ଓଡିଶା

odisha

ଚିଲିକା ସୁରକ୍ଷା ମାମଲାରେ ସତ୍ୟପାଠ ଦାଖଲ କଲେ ସରକାର, ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

By ETV Bharat Odisha Team

Published : Jan 31, 2024, 8:30 AM IST

Chilika unauthorized prawn Gheri matter: ଚିଲିକା ଚିଙ୍ଗୁଡି ଘେରି ବେଆଇନ ଉଚ୍ଛେଦ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ସ୍ବତନ୍ତ୍ର ଚିଠା ନୀତିକୁ ଚୂଡାନ୍ତ କରିବା ପ୍ରକ୍ରିୟା ଜାରି ରହିଥିବା ସତ୍ୟପାଠରେ ଉଲ୍ଲେଖ । ଅଧିକ ପଢନ୍ତୁ

Chilika unauthorized prawn Gheri matter
ହାଇକୋର୍ଟରେ ଚିଲିକା ସୁରକ୍ଷା ମାମଲା

କଟକ:ଚିଲିକା ଚିଙ୍ଗୁଡି ଘେରି ବେଆଇନ ଉଚ୍ଛେଦକୁ ନେଇ ରୁଜ୍ଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରିଛନ୍ତି ଓଡି଼ଶା ହାଇକୋର୍ଟ ।ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସ୍ବତନ୍ତ୍ର ଚିଠା ନୀତିକୁ ଚୂଡାନ୍ତ କରିବା ପ୍ରକ୍ରିୟା ଜାରି ରହିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ନୀତି ଚୂଡାନ୍ତ ହେବା ପୂର୍ବରୁ ବିଭିନ୍ନ ଅଂଶିଦାରଙ୍କ ମତ ନିଆଯାଉଛି । ସେହିପରି ଚିଲିକା ହ୍ରଦକୁ କିପରି ସୁରକ୍ଷିତ ରଖିଯିବ ସେନେଇ ଏହି ନୀତି ପ୍ରସ୍ତୁତ କରାଯାଉଥିବା ସତ୍ୟପାଠ ଦାଖଲ କରିଛନ୍ତି ସରକାର । ତେବେ ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ତଥା ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦକୁ ନେଇ ରୁଜ୍ଜୁ ଏକ ଜନସ୍ବାର୍ଥ ମାମଲା ଆବେଦନ ହୋଇଥିବା ବେଳେ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ସତ୍ୟପାଠ ଅନୁଯାୟୀ, ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଚିଠା ନୀତିକୁ ଚୂଡାନ୍ତ କରିବା ପ୍ରକ୍ରିୟା ଜାରି ରହିଛି । ନୀତି ଚୂଡାନ୍ତ ହେବା ପୂର୍ବରୁ ବିଭିନ୍ନ ଅଂଶୀଦାରମାନଙ୍କ ମତ ନିଆଯାଉଛି । ସେହିପରି ଚିଲିକା ହ୍ରଦକୁ କିପରି ସୁରକ୍ଷିତ ରଖିଯିବ ସେନେଇ ଏହି ନୀତି ପ୍ରସ୍ତୁତ କରାଯାଉଥିବା ସତ୍ୟପାଠ ଦାଖଲ କରିଛନ୍ତି ସରକାର ।

ଅନ୍ୟପଟେ ଏହି ସତ୍ୟପାଠର କପି ଆମିକସ୍ କ୍ୟୁରି ଓ ଅନ୍ୟପକ୍ଷମାନଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ଏହା ବି ପଢନ୍ତୁ.. ପୋଲିସ ଏସ୍‌ଆଇ ନିଯୁକ୍ତି ଉପରେ ଅନ୍ତରୀଣ ନିର୍ଦ୍ଦେଶ ଲଗାଇଲେ ହାଇକୋର୍ଟ

ଏହି ମାମଲାରେ ପୂର୍ବରୁ ରାଜ୍ୟ ସରକାର ଦର୍ଶାଇଥିଲେ ଯେ, ପାରମ୍ପରିକ ମତ୍ସ୍ୟଜୀବୀ, ଅଣପାରମ୍ପରିକ ମତ୍ସ୍ୟଜୀବୀ ଓ ଚିଲିକା ଉପକୂଳବାସୀଙ୍କ ସ୍ବାର୍ଥ ତଥା ଜୀବନଜୀବିକା ସହ ଚିଲିକାର ଜୈବ ବିବିଧତା ଆଦି ପ୍ରସଙ୍ଗ ଜଡିତ ଥିବାରୁ ନୀତି ଚୂଡାନ୍ତ ହେବା ପୂର୍ବରୁ ସମସ୍ତଙ୍କ ମତାମତ ନିଆଯାଉଛି । ଏନେଇ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ପ୍ରାକ୍ତନ ପରାମର୍ଶଦାତା ଡକ୍ଟର ଭି.ସମ୍ପଥିନ ଓ ସାଉଥ ଏସିଆ ୱେଟଲ୍ୟାଣ୍ଡ ଇଣ୍ଟରନ୍ୟାସନାଲ ନିର୍ଦ୍ଦେଶକ ଡକ୍ଟର ରିତେଶ କୁମାରଙ୍କୁ ବିଶେଷଜ୍ଞ ଭାବେ ନିୟୋଜିତ କରାଯାଉଛି । ଚିଲିକାର ସୁରକ୍ଷା ପାଇଁ ପ୍ରଣୟନ କରାଯିବାକୁ ଥିବା ଏହି ନୀତିରେ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ସହିତ ବେଆଇନ ଘେରି ଉଚ୍ଛେଦ ପ୍ରସଙ୍ଗକୁ ବିଚାରକୁ ନିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଅବଗତ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details