ରାଉରକେଲା:ନିଖୋଜ ଆଦାବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରିଛି ଝାଡ଼ଖଣ୍ଡ ଜଲଡେଗା ପୋଲିସ । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ଦୋଷୀକୁ ତୁରନ୍ତ ଧରିବା ନେଇ ଗତକାଲି (ରବିବାର) ଥାନା ଘେରିଥିଲେ ଶତାଧିକ ମହିଳା ଓ ପୁରୁଷ ।
ସୂଚନା ମୁତାବକ, ରାଉରକେଲା ବିଶ୍ରା ଥାନା ତେତରକେଲା ପଞ୍ଚାୟତ ଝାରବେରଣା ଗାଁର ଆଦିବାସୀ ଚାଷୀ ମଙ୍ଗଳ ଓରାମ ଗତ ୨୯ ତାରିଖରେ ତାଙ୍କ ପିକଅପ୍ ଭ୍ୟାନରେ ପନିପରିବା ନେଇ ଝିରିପାଣି ହାଟକୁ ଯାଇଥିଲେ । ହେଲେ ଆଉ ଘରକୁ ନଫେରିବାରୁ ତା' ପରଦିନ ଅର୍ଥାତ ଗତ ୧ ତାରିଖରେ ଝିରିପାଣି ଥାନାରେ ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗତ ୩ ତାରିଖରେ ଗାଁର ଶତାଧିକ ମହିଳା ଝିରିପାଣି ଥାନାରେ ଧାରଣା ଦେବା ସହ ଗତ ୭ ତାରିଖରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ବରେ ଏସପି ଅଫିସ ଘେରାଉ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଦ୍ବିତୀୟ ପତ୍ନୀଙ୍କ ଘରୁ ମିଳିଲା ପ୍ରଥମ ପତ୍ନୀଙ୍କ ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ