ଓଡିଶା

odisha

Urinating in Air India Flight: ୩୦ଲକ୍ଷ ଟଙ୍କା ତଣ୍ଡ ଗଣିବ ଏୟାର ଇଣ୍ଡିଆ, ପାଇଲଟଙ୍କ ଲାଇସେନ୍ସ ରଦ୍ଦ

By

Published : Jan 20, 2023, 5:14 PM IST

Updated : Jan 20, 2023, 6:06 PM IST

Urinating in Air India Flight
Urinating in Air India Flight

ବିମାନରେ ପରିସ୍ରା କରିଦେବା ଘଟଣା । ନିଜ କାର୍ଯ୍ୟ ସୁଚାରୁରୂପେ କରିନଥିବାରୁ ତଣ୍ଡ ଗଣିବ ଏୟାର ଇଣ୍ଡିଆ । ୩୦ ଲକ୍ଷ ଟଙ୍କା ଜୋରିମାନା ଦେବା ଲାଗି ନିର୍ଦ୍ଦେଶ ଦେଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଅଧିକ ପଢ଼ନ୍ତୁ

ମୁମ୍ବାଇ: ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା । ବିମାନ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ନିୟମ ଉଲ୍ଲଘଂନ କରିଥିବାରୁ ଏୟାର ଇଣ୍ଡିଆ ବିମାନ କମ୍ପାନୀକୁ ୩୦ ଲକ୍ଷ ଟଙ୍କା ଜୋରିମାନା ଦେବା ଲାଗି ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପାଇଲଟ-ଇନ-କମାଣ୍ଡଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । ସେ ନିଜ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବାରେ ବିଫଳ ହୋଇଥିବାରୁ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।

ଏହାସହ ଏୟାର ଇଣ୍ଡିଆ କମ୍ପାନୀର ନିର୍ଦ୍ଦେଶକ-ଇନ-ପାଇଲଟଙ୍କୁ ୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ଜଣେ ବିମାନ ଯାତ୍ରୀ ପାଖରେ ବସିଥିବା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଘଟଣା ସାମନାକୁ ଆସିଥିଲା । ଏହା ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିସିଏ । ଗତ ନଭେମ୍ବର ମାସରେ ବିମାନ ଯାତ୍ରୀ ଶଙ୍କର ମିଶ୍ରା ପାଖରେ ବସିଥିବା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କ ଶଙ୍କରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ୪ମାସ ପର୍ଯ୍ୟନ୍ତ ବିମାନ ଯାତ୍ରା କରିବା ଉପରେ ରୋକ ଲଗାଯାଇଛି ।

ଏହା ବି ପଢନ୍ତୁ- Urinating incident: 4 ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଅଭିଯୁକ୍ତ ଶଙ୍କର ମିଶ୍ରା

ଗତ ବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିଲା । ବିମାନ ସେବା ଯୋଗାଉଥିବା କମ୍ପାନୀ ଏୟାର ଇଣ୍ଡିଆର CEO ସ୍ତରରେ ଅଭିଯୁକ୍ତ ଯାତ୍ରୀ ଶଙ୍କରଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟ ବିମାନ କମ୍ପାନୀ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ପ୍ରଥମେ ଏୟାର ଇଣ୍ଡିଆ ଶଙ୍କରଙ୍କ ବିରୋଧରେ ୩୦ ଦିନର ବିମାନ ଯାତ୍ରା ଉପରେ ରୋକ ଲଗାଇଥିଲା । ମାତ୍ର ପରେ ଏହି ଅବଧିକୁ ବୃଦ୍ଧି କରିଥିଲା । ତେବେ ଘଟଣାଟି ଗତ ନଭେମ୍ବରରେ ଘଟିଥିବା ବେଳେ ଚଳିତ ମାସ ଜାନୁଆରୀ ୭ ତାରିଖରେ ଅଭିଯୁକ୍ତଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ ମହିଳା ଯାତ୍ରୀ ।

ଏହା ବି ପଢନ୍ତୁ-Twist in Air India Urination Case: ଅଭିଯୁକ୍ତ କହିଲେ ମୁଁ ନୁହେଁ ମହିଳା ନିଜ ସିଟରେ କରିଥିଲେ ପରିସ୍ରା

ଘଟଣା ନେଇ ମହିଳା ଯାତ୍ରୀ ଅଭିଯୋଗ କରି ଅଭିଯୋଗ ପତ୍ରରେ ଲେଖିଥିଲେ, "ମୁଁ ଏୟାର ଇଣ୍ଡିଆ ବିମାନ AI102ରେ ବିଜନେସ କ୍ଲାସ ଯାତ୍ରା ସମୟରେ ଏକ ଲଜ୍ଜାଜନକ ଘଟଣା ସମ୍ପର୍କରେ ଲେଖିବାକୁ ଯାଉଛି । ବିମାନ ଯାତ୍ରା ସମୟରେ ମଧ୍ୟାହ୍ନ ଭୋଜନ ପରେ ଲାଇଟକୁ ବନ୍ଦ କରି ଦିଆଯାଇଥିଲା । ଏହି ସମୟରେ ମୁଁ ବିଶ୍ରାମ କରିବାକୁ ପ୍ରସ୍ତୁତ ହେଉଥିଲି । ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯାତ୍ରୀ ମୋ ଉପରେ ପରିସ୍ରା କରିଦେଇଥିଲେ ।" ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ଏହି ଅଭିଯୋଗ ଆସିବା ପରେ ଅନେକ ଦିନ ପର୍ଯ୍ୟନ୍ତ ଶଙ୍କର ମିଶ୍ରା ଫେରାର ଥିଲେ ।

ପୋଲିସ ମୋବାଇଲ ଲୋକେସନକୁ ଟ୍ରାକ କରି ତାଙ୍କୁ ଖୋଜିବାକୁ ଉଦ୍ୟମ କରିଥିଲା । ଅଭିଯୁକ୍ତ ମୁମ୍ବାଇ ଅଧିବାସୀ । ଶଙ୍କର ମିଶ୍ରା ଆମେରିକାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ ଏହି ଘଟଣା ସାମନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଗତ କିଛି ଦିନ ତଳେ ଅଭିଯୁକ୍ତ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କୋର୍ଟଙ୍କୁ କହିଥିଲେ ଯେ ସେ ପରିସ୍ରା କରିନଥିଲେ । ମହିଳା ଯାତ୍ରୀ ନିଜ ସିଟରେ ନିଜେ ପରିସ୍ରା କରିଥିଲେ ।

Last Updated :Jan 20, 2023, 6:06 PM IST

ABOUT THE AUTHOR

...view details