ETV Bharat / bharat

ନିର୍ବାଚନ ପ୍ରକ୍ରିୟାରେ ଜନତା ସକ୍ରିୟତାର ସହ ଯୋଡିହେଲେ ଗଣତନ୍ତ୍ର ସଫଳ ହୁଏ: ବହୁମାତ୍ରାରେ ଭୋଟିଂ ପାଇଁ ପ୍ରଧାନମନ୍ତ୍ରୀ ଅପିଲ - PM Modi urges voters

author img

By ETV Bharat Odisha Team

Published : May 25, 2024, 9:13 AM IST

PM Modi urges voters to vote in large numbers : ବହୁମାତ୍ରାରେ ଭୋଟ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

‘ନିର୍ବାଚନ ପ୍ରକ୍ରିୟାରେ ଜନତା ସକ୍ରିୟତାର ସହ ଯୋଡିହେଲେ ଗଣତନ୍ତ୍ର ସଫଳ ହୁଏ’: ବହୁମାତ୍ରାରେ ଭୋଟ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
‘ନିର୍ବାଚନ ପ୍ରକ୍ରିୟାରେ ଜନତା ସକ୍ରିୟତାର ସହ ଯୋଡିହେଲେ ଗଣତନ୍ତ୍ର ସଫଳ ହୁଏ’: ବହୁମାତ୍ରାରେ ଭୋଟ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ଆଜି (ଶନିବାର) ଦେଶରେ ସାଧାରଣ ନିର୍ବାଚନର 6ଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 58 ଲୋକସଭା ଆସନରେ ଭୋଟିଂ ହେଉଛି । ବିଭିନ୍ନ ସ୍ଥାନରେ ସକାଳୁ ବେଶ ଉତ୍ସାହର ସହ ମତଦାନ କରିଛନ୍ତି ଭୋଟର । ଏହି ଅବସରର ପୂର୍ବପରି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲୋକଙ୍କୁ ଗଣତନ୍ତ୍ରର ମହାପର୍ବରେ ବହୁମାତ୍ରାରେ ସାମିଲ ହେବା ସହ ସେମାନଙ୍କ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଲୋକେ ସକ୍ରିୟତାର ସହ ଜୋଡି ହେଲେ ହିଁ ଗଣତନ୍ତ୍ର ସଫଳ ହୁଏ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି ।

ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ 2024 ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେଉଛନ୍ତି, ସେମାନେ ବହୁସଂଖ୍ୟାରେ ଭୋଟ୍ ଦିଅନ୍ତୁ । ପ୍ରତ୍ୟେକ ଭୋଟର ମୂଲ୍ୟ ଅଛି, ଆପଣଙ୍କର ଭୋଟ ମଧ୍ୟ ସେଥିରେ ନିଶ୍ଚିତ ଯୋଡନ୍ତୁ । ଯେତେବେଳେ ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟତାର ସହ ଯୋଡି ହୁଅନ୍ତି, ସେତେବେଳେ ଗଣତନ୍ତ୍ର ସଫଳ ହୁଏ । ମୁଁ ବିଶେଷ ଭାବେ ମହିଳା ଭୋଟର ଏବଂ ଯୁବ ଭୋଟରଙ୍କୁ ବହୁସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି ।"

ଏହା ମଧ୍ୟ ପଢନ୍ତ :- ଓଡ଼ିଶା ବିଧାନସଭା ନିର୍ବାଚନ 2024; ତୃତୀୟ ପର୍ଯ୍ୟାୟରେ 383 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - Odisha Third phase polling

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭୋଟରଙ୍କୁ ତୁଷ୍ଟୀକରଣ ଓ ଭ୍ରଷ୍ଟାଚାର ବିରୋଧରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଆପଣଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ କରିବା ପାରିବା ପରି ସରକାର ଗଠନ କରନ୍ତୁ । ଦୁର୍ନୀତି ବିରୋଧରେ ନିଶ୍ଚିତ ଭୋଟ ଦିଅନ୍ତୁ ବୋଲି ଶାହ ନିବେଦନ କରିଛନ୍ତି । ଆଜି ସକାଳି ବିଭିନ୍ନ ସ୍ଥାନରେ ଭୋଟିଂ ଜାରି ରହିଛି । ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 58 ଲୋସକଭା ଆସନରେ ଭୋଟିଂ ହେଉଛି । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ, ନେତା ଓ ସାଧାରଣ ଜନତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଆଜି ପର୍ଯ୍ୟାୟ ପରେ ଜୁନ ପହିଲାରେ ଅନ୍ତିମ ତଥା 7ମ ପର୍ଯ୍ୟାୟ ଭୋଟିଂ ରହିଛି । ଏହା ପରେ 4 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଏହା ସହ 4ରାଜ୍ୟର ବିଧାନସଭା ଫଳାଫଳ ମଧ୍ୟ ସମାନ୍ତରଳ ଭାବେ ପ୍ରକାଶ ପାଇବ । ଅଷ୍ଟାଦଶ ଲୋକସଭା ପାଇଁ ଆଜି ଭୋଟଗ୍ରହଣ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.