ETV Bharat / state

ସନ୍ଦେହରୁ ହତ୍ୟା, ପ୍ରଶାନ୍ତ ମୃତ୍ୟୁ ଘଟଣାରେ 2 ଗିରଫ - PRASANT MURDER CASE

author img

By ETV Bharat Odisha Team

Published : May 22, 2024, 10:19 PM IST

Two Accused Arrested in Murder Case: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଭିନ୍ନଳା ଗାଁର ପ୍ରଶାନ୍ତ ଜେନା ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

Two Accused Arrested in Murder Case
Two Accused Arrested in Murder Case (ETV Bharat Odisha)

Two Accused Arrested in Murder Case (ETV Bharat Odisha)

ଗଜପତି: ହତ୍ୟା ଘଟଣାର ଦୁଇ ଅଭିଯୁକ୍ତ ଗିରଫ କଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭିନ୍ନଳା ଗାଁର 40 ବର୍ଷୀୟ ସୀମାଞ୍ଚଳ ପ୍ରଧାନ ଏବଂ ୩୨ ବର୍ଷୀୟ ସନ୍ତୋଷ ସ୍ବାଇଁ । ତେବେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଭିନ୍ନଳା ଗାଁର ପ୍ରଶାନ୍ତ ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗୁରାଣ୍ଡି ଥାନା ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୩ଟି ମୋଟର ସାଇକେଲ, ଗୋଟିଏ ରକ୍ତ ଭିଜା ବାଡି ଏବଂ ଗୋଟିଏ ଲୁହା ପାଇପ ଜବତ କରିଛି । ଯାହାର ସୂଚନା ଆଜି (ବୁଧବାର) ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ କହିଛନ୍ତି । ତେବେ ତିନି ଜଣ ଫେରାର ଥିବା ବେଳେ ତାଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ନାୟକ କହିଛନ୍ତି ।

ସୂଚନା ଅନୁସାରେ, ମୃତକ ପ୍ରଶାନ୍ତ ଏବଂ ଅଭିଯୁକ୍ତ ସୀମାଞ୍ଚଳ ଗୋଟିଏ ଗାଁର ହୋଇଥିବା ବେଳେ ଉଭୟେ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆହୁରି ନିବିଡ ହୋଇଥିଲା । କିଛି ଦିନ ହାଇଦ୍ରାବାଦରେ କାମ କରିବା ପରେ ପ୍ରଶାନ୍ତ କୌଣସି କାରଣରୁ ଗାଁକୁ ଫେରିଆସିଥିଲେ । ହେଲେ ସୀମାଞ୍ଚଳ ହାଇଦ୍ରାବାଦରେ ହିଁ ରହିଥିଲେ । ଗାଁକୁ ଫେରିବା ପରେ ପ୍ରଶାନ୍ତ ସମ୍ପର୍କ ଦୃଷ୍ଟିରୁ ସୀମାଞ୍ଚଳଙ୍କ ଘରକୁ ଯିବା ଆସିବା କରୁଥିଲେ । ହେଲେ ସୀମାଞ୍ଚଳଙ୍କ ସ୍ତ୍ରୀଙ୍କ ସହ ପ୍ରଶାନ୍ତଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଗାଁରେ ଏକ ଅପପ୍ରଚାର ସୃଷ୍ଟି ହୋଇଥିଲା । ଯାହାକୁ ସହିନପାରି ସୀମାଞ୍ଚଳଙ୍କ ସ୍ତ୍ରୀ ଗତ ଫେବୃୟାରୀ ମାସରେ ଜୀବନ ହାରିଥିଲେ ।

ଏଥି ପାଇଁ ପ୍ରଶାନ୍ତ ହିଁ ଦାୟୀ ବୋଲି ସୀମାଞ୍ଚଳ ଏବଂ ତାଙ୍କ ସମ୍ପର୍କୀୟମାନେ ସନ୍ଦେହ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ସେହି ଦିନ ଠାରୁ ପ୍ରଶାନ୍ତ ଗାଁ ଛାଡି ବାହାରକୁ ଚାଲି ଯାଇଥିଲେ । ବାହାରେ ରହି କୁଣ୍ଡା ବ୍ୟବସାୟ କରିବା ସହ ଗାଁରେ ରହୁଥିବା ମା’ଙ୍କ ନିକଟକୁ ଟଙ୍କା ପଠାଉଥିଲେ । ଗତ ୧୮ତାରିଖ ଦିନ ସନ୍ଧ୍ୟାରେ ପ୍ରଶାନ୍ତ ଏବଂ ତାଙ୍କ ବନ୍ଧୁ ସରଧାପୁର ପୋଖରୀ ନିକଟରେ ବସିଥିବା ସମ୍ପର୍କରେ ସୀମାଞ୍ଚଳ ଖବର ପାଇବା ପରେ ତାଙ୍କ ସମ୍ପର୍କୀୟଙ୍କ ସହ ସେହି ସ୍ଥାନକୁ ଯାଇ ଆକ୍ରମଣ କରିଥିଲେ । ପ୍ରଶାନ୍ତ ଏବଂ ତାର ସାଙ୍ଗର ଚିତ୍କାର ଶୁଣି ସରଦଆପୁର ଗାଁର କିଛି ଲୋକ ସେହି ସ୍ଥାନକୁ ଯିବାରୁ ଆକ୍ରମଣକାରୀମାନେ ସେଠାରୁ ଚାଲିଯାଇଥିଲେ । ଏନେଇ ପରିବାର ଲୋକେ ଖବର ପାଇ ସେଠାରେ ପହଞ୍ଚି ଗୁରୁତର ପ୍ରଶାନ୍ତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଖଣି ଦୁର୍ନୀତି ମାମଲାରେ EDର ଗିରଫଦାରୀ, ସିଦ୍ଧାର୍ଥ ସ୍ପଞ୍ଜର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲ ଗିରଫ - Anand Agrawal Arrested By ED

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀକାକୁଲମ ନିଆଯାଉଥିବା ବେଳେ ବାଟରେ ପ୍ରଶାନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ଗୁରାଣ୍ଡି ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏଥିରେ ୫ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ସେଥିମଧ୍ୟରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପାରଳାଖେମୁଣ୍ଡି ଏସଡିପିଓ କହିଛନ୍ତି । ଘଟଣା ସ୍ଥଳରୁ ପୋଲିସ ଜବତ କରିଥିବା ୩ଟି ବାଇକ ମଧ୍ୟରୁ ଗୋଟିଏ ମୃତକଙ୍କ ହୋଇଥିବା ବେଳେ ଅନ୍ୟ ଦୁଇ ବାଇକ ଅଭିଯୁକ୍ତଙ୍କର ବୋଲି ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.