରାଜଧାନୀରେ କ୍ଲିନସ୍ବିପ କରିବା ଲକ୍ଷ୍ୟରେ ରହିଛି । ‘ଇଣ୍ଡିଆ’ ମେଣ୍ଟର ଦୁଇ ପ୍ରମୁଖ ଦଳ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ 4-3 ଅନୁପାତ ନିର୍ବାଚନ ଲଢି ବିଜେପିକୁ ମାତ ଦେବାକୁ ବେଶ ଆଶାବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.