ଓଡିଶା

odisha

ଆମିଷ ଖାଦ୍ୟ ବିଜ୍ଞାପନକୁ ବନ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ, କୋର୍ଟ କହିଲେ ଟିଭି ଦେଖନି

By

Published : Sep 26, 2022, 10:29 PM IST

Bombay High Court rejected the PIL of Jain communities demand to ban non vegetarian advertisements
ଆମିଷ ଖାଦ୍ୟ ବିଜ୍ଞାପନକୁ ବନ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ, କୋର୍ଟ କହିଲେ ଟିଭି ଦେଖନି

ମିଷ ଖାଦ୍ୟ ବିଜ୍ଞାପନ ବନ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । କୋର୍ଟ କହିଲେ ଟିଭି ଦେଖିବା ବନ୍ଦ କରିଦିଅ । ଅଧିକ ପଢ଼ନ୍ତୁ

ମୁମ୍ବାଇ:ଆମିଷ ଖାଦ୍ୟ ବିଜ୍ଞାପନ ବନ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ଜୈନ ସମୁଦାୟର ତିନି ଗୋଷ୍ଠୀ (demand to ban non vegetarian advertisements)। ତେବେ ବମ୍ବେ ହାଇକୋର୍ଟ ଏହି ଜନସ୍ବାର୍ଥ ମାମଲାକୁ ରଦ୍ଦ କରି ଦେଇଛନ୍ତି । ଓଲଟା ଆବେଦନକାରୀଙ୍କୁ ଟିଭି ନଦେଖିବାକୁ ପରାମର୍ଶ ଦେଇଛନ୍ତି ବମ୍ବେ ହାଇକୋର୍ଟ(High Court rejected the PIL of Jain communities) ।

ମହାରାଷ୍ଟ୍ରର କେତେକ ଜୈନ ସମୁଦାୟ ସଂଘ ପକ୍ଷରୁ ଟିଭି ଓ ଅନ୍ୟ ସାଧାରଣ ସ୍ଥାନରେ ଆମିଷ ଖାଦ୍ୟ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଏଥିପାଇଁ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏଭଳି ବିଜ୍ଞାପନ ଦ୍ବାରା ଦେଶର ନାଗରିକଙ୍କ ଶାନ୍ତିରେ ରହିବାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇଥିଲେ ଜୈନ ସମୁଦାୟ । ମାମଲା ଦାଖଲ ହେବାପରେ ସୋମବାର ଏହାର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ ।

ବମ୍ବେ ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ, 'ଏଭଳି ବିଜ୍ଞାପନ ଦ୍ବାରା ଯଦି କୌଣସି ବ୍ୟକ୍ତିବିଶେଷଙ୍କୁ ସମସ୍ୟା ହେଉଛି ତେବେ ସେମାନେ ଟିଭି ବନ୍ଦ କରି ଦିଅନ୍ତୁ ।' ଏହାପରେ କୋର୍ଟ ଏହି ମାମଲାକୁ ରଦ୍ଦ କରି ଦେଇଛନ୍ତି । ଜୈନ ସମୁଦାୟ ପକ୍ଷରୁ ବଞ୍ଚିବାର ମୌଳିକ ଅଧିକାରକୁ ଦର୍ଶାଇ ଏହି ମାମଲା ରୁଜୁ କରାଯାଇଥିଲା । ତେବେ କୋର୍ଟ ପୁନଃ ମାମାଲ ଦାଖଲ ଉପରେ ରୋକ ଲଗାଇ ନାହାନ୍ତି ।

ସେପଟେ ଜୈନ ସମୁଦାୟ ପକ୍ଷରୁ କୁହାଯାଇଛି ଯେ, 'ଯଦି କେହି ନିଜ ଇଚ୍ଛାରେ ଆମିଷ ଖାଇବାକୁ ଚାହୁଁଛନ୍ତି ତେବେ ଏଥିରେ ଆମର କୌଣସି ସମସ୍ୟା ନାହିଁ । କିନ୍ତୁ ଏହାକୁ ଆଖପାଖ ଅଞ୍ଚଳରେ ଘୋଷଣା କରିବାକୁ ଆମେ ବିରୋଧ କରୁଛୁ । ଏହାଦ୍ବାରା ସ୍ବାଧୀନ ଭାବରେ ବଞ୍ଚିବାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଆମିଷ ଖାଦ୍ୟ ବିଶେଷ କରି ମାଂସ ବିକ୍ରିକୁ ନେଇ ହେଉଥିବା ବିଜ୍ଞାପନକୁ ସମସ୍ତ ମିଡିଆରୁ ହଟାଇବାକୁ କୋର୍ଟରେ ଆବେଦନ କରିଥିଲେ ଆବେଦନାକାରୀ । ତେବେ ଏହାକୁ ରଦ୍ଦ କରିଛନ୍ତି ବମ୍ବେ ହାଇକୋର୍ଟ ।'

ABOUT THE AUTHOR

...view details