ETV Bharat / state

ସୁନାବେଡା ଅଭୟାରଣ୍ୟରେ ମାଓକ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ - Nuapada Mao Camp

author img

By ETV Bharat Odisha Team

Published : May 22, 2024, 10:39 PM IST

Updated : May 22, 2024, 10:46 PM IST

Mao Camp Busted: ଫେଲ୍ ମାରିଲା ମାଓବାଦୀଙ୍କ ଚାଲ୍ । କମ୍ବିଂ ଅପରେସନ ବେଳେ ନୂଆପଡ଼ା ଜିଲ୍ଲାରେ ଠାବ ହେଲା ମାଓକ୍ୟାମ୍ପ । ମାଓକ୍ୟାମ୍ପରୁ ନଗଦ 4 ଲକ୍ଷ 200 ଟଙ୍କା ଜବତ । ଅଧିକ ପଢନ୍ତୁ

MAO CAMP AND MAO MATERIAL SEIZED
MAO CAMP AND MAO MATERIAL SEIZED (ETV Bharat Odisha)

MAO CAMP AND MAO MATERIAL SEIZED (ETV Bharat Odisha)

ନୂଆପଡା: ସୁରକ୍ଷାକର୍ମୀଙ୍କୁ ସଫଳତା ଠାବ ହେଲା ମାଓକ୍ୟାମ୍ପ । କମ୍ବିଂ ଅପରେସନ ବେଳେ ସୁନାବେଡା ଅଭୟାରଣ୍ୟ ଶିବନାରାୟନପୁର ଗାଁ ନିକଟସ୍ଥ ଜଙ୍ଗଲରେ ମାଓକେମ୍ପ ଠାବ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।ଗତ ଦୁଇଦିନ ପୂର୍ବେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଶିବନାରାୟଣପୁର ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ SOG ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣେ ଯବାନଙ୍କ ବେକରେ ଗୁଳି ଲାଗିଲା । ଏହାପରେ SOG, DVF ଏବଂ CRPF ଯବାନ ମାଓବାଦୀଙ୍କୁ କଡ଼ା ଜବାବ ଦେଇଥିଲେ ।

ସୂଚନା ଯୋଗ୍ୟ, ସୁନାବେଡା ଅଭୟାରଣ୍ୟର ଶିବନାରାୟଣପୁର ଗାଁ ନିକଟସ୍ଥ ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନକୁ ଜୋରଦାର କରାଯାଇଥିଲା । ଅପରେଶନ ବେଳେ ଗୋଟିଏ ସ୍ଥାନରେ 20 ରୁ 24 ଜଣ ମାଓବାଦୀ ଏକାଠି ରହିଥିବା ଯବାନଙ୍କୁ ସୂଚନା ମିଳିଥିଲା । ପରେ ଜଙ୍ଗଲର ଚାରି ପଟେ ଘେରିଯାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ଯବାନ । ଫଳରେ ମାଓବାଦୀ ମାନେ କୌଣସି ଉପାୟ ନ ପାଇ ଜୀବନ ପଞ୍ଚାଇବା ପାଇଁ କ୍ୟାମ୍ପ ଛାଡି ଖସି ଚାଲି ଯାଇଥିଲେ । ପରେ ମାଓକ୍ୟାମ୍ପକୁ ଯବାନ ଦଖଲ କରି 42 ପ୍ରକାର ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ଯବାନ ।

ଯେଉଁଥିରେ ନଗଦ 4 ଲକ୍ଷ 200 ଟଙ୍କା ସହିତ 4 ଗୋଟି ଜୀବନ୍ତ ଗୁଳି, ଦେଶୀ ପିସ୍ତଲ, ରେଡ଼ିଓ, ବ୍ୟାଟେରୀ, ଶୋଳାର ଲାଇଟ ପ୍ଲେଟ, ପ୍ଲାଷ୍ଟିକ ରଶି, ମାଓ ପୋଷାକ, ଔଷଧ ଆଦି ବିଭିନ୍ନ ପ୍ରକାରର ମାଓସାମଗ୍ରୀ ପ୍ରଚୁର ପରିମାଣର ଜବତ କରିଛି କରିଥିଲେ ସୁରକ୍ଷା କର୍ମୀ ।ଏନେଇ ନୂଆପଡା ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡି ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ଆଣ୍ଟି ନକ୍ସଲ ଅପରେସନକୁ ଜୋରଦାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...... କମ୍ୱିଂ ଅପରେସନରେ ସିଆରପିଏଫ ଏସଓଜିଙ୍କୁ ସଫଳତା; ମାଓ କ୍ୟାମ୍ପ ଠାବ, ଅନେକ ସାମଗ୍ରୀ ଜବତ - Nuapada Mao Camp

ଅପରପକ୍ଷେ ଆଣ୍ଟି ନକ୍ସଲ ଅପରେସନ ବେଳେ ଆହତ ହୋଇଥିବା ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବା ସୂଚନା ଦେଇଛନ୍ତି ନୂଆପଡ଼ା ଆରକ୍ଷୀ ଅଧିକ୍ଷକ । ମାଓବାଦୀଙ୍କୁ ମାତ୍ ଦେବା ପାଇଁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିଛନ୍ତି ସୁରକ୍ଷା କର୍ମୀ । ତେବେ ଗୋଟିଏ ପଟେ ରାଜ୍ୟରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଚାଲି ଥିବାବେଳେ ଏଭଳି ମାଓକ୍ୟାମ୍ପ ହେବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଇଟିଭି ଭାରତ,ନୂଆପଡ଼ା

Last Updated : May 22, 2024, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.