ETV Bharat / state

ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ - Cuttack Man Body Found

author img

By ETV Bharat Odisha Team

Published : Apr 24, 2024, 10:23 PM IST

Dead body Found in Pond
Dead body Found in Pond

Body Found in Pond: କଟକରେ ଗତକାଲି ଠାରୁ ନିଖୋଜ ଥିବା ଶରତ ନାଏକଙ୍କର ଆଜି ଘର ପାଖ ଏକ ପୋଖରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

Dead body Found in Pond

କଟକ: ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଆଜି ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନିଳକଣ୍ଠେଶ୍ବର ମନ୍ଦିର ନିକଟସ୍ଥ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ଶରତ ନାଏକ ବୋଲି ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ଏସସିବି ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ । ଅନ୍ୟପଟେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଶରତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକଙ୍କ ସ୍ତ୍ରୀର ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ଏବଂ ତାଙ୍କ ପଡ଼ୋଶୀ ଯୁବକଙ୍କର ଦୀର୍ଘଦିନ ଧରି ବଚସା ହୋଇଆସୁଥିଲା । ଏପରିକି ଅନେକ ଥର କଥା ହାତାହାତି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି । ତେବେ ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶରତ ବାହାରକୁ ଯାଇଥିଲେ ସତ ହେଲେ ଆଉ ସେଠାରୁ ଫେରି ନଥିଲେ । ସେ ନଫେରିବାରୁ ଘର ଲୋକ ଅନେକ ଖୋଜାଖୋଜି କରିଥିଲେ । ପରେ ତାଙ୍କୁ ନପାଇବାରୁ ପୋଲିସ ଥାନାରେ ନିଖୋଜ ଏତେଲା ଦେଇଥିଲେ । ପରେ ଘର ଆଗରେ ଥିବା ଏକ ପୋଖରୀରେ କିଛି ଭାସୁଥିବାର ଦେଖିବା ପାଇଥିଲେ ସ୍ଥାନୀୟ ଲୋକ । ପରେ ତାହା ଶରତଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା । ଏହାପରେ ପୋଲିସ ମୃତଦେହକୁ ଉଦ୍ଧାର କରି ଏସସିବିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ... ସୀମା ଟପିଲା ବର୍ବରତା; ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ - Murder In Mayurbhanj

ମୃତକ ଜଣକ ଜଣେ ବାତ ରୋଗୀ ଏବଂ ସେ ମଦ୍ୟପାନ କରିବା ସହିତ ସେହି ପୋଖରୀ ପାଖରେ ସେ ରହୁଥିବା ଜଣାପଡିଛି । ତେବେ ତାଙ୍କ ପରବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ସ୍ଥାନୀୟ ଥାନାଧିକାରୀ ପରିବାର ବର୍ଗଙ୍କୁ ପଚରାଉଚରା କରିଛନ୍ତି ।

ସେହିଭଳି ଗତ ସୋମବାର ଦିନ ଦ୍ବିପ୍ରହରରେ ସାନଚାଟରା ଗ୍ରାମର କିଛି ଯୁବକ ଗୋପାଳ ନାମକ ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମା’ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା । ଅଭିଯୋଗ ପାଇବା ପରେ ଝାରପୋଖରିଆ ଥାନା ପୋଲିସ କେଶ ନଂ ୯୫/୨୪ରେ ଏକ ହତ୍ୟା ମାମଲା ରୁଜୁ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.