ଓଡିଶା

odisha

ଚାଷୀଙ୍କ ପାଇଁ ଖୁସି ଖବର, ଜଳସେଚନ ପାଇଁ ଖର୍ଚ୍ଚ ହେବ ୭୩ କୋଟି ଟଙ୍କା

By ETV Bharat Odisha Team

Published : Mar 16, 2024, 9:37 PM IST

Cabinet Meeting: ଚଳିତ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

Cabinet Meeting
Cabinet Meeting

Cabinet Meeting

ଭୁବନେଶ୍ବର:ଚଳିତ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଚାଷୀଙ୍କ ପାଇଁ ଆସିଛି ଖୁସି ଖବର । ଜଳସେଚିତ ଅଞ୍ଚଳକୁ ବଢ଼ାଇବା ପାଇଁ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟକ ଚାଷୀ ପାଖକୁ କିପରି ପାଣି ପହଞ୍ଚିବ ସେଥିପ୍ରତି ଫୋକସ ଦିଆଯାଇଛି। ଆସନ୍ତା ୫ ବର୍ଷ ପାଇଁ ୨ ହଜାର ୪୦୦କିଲୋମିଟର ଅଞ୍ଚଳକୁ ଜଳସେଚିତ କରିବା ପାଇଁ ନୂଆ ଚ୍ୟାନେଲ ତିଆରି ହେବ । ଏଥିପାଇଁ ୭୩ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟବରାଦ କରାଯାଇଛି ।


୮୦ ହଜାର ହେକ୍ଟରକୁ କିପରି ଜଳ ସଂଯୋଗୀକରଣ ହୋଇପାରିବ ସେନେଇ ପ୍ରାଧାନ୍ୟ ଦିଆଯାଇଛି। ଆହୁରି ଦେଢ଼ ଲକ୍ଷ ହେକ୍ଟର ଚାଷ ଜମିର ସର୍ଭେ କରି ଚାଷୀମାନଙ୍କ ପାଖକୁ ପାଣି ପହଞ୍ଚାଇବାକୁ ଚେଷ୍ଟା କରାଯିବ । ତା ସହିତ ୨୦୦୮-୯ରେ ଥିବା କିଛି ଚ୍ୟାନେଲର ଅବସ୍ଥା ଖରାପ ଥିବାରୁ ସେସବୁର ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ୮୬୦କିଲୋମିଟର ପର୍ଯ୍ୟନ୍ତ ଥିବା ଚାଷଜମି ପାଇଁ ୬୨ହଜାର ହେକ୍ଟର ଜମି ବାବଦରେ ୫୭୪କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ସେହିପରି ରାଜ୍ୟରେ ଚାଷୀଙ୍କ ପାଇଁ ୟୁରିଆ ସାରର ଆବଶ୍ୟକତା ଦୃଷ୍ଟିରେ‌ ରଖି ରାଜସ୍ବ ପରିଚାଳନା ବିଭାଗ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି। ରାଜସ୍ବ ପରିଚାଳନାର ୬ଟି ପ୍ରସ୍ତାବ ଭିତରୁ ଏହା ଏକ ପ୍ରସ୍ତାବ ଯାହାକୁ କ୍ୟାବିନେଟରେ ପାସ କରାଯାଇଛି।ରାଜ୍ୟରେ ୟୁରିଆ ସାର ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଛି। ୧୯୭୧ ମସିହାର ତାଳଚେର ଫର୍ଟିଲାଇଜର କାର୍ଯ୍ୟକ୍ଷମ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ତାଳଚେର ଫର୍ଟିଲାଇଜରକୁ ସବ ଲିଜ କରାଯିବା ପାଇଁ ଯୋଜନା ହୋଇଛି। ୩୧କୋଟି ୩ ୨ଲକ୍ଷ ଟଙ୍କା ବ୍ୟୟରେ ୮୫୬ ଏକର ଜାଗାରେ ସବଲିଜ କରାଯିବା ନେଇ ଧାର୍ଯ୍ୟ ହୋଇଛି ।



ସେହିପରି କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ସେଣ୍ଟ୍ରାଲ ପୋଲଟ୍ରି ଫାର୍ମକୁ ସିଫ୍ଟ କରି ବାରଙ୍ଗ ପଞ୍ଚାୟତର ବେଣ୍ଟପୁର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି। ୯୩ କୋଟି ୪୭ଲକ୍ଷ ଟଙ୍କାର ମାଗଣାରେ ଜମି ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ରାଜସ୍ବ ପରିଚାଳନା ବିଭାଗ ଦ୍ବାରା ଲାଇସେନ୍ସ ପ୍ରାପ୍ତ ଷ୍ଟାମ୍ପ ଭେଣ୍ଡରଙ୍କ ପାଇଁ ଖୁସି ଖବର ଆସିଛି। ଷ୍ଟାମ୍ପ ପେପର ବିକ୍ରି ଉପରେ ଭେଣ୍ଡିର କମିସନ ବଢିଛି । ଅନଲାଇନରେ କିଣୁଥିବା ଷ୍ଟାମ୍ପ ପେପର ଉପରେ ପୂର୍ବରୁ ୦.୧୫‌ ପ୍ରତିଶତ କମିଶନ ଥିବାବେଳେ ଏବେ କିନ୍ତୁ ତାକୁ ବଢାଇ ୦.୮୫ ପ୍ରତିଶତ କରାଯାଇଛି ।

ଏହା ବି ପଢନ୍ତୁ...ମହାନଦୀରେ ହେବ ଆଉ ଏକ ସେତୁ, ୭ ବିଭାଗର ୧୪ ପ୍ରସ୍ତାବରେ କ୍ୟାବିନେଟ ମୋହର

ସେହିପରି କ୍ରୀଡ଼ା ବିକାଶ ପାଇଁ କଟକ ତହସିଲ କ୍ୟାଣ୍ଟନମେଣ୍ଟ ମଉଜାରେ ଥିବା ୨୦ଏକର ୮ଡିସିମିଲ ଜମିକୁ ଲିଜକୁ ନେଇ ନବୀକରଣ କରାଯାଇଛି । ଏକର ପିଛା ୧ ଟଙ୍କା ଖର୍ଚ୍ଚରେ ଏହି ନବୀକରଣ କରାଯାଇଛି। ଏସସିବି ମେଡିକାଲ କଲେଜ ପରିସରରେ ଥିବା ପବ୍ଲିକ ସ୍କୁଲକୁ ଉଚ୍ଛେଦ ପରେ ଚାଉଳିଆଗଞ୍ଜ ମୌଜାରେ କୋଠା ନିର୍ମାଣ ପାଇଁ ୨୯ କୋଟି ୩୭ ଲକ୍ଷ ଟଙ୍କା ପ୍ରଦାନ କରାୟାଇଛି । ପୂର୍ବରୁ ଅମିନମାନଙ୍କୁ ଆରଆଇ ପଦବୀକୁ ପ୍ରମୋସନ ପାଇଁ ୧୫ ବର୍ଷ ଲାଗୁଥିଲା । ଏବେ କିନ୍ତୁ ଆହୁରି ସହଜ ହେବ। ପ୍ରତି ୩ ବର୍ଷରେ ଥରେ ପ୍ରମୋସନ ମିଳିବ। ଏଆରଆଇ ଲେଭଲ ୨ ଓ କ୍ୟାଡ଼ର ପ୍ରମୋସନ ସହ ବର୍ଦ୍ଧିତ ଦରମା ମଧ୍ୟ ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details