ଓଡିଶା

odisha

ସରପଞ୍ଚ ସ୍ବାମୀଙ୍କ ଗୁଣ୍ଡାଗିରି, ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ

By ETV Bharat Odisha Team

Published : Feb 2, 2024, 7:29 AM IST

Attack On RTI Activist: ସୂଚନା ଅଧିକାର ଆଇନ ବଳରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗି ଯୁବକଙ୍କୁ ଆକ୍ରମଣ । ଯୁବକଙ୍କ ଛାତିରେ ଗଭୀର ଆଘାତ ଲାଗିଥିବେ ବେଳେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ସରପଞ୍ଚ ସ୍ବାମୀଙ୍କ ଗୁଣ୍ଡାଗିରି, ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ
ସରପଞ୍ଚ ସ୍ବାମୀଙ୍କ ଗୁଣ୍ଡାଗିରି, ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ

ସରପଞ୍ଚ ସ୍ବାମୀଙ୍କ ଗୁଣ୍ଡାଗିରି, ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ

ଖୋର୍ଦ୍ଧା: ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ମାଡ ଖାଇଲେ ଯୁବକ, ଆଉ ମାଡ଼ ମାରିଲେ ଖୋଦ ସରପଞ୍ଚଙ୍କ ସ୍ବାମୀ । ଏହିଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶଗଡଭଙ୍ଗା ପଞ୍ଚାୟତରୁ । ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ପଞ୍ଚାୟତରେ ଚାଲିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ ସମ୍ପର୍କରେ ସେହି ଗ୍ରାମର ସନ୍ତୋଷ କୁମାର ବେହେରା ତଥ୍ୟ ମାଗିଥିଲେ । ହେଲେ ଗତ ବୁଧବାର ସରପଞ୍ଚଙ୍କ ସ୍ୱାମୀ ଦୁର୍ଗା ଚରଣ ସ୍ୱାଇଁ ଗୁଣ୍ଡା ଲଗାଇ ସନ୍ତୋଷଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ତୋଷଙ୍କ ବାପା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।

ତେବେ ସୂଚନା ଅଧିକାର ଆଇନରେ କାହିଁକି ତଥ୍ୟ ମାଗିଛୁ କହି ଗତକାଲି ରାତିରେ ସନ୍ତୋଷଙ୍କୁ ଦୁର୍ଗା ଚରଣ ସନ୍ତୋଷଙ୍କ ସାର୍ଟ ଚିରି ଛାତିକୁ ଆକ୍ରମଣ କରିଥିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ କିନ୍ତୁ ଡାକ୍ତର ସେଠାରୁ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲେ । ସନ୍ତୋଷଙ୍କ ଏକ୍ସରେ କରାଯାଇଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି । ସେପଟେ କାହିଁକି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ଆକ୍ରମଣ କରାଯାଉଛି ଏବଂ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ ।

ଏହି ଘଟଣାକୁ ନେଇ ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ କହିଛନ୍ତି," କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । ଯଦି କୌଣସି ଅଭିଯୋଗ ଆସେ ତେବେ ଘଟଣାର ତଦନ୍ତ କରାଯିବ । ସେହିପରି ଶଗଡଭଙ୍ଗା ପଞ୍ଚାୟତର ସନ୍ତୋଷ ବେହେରା ସୂଚନା ଆଇନରେ ମାଗିଥିବା ତଥ୍ୟ ଆମେ ନିର୍ଦ୍ଧାରିତ ସମୟରେ ପ୍ରଦାନ କରିଛୁ । ସେହିପରି ଘଟଣା ସମ୍ପର୍କରେ ଶଗଡ଼ଭଙ୍ଗା ସରପଞ୍ଚ କିମ୍ବା ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।"

ଏହା ମଧ୍ୟ ପଢନ୍ତୁ....ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ କାରକୁ ପଥର ମାଡ, ଟିଏମସିକୁ ଘେରିଲା କଂଗ୍ରେସ

ସେହିପରି ଆମ ଓଡ଼ିଶା ନବୀନ ଓଡିଶା କାମରେ ସ୍ୱଚ୍ଛତା ରହୁନଥିବା ବେଳେ ଧରା ପଡିଯିବା ଭୟରେ ଏଭଳି ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି । ବେଗୁନିଆ ନିର୍ଚାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡିଶା କାମକୁ ଅନେକ ସ୍ଥାନରେ ଦଳୀୟ ଭିତିରେ କର୍ମୀଙ୍କୁ ଦିଆଯାଉଥିବା ବେଳେ ସରପଞ୍ଚଙ୍କ ବିନା ଜାଣତରେ କାର୍ଯ୍ୟ ହେଉଥିବା ବୋଲଗଡ ବ୍ଲକ ଧଳାପଥର ସରପଞ୍ଚ ନାରାୟଣ ସାହୁ ଅଭିଯୋଗ କରିଛନ୍ତି ।

ସରପଞ୍ଚ ନାରାୟଣ ସାହୁଙ୍କ କହିଛନ୍ତି ,"ପଞ୍ଚାୟତକୁ ଆମେ ଲୋକମାନଙ୍କ ଦ୍ବାରା ପ୍ରତ୍ୟେକ୍ଷ ଭାବେ ଭୋଟ ପାଇଁ ନିର୍ବାଚିତ ହୋଇଛୁ । ହେଲେ ସରକାର ଅନେକ ଲୋକାଭିମୁଖୀ ଯୋଜନା କରୁଥିବା କହୁଛନ୍ତି କିନ୍ତୁ ବାସ୍ତବରେ ତାହା ଆମେ ଜାଣିପାରୁନୁ । ତାହା ଆମକୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଉଛି । କେଉଁ ପ୍ରକଳ୍ପରେ କେତେ ଟଙ୍କା ବିନିଯୋଗ ହେଉଛି ତାହାର ସୂଚନା ବ୍ଲକ ଆମକୁ ଦେଉନି । "

ଇଟିଭି ଭାରତ ,ଖୋର୍ଦ୍ଧା

ABOUT THE AUTHOR

...view details