ନିମାପଡ଼ା: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ । ଆଜି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ସୂଚନା ମୁତାବକ 12 ବର୍ଷୀୟ ସ୍ମୃତିରେଖା ବରାଳ ଏବଂ 9 ବର୍ଷୀୟ ଶୁଭଶ୍ରୀ ବରାଳ ଉଭୟ ପଞ୍ଚାୟତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ସେଠାରୁ ଆଉ ଫେରି ନଥିଲେ । ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗୋପ ଥାନା ଡଭାର ଗାଁର ଶରତ ବରାଳ ଓ ବାପୁନି ବରାଳ ଦୁଇ ଭାଇଙ୍କ ଦୁଇ ଝିଅ ସ୍ମୃତିରେଖା ଏବଂ ଶୁଭଶ୍ରୀ । ଦୁଇ ଭଉଣୀ ଗାଁର ପଞ୍ଚାୟତ ପୋଖରାକୁ ଗାଧୋଇବାକୁ ଯାଇଥିଲେ । ହେଲେ ବହୁତ ସମୟ ପର୍ଯ୍ୟନ୍ତ ନଫେରିବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ । ତେବେ ସେମାନେ ଯାଇଥିବା ପୋଖରୀ ବନ୍ଧରେ ଦୁହିଁଙ୍କର ଚପଲ ଏବଂ ଡ୍ରେସ ରଖା ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପୋଖରୀ ଭିତରକୁ ଯାଇ ଖୋଜା ଖୋଜି କରିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଗୋପ ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ପରୀକ୍ଷା କରି ଦୁଇ ଭଉଣୀକୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଗୋପ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଚାରିଛକ ମେଡିକାଲକୁ ପଠାଇଛନ୍ତି ।