ଓଡିଶା

odisha

କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

By ETV Bharat Odisha Team

Published : Jan 25, 2024, 2:23 PM IST

District planning committee meeting: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ
ଜିଲ୍ଲା ଯୋଜନା କମିଟି ବୈଠକ
district planning committee meeting

ଭୁବନେଶ୍ବର: କେନ୍ଦ୍ରାପଡ଼ାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି (ବୁଧବାର) କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ଏହି ବୈଠକ ବସିଥିଲା । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ କୃଷିମନ୍ତ୍ରୀ । ଜିଲ୍ଲାରେ ଉପଲବ୍ଧ ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ସୁବିନିଯୋଗ କରି ଜିଲ୍ଲାକୁ ମହାବିକାଶ ପର୍ବରେ ଆଗେଇ ନେବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବିନା ପ୍ରସ୍ତୁତିରେ ଜିଲ୍ଲା ଯୋଜନା କମିଟି ବୈଠକ, ଅଧିକାରୀଙ୍କୁ ତାଗିଦ କଲେ ଜିଲ୍ଲପାଳ

ବୈଠକରେ ଜିଲ୍ଲାର ବାତ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ପିଇବା ପାଣିର ସୁବିଧା ଓ ଭୂତଳ ବିଦ୍ୟୁତ ସଂଯୋଗର ବ୍ୟବସ୍ଥାକୁ ଅଗ୍ରାଧିକାର ଓ ବସ୍ତି ଅଞ୍ଚଳ ଉନ୍ନୟନ ନିମନ୍ତେ ନୂତନ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ମନ୍ତ୍ରୀ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିମଳ, ଉଠା ଜଳସେଚନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ପୂର୍ତ୍ତ ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ବୈଠକରେ ଡ୍ରେନେଜ ବ୍ୟବସ୍ଥାର ଉନ୍ନତି, ରାଜନଗରର ଡାଙ୍ଗମାଳରେ ଦମକଳ କେନ୍ଦ୍ର ସ୍ଥାପନ, କଟକ-ଚାନ୍ଦବାଲି ରାସ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ ସ୍ଥାନାନ୍ତରଣ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷରେ ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନା ଅନୁମୋଦନ ହୋଇଛି । ଏହା ସହିତ ୨୦୨୪-୨୫ ବର୍ଷରେ ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନାର ଚିଠା ପ୍ରସ୍ତାବ ଏବଂ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷର ଜରୁରୀକାଳୀନ ପାଣ୍ଠିର ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।


ଏହା ମଧ୍ୟ ପଢନ୍ତୁ- ଏକବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୪୬୩ କୋଟି ଅନୁମୋଦନ


କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଫିସର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଓ ଯୋଜନା କମିଟିର ସଦସ୍ୟମାନଙ୍କ ସମେତ ଉପନିର୍ଦ୍ଦେଶିକା, ଯୋଜନା ଓ ପରିସଂଖ୍ୟାନ, ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ ଆରତୀ ନାୟକ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details