ETV Bharat / state

ଶହ ଶହ କୋଟି ଖର୍ଚ୍ଚ କରି ଭିତ୍ତିଭୂମି ତିଆରି କଲେ ଖେଳର ବିକାଶ ହୁଏ ନାହିଁ: ବିଜେପି

author img

By ETV Bharat Odisha Team

Published : Feb 27, 2024, 9:17 PM IST

ଶହ ଶହ କୋଟି ଖର୍ଚ୍ଚ କରି ଭିତ୍ତିଭୂମି ତିଆରି କଲେ ଖେଳର ବିକାଶ ହୁଏ ନାହିଁ: ବିଜେପି
ଶହ ଶହ କୋଟି ଖର୍ଚ୍ଚ କରି ଭିତ୍ତିଭୂମି ତିଆରି କଲେ ଖେଳର ବିକାଶ ହୁଏ ନାହିଁ: ବିଜେପି

Barabati Stadium Demolition: ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ କରିବା ନିଷ୍ପତ୍ତି ରାଜ୍ୟର କ୍ରୀଡାବିତ ମାନଙ୍କ ମନକୁ ଆନ୍ଦୋଳିତ କରିଛି । ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ ରାଜ୍ୟ ସରକାର ଜାଣିବା ଦରକାର ଯେ କେବଳ ଶହ ଶହ କୋଟି ଟଙ୍କା ଭିତ୍ତିଭୂମି ତିଆରି କରିଦେଲେ ଖେଳର ବିକାଶ ହୁଏ ନାହିଁ । ଏଭଳି ଢଙ୍ଗରେ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ

ଶହ ଶହ କୋଟି ଖର୍ଚ୍ଚ କରି ଭିତ୍ତିଭୂମି ତିଆରି କଲେ ଖେଳର ବିକାଶ ହୁଏ ନାହିଁ: ବିଜେପି

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ କରିବା ନିଷ୍ପତ୍ତି ରାଜ୍ୟର କ୍ରୀଡାବିତ ମାନଙ୍କ ମନକୁ ଆନ୍ଦୋଳିତ କରିଛି । ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ ରାଜ୍ୟ ସରକାର ଜାଣିବା ଦରକାର ଯେ କେବଳ ଶହ ଶହ କୋଟି ଟଙ୍କା ଭିତ୍ତିଭୂମି ତିଆରି କରିଦେଲେ ଖେଳର ବିକାଶ ହୁଏ ନାହିଁ । ଭଲ ଖେଳାଳି ସୃଷ୍ଟି ହେଲେ ଓଡ଼ିଶାର ନାଁ ଉପରକୁ ଯିବ । ବଡ ବଡ ପ୍ରକଳ୍ପ କରି ରାଜ୍ୟ ସରକାର କେବଳ ଅର୍ଥ ହରିଲୁଟ କରିବାର ଯୋଜନା କରୁଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଡ ଇଭେଣ୍ଟ କରୁଛନ୍ତି । ବାରବାଟୀ ଷ୍ଟାଡିୟମର ନବୀକରଣ ବେଳେ ଐତିହ୍ୟ ସ୍ମୃତି ଗୁଡ଼ିକୁ ଭଙ୍ଗାନଯାଉ ବୋଲି ଦାବି କରିଛି ଦଳ ।

ଦଳୀୟ କାର୍ଯ୍ୟାଳଯରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ‘‘ବାରବାଟୀ ଷ୍ଟାଡିୟମ ଭଙ୍ଗା ଯାଇ ନୂଆ ଷ୍ଟାଡିୟମ ନିର୍ମାଣ କରିବା ନିଷ୍ପତ୍ତି ରାଜ୍ୟର କ୍ରୀଡାବିତ ମାନଙ୍କ ମନକୁ ଆନ୍ଦୋଳିତ କରିଛି । ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ ରାଜ୍ୟ ସରକାର ଜାଣିବା ଦରକାର ଯେ କେବଳ ଶହ ଶହ କୋଟି ଟଙ୍କା ଭିତ୍ତିଭୂମି ତିଆରି କରିଦେଲେ ଖେଳର ବିକାଶ ହୁଏ ନାହିଁ । ଭଲ ଖେଳାଳି ସୃଷ୍ଟି ହେଲେ ଓଡ଼ିଶାର ନାଁ ଉପରକୁ ଯିବ । ବଡ଼ ବଡ଼ ପ୍ରକଳ୍ପ କରି ରାଜ୍ୟ ସରକାର କେବଳ ଅର୍ଥ ହରିଲୁଟ କରିବାର ଯୋଜନା କରୁଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଡ଼ ଇଭେଣ୍ଟ କରୁଛନ୍ତି । ବାରବାଟୀ ଷ୍ଟାଡିୟମର ନବୀକରଣ ବେଳେ ଐତିହ୍ୟ ସ୍ମୃତି ଗୁଡ଼ିକୁ ଭଙ୍ଗାନଯାଉ ।’’

ଅଧିକ ପଢନ୍ତୁ- ଆଜି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବେ ୨୦ ହଜାର ଦର୍ଶକ

ସୂଚନାଯୋଗ୍ୟ ଯେ, ସଂପୂର୍ଣ୍ଣ ରୂପେ ଭଙ୍ଗାଯିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ବର୍ତ୍ତମାନ ଯେଉଁ ଷ୍ଟାଡିୟମ ରହିଛି, ତାକୁ ପୁରାପୁରି ଭଙ୍ଗା ଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ। ଏଥିରେ ଅତ୍ୟାଧୁନିକ ସୁବିଧା ସୁବିଧା ମଧ୍ୟ ରହିବ। ୧୯୫୨ରେ ବାରବାଟୀର ତଳ ଅଂଶ ନିର୍ମିତ ହୋଇଥିଲା। ଏହା ବି ପୁରୁଣା ହେଲାଣି। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି। ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ । ଏଥିରେ ବକେଟ ସିଟ ରହିବ। ବିସିସିଆଇ ଓସିଏ ଏବଂ ଓଡ଼ିଶା ସରକାର ମିଳିତ ସହଯୋଗରେ ଏହି କାମ ହେବ । ପୁନଃ ନିର୍ମାଣ ପାଇଁ ମୋଟ ୬୦୦ କୋଟି ଟଙ୍କାର ଅଟକଳ ରଖାଯାଇଛି। ଏହି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ବାରବାଟୀ ଷ୍ଟାଡିୟମର ନବକଳେବର ଦ୍ବାରା କ୍ରୀଡାବିତଙ୍କୁ ନାନାଦି ସୁବିଧା ସୁଯୋଗ ମିଳିବ । ଗୋଟିଏ ସ୍ଥାନରେ କ୍ରୀଡାବିତ ରହିବା ସହ ଖେଳିପାରିବେ। ଆଜି ଏହାର ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.