ETV Bharat / state

ମହାନଦୀରେ ହେବ ଆଉ ଏକ ସେତୁ, ୭ ବିଭାଗର ୧୪ ପ୍ରସ୍ତାବରେ କ୍ୟାବିନେଟ ମୋହର

author img

By ETV Bharat Odisha Team

Published : Mar 16, 2024, 2:53 PM IST

Updated : Mar 16, 2024, 4:48 PM IST

କ୍ୟାବିନେଟ୍‌ ବୈଠକ
କ୍ୟାବିନେଟ୍‌ ବୈଠକ

State Cabinet Meeting: ଆଜି ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । 7 ବିଭାଗର 14 ପ୍ରସ୍ତାବରେ ମୋହର ବାଜିଛି । ଅଧିକ ପଢନ୍ତୁ

ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ 7ଟି ବିଭାଗର 14ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ର ମୋହର ବାଜିଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ତେବେ କ୍ୟାବିନେଟ୍ ମୋହର ବାଜିଥିବା ପ୍ରସ୍ତାବ ମଧ୍ୟରେ ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ଉଚ୍ଚଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ରହିଛି ।

କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ ହେବ । ଏନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହା ପୁର୍ତ୍ତ ବିଭାଗ ଅଧିନରେ କଟକ ଜିଲ୍ଲା ସାଲେପୁର ବ୍ଲକର ବ୍ରାହ୍ମଣକାଣ୍ଡ ସାହୁଖେତ ନିକଟରେ ନିର୍ମାଣ ହେବ । ଏହା କଟକ ପାରାଦ୍ବୀପ ରାସ୍ତା ବା ରାଜ୍ୟ ରାଜପଥ ୧୨ ସହ କଟକ ଚାନ୍ଦବାଲି ରାଜପଥ ୯କୁ ସଂଯୋଗ କରିବ । ଏହି ସେତୁ ପାଇଁ ଟେଣ୍ଡର ଗ୍ରହଣ କରାଯାଇଥିବା ବେଳେ ଏନେଇ ସରକାର ଅନୁମୋଦନ କରିଛନ୍ତି । ଏନେଇ କ୍ୟାବିନେଟରେ ୧୨୮ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି । ଆସନ୍ତା 36 ମାସ ବା 3 ବର୍ଷ ମଧ୍ୟରେ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ସେତୁ ନିର୍ମାଣ ହେତୁ କଟକ-ଚାନ୍ଦବାଲି ଏବଂ କଟକ-ପାରାଦ୍ବୀର ରାସ୍ତାରେ ଯାତାୟତ ସହଜ ହେବ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକ: ୧୦ ବିଭାଗର ୧୭ ପ୍ରସ୍ତାବରେ ମୋହର

ସେହିପରି ରାଜ୍ୟରେ ଶକ୍ତି ସଞ୍ଚୟ ଓ ପରିଚାଳନା ଶକ୍ତି ବିଭାଗ ପକ୍ଷରୁ ୬ଟି ନୂଆ ଗ୍ରିଡ ସ୍ଥାପନା ପାଇଁ ବ୍ୟୟ ମଞ୍ଜୁର ହୋଇଛି । ଶକ୍ତି ବିଭାଗ ଅଧିନରେ ଥିବା ଏହି କ୍ଷେତ୍ରରେ ଅତିରିକ୍ତ ଶକ୍ତିର ଆବଶ୍ୟକ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ଟ୍ରାନ୍ସମିଶନ ଫେଜ ୨ ଅନୁମୋଦନ କରିଛନ୍ତି । ୧୮୨୭ କୋଟିର ବ୍ୟୟରେ ୬ଟି ନୂଆ ଗ୍ରିଡ ସ୍ଥାପନ କରାଯିବ । ଖୋର୍ଦ୍ଧା, ପାରାଦ୍ବୀପ, ଅନୁଗୁଳ, ଭଦ୍ରକ ଭଣ୍ଡାରିପୋଖରୀରେ ନିର୍ମାଣ ହେବ ।

ସିଙ୍ଗଲ ଲାଇନକୁ ଡବଲ କରାଯିବ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୧୮୪୫କୋଟିର ମଞ୍ଜୁରୀ ହୋଇଥିବା ବେଳେ ୩୦ପ୍ରତିଶତ ରାଜ୍ୟ ସରକାର ମଞ୍ଜୁର କରିବେ ଏବଂ ବଳକା ଓପିଟିସିଏଲ ବହନ କରିବା ନେଇ ସୂଚନା ଦିଆଯାଇଛି । ସେହିପରି ରାଜସ୍ବ ପରିଚାଳନାରେ ୬ଟି ପ୍ରସ୍ତାବ, ମତ୍ସ୍ୟ ଓ‌ ପଶୁ ସମ୍ପଦ ବିଭାଗ ସହ ଉଚ୍ଚ ଶିକ୍ଷା ବିଭାଗ, ଜଳ ସମ୍ପଦ‌ ବିଭାଗ ଓ‌ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ମୋହର ଲଗାଇଛନ୍ତି ।

ଓଡ଼ିଶା ଭେଟନାରି ଟେକ୍ନିକାଲ ସର୍ଭିସ କ୍ୟାଡ଼ର ରିଷ୍ଟ୍ରକଚର ହୋଇଛି । କ୍ୟାଡର କ୍ଷମତା ୪୦୩୯ଟି ରହିଥିବା ବେଳେ ୪୧୫୮ଟି ହେଲା । ସିନିୟର ଲାଇଫ ଷ୍ଟକ୍ ଏସଟେନସେନ ଓଭରସିୟର ପର୍ଯନ୍ତ ହୋଇପାରିବେ। ତା ସହିତ ଲାଇଭ ଷ୍ଟକ୍ ଟେକ୍ନିସିଆନ, ସବ ଆସିଷ୍ଟାଣ୍ଟ ସର୍ଜନ ମଧ୍ୟ ପଦବି ତିଆରି ହୋଇଛି । ସେହିପରି ସାଧାରଣ ପ୍ରଶାସନ ଜିଏ ବିଭାଗ ପକ୍ଷରୁ ଉତ୍କଳ ଯାଦବ ମହାସଭାର ଯାଦବ ଭବନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଚନ୍ଦ୍ରଶେଖର ପୁର ମଉଜାରେ ଅଧ ଏକର ଜାଗାରେ ବିନା ପ୍ରିମିୟମରେ ଜାଗା ଦେବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଉଚ୍ଚ ଶିକ୍ଷା ବିଭାଗର ବେସରକାରୀ ପ୍ରାପ୍ତ, ଜୁନିୟର କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍କୁଲ ଥିଲା ତାକୁ ଗ୍ରାଣ୍ଡ ଇନ୍ ଏଡରେ ସାମିଲ କରାଯାଉଛି। ୨୦୦୧ମସିହାର ଜନଗଣନା ଭିତ୍ତିରେ ଯେଉଁଭଳି ସାମିଲ ହେଉଥିଲା, ୨୦୧୧ ଭିତ୍ତିରେ ଯେଉଁ କଲେଜ ଛାଡ଼ି ଯାଇଥିଲେ ସେସବୁକୁ ଏଭଳି ଗ୍ରାଣ୍ଡ ଇନ୍ଏଡରେ ସାମିଲ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 16, 2024, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.