ଓଡିଶା

odisha

ଝାରସୁଗୁଡ଼ାରେ କ୍ରିକେଟ ଷ୍ଟାଡିୟମ ସହ ମହିଳା କ୍ରିକେଟ ଏକାଡେମୀ ଉଦଘାଟିତ

By ETV Bharat Odisha Team

Published : Feb 27, 2024, 10:45 PM IST

New Cricket Stadium In Jharsuguda: ଆଜି ଝାରସୁଗୁଡ଼ା ଜିଲ୍ଲାର ମାଲିମୁଣ୍ଡା ଠାରେ ଉଦଘାଟନ ହୋଇଛି ବହୁ ପ୍ରତୀକ୍ଷିତ କ୍ରିକେଟ ଷ୍ଟାଡିୟମ । ଏହା ସହିତ ଆରମ୍ଭ ହେବାକୁ ଯାଉଛି ମହିଳା କ୍ରିକେଟ ଏକାଡେମୀ । ଅଧିକ ପଢନ୍ତୁ

ଝାରସୁଗୁଡ଼ାରେ କ୍ରିକେଟ ଷ୍ଟାଡିୟମ ସହ ମହିଳା କ୍ରିକେଟ ଏକାଡେମୀ ଉଦଘାଟିତ
ଝାରସୁଗୁଡ଼ାରେ କ୍ରିକେଟ ଷ୍ଟାଡିୟମ ସହ ମହିଳା କ୍ରିକେଟ ଏକାଡେମୀ ଉଦଘାଟିତ

ଝାରସୁଗୁଡ଼ାରେ କ୍ରିକେଟ ଷ୍ଟାଡିୟମ ସହ ମହିଳା କ୍ରିକେଟ ଏକାଡେମୀ ଉଦଘାଟିତ

ଝାରସୁଗୁଡା: କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ନେଇଛନ୍ତି ସ୍ବାଗତଯୋଗ୍ୟ ପଦକ୍ଷେପ । ଝାରସୁଗୁଡା ଜିଲ୍ଲାରେ କ୍ରିକେଟ ଇତିହାସରେ ଯୋଡି ହୋଇଛି ଏକ ନୂଆ ଅଧ୍ୟାୟ । ଝାରସୁଗୁଡାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ଆଜି ଝାରସୁଗୁଡ଼ା ଜିଲ୍ଲାର ମାଲିମୁଣ୍ଡା ଠାରେ ଉଦଘାଟନ ହୋଇଛି ବହୁ ପ୍ରତୀକ୍ଷିତ କ୍ରିକେଟ ଷ୍ଟାଡିୟମ । ଏହା ସହିତ ଆରମ୍ଭ ହେବାକୁ ଯାଉଛି ମହିଳା କ୍ରିକେଟ ଏକାଡେମୀ । ଆଜି ଭିଡିଓ କନଫେରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଝାରସୁଗୁଡ଼ା ସହରସ୍ଥିତ ମାଲିମୁଣ୍ଡାଠାରେ ପ୍ରାୟ ୩୦ ଏକରର ଏକ ଷ୍ଟାଡିୟମ ୨୦୧୬ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୧୮ ରେ ସମ୍ପୂର୍ଣ୍ଣ ମଧ୍ୟ ହୋଇଥିଲା । ଓସିଏର ପୂର୍ବତନ ଯୁଗ୍ମ ସମ୍ପାଦକ ମହତାବ ଖାଁ କହିଛନ୍ତି ଯେ, ଏହି ଷ୍ଟାଡିୟମ ଦୀର୍ଘଦିନର ସ୍ବପ୍ନ ଥିଲା ଯାହା ଆଜି ସତ ହୋଇଛି । କଟକର ବାବବାଟୀ ଷ୍ଟାଡିୟମ ପରେ ଏହା ଦ୍ବିତୀୟ ସର୍ବଶ୍ରେଷ୍ଠ ଷ୍ଟାଡିୟମ । ତେଣୁ ଆମେ ପ୍ରୟାସ କରୁଛୁ ଯେ ଆସନ୍ତା ରଣଜୀ ସିଜିନରେ କିଛି ମ୍ୟାଚ୍ ଏହି ଷ୍ଟାଡିୟମରେ ହେବା ପାଇଁ । ଏହା ସହ ମହିଳା କ୍ରିକେଟ ଟିମ ପାଇଁ କୋଚ ଚୟନ ସରିଛି ଏବଂ ଟ୍ରେନିଂ ପାଇଁ କଟକ ଯାଇଛନ୍ତି । ଆଶାବାଦୀ ଅଛୁ ଯେ ଆଗାମୀ ଦିନରେ ଆମେ ଆଇପିଏଲ ମ୍ୟାଚ୍ ଆୟୋଜନ କରିବୁ । ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରଜ୍ବଲ ପଟେଲ କହିଛନ୍ତି ଯେ ଏଠାରେ ଥିବା ଟର୍ଫ ୱିକେଟ ଫଳରେ କ୍ରିକେଟର ମାନଙ୍କୁ ଅନେକ ସାହାର୍ଯ୍ୟ ହୋଇପାରିବ । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଶହ ଶହ କୋଟି ଖର୍ଚ୍ଚ କରି ଭିତ୍ତିଭୂମି ତିଆରି କଲେ ଖେଳର ବିକାଶ ହୁଏ ନାହିଁ: ବିଜେପି

କ୍ରିକେଟ ଏକାଡେମୀ ଖୋଲିବାକୁ ନେଇ ଝାରସୁଗୁଡା ମହିଳା କ୍ରିକେଟର ବେଶ ଉତ୍ସାହିତ ଅଛନ୍ତି। ଆଗକୁ ଏହି ଷ୍ଟାଡିୟମରେ ଅନେକ ଜାତୀୟସ୍ତରୀୟ କ୍ରିକେଟ ମ୍ୟାଚ କରାଯିବ ବୋଲି ଅତିଥିମାନେ ମତଦେଇଥିଲେ । ମାଲିମୁଣ୍ଡା ଠାରେ ୩୦ ଏକର ଜମିରେ ଏମସିଏଲ୍ ପକ୍ଷରୁ ପ୍ରାୟ ୧୫.୪୮ କୋଟି ଟଙ୍କା ବ୍ୟୟରେ ଷ୍ଟାଡିଅମର ନିର୍ମାଣ ହୋଇଥିବା ବେଳେ ଗ୍ୟାଲେରୀ ନିର୍ମାଣ ପାଇଁ ପ୍ରାୟ ୧୫କୋଟି ଟଙ୍କା ଏବଂ ପଡ଼ିଆ ଉନ୍ନତିକରଣ ପାଇଁ ପ୍ରାୟ ୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଗାମୀ ଦିନରେ ଏହି ଷ୍ଟାଡିୟମରେ ରଣଜୀ ଟ୍ରଫି ଭଳି ଖେଳ ଖେଳିବା ଲକ୍ଷ୍ୟ ରଖିଛି ଜିଲ୍ଲା କ୍ରିକେଟ ଆସୋସିଏସନ । ଏହି ଷ୍ଟାଡିୟମଟି ଉଦଘାଟନ ହେବା ପରେ ସ୍ଥାନୀୟ ଜନସାଧାରଣ ଓ ଖେଳ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details