ଓଡିଶା

odisha

୭୫ତମ ପ୍ରତିଷ୍ଠା ଦିବସ ପାଳିଲା ନାଟୋ: ଋଷ-ୟୁକ୍ରେନ ଯୁଦ୍ଧରୁ କ'ଣ ମିଳିଲା ଶିକ୍ଷା? - SEVENTY FIVE YEARS OF NATO

By ETV Bharat Odisha Team

Published : Apr 9, 2024, 7:57 AM IST

75 Years Of NATO: ନିଜର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି ନାଟୋ (NATO) । ବ୍ରୁସେଲସ ସ୍ଥିତ ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ତେବେ ନାଟୋର ଆଭିମୁଖ୍ୟକୁ ନେଇ ପଢନ୍ତୁ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ଆଲେଖ୍ୟ ।

75 Years Of NATO
75 Years Of NATO

ଲେଖକ-ଜିତେନ୍ଦ୍ର କୁମାର ତ୍ରିପାଠୀ

ଅବସରପ୍ରାପ୍ତ ରାଷ୍ଟ୍ରଦୂତ

ହାଇଦ୍ରାବାଦ: 4 ଏପ୍ରିଲରେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (North Atlantic Treaty Organization) ୭୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ବ୍ରୁସେଲସ ସ୍ଥିତ ମୁଖ୍ୟାଳୟରେ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି ନାଟୋ । ଏହି କାର୍ଯ୍ୟକ୍ରମରେ 32 ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକତ୍ରିତ ହୋଇଥିଲେ । ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ପ୍ରଶଂସା କରି କହିଛନ୍ତି, "ନିଜର ଦୃଢ ସଂକଳ୍ପ ପାଇଁ ସଂଗଠନ ପୂର୍ବ ଅପେକ୍ଷା ବଡ଼, ଶକ୍ତିଶାଳୀ ଏବଂ ଏକଜୁଟ ହୋଇଛି ।" ଏହି ଅବସରରେ ଆୟୋଜନ ହୋଇଥିବା ଉତ୍ସବ ପାଇଁ ବ୍ରୁସେଲସରେ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ 'ମେନେକେନ ପିସ୍' ପ୍ରତିମୂର୍ତ୍ତିକୁ ମଧ୍ୟ ଦିନକ ପାଇଁ ସ୍ବତନ୍ତ୍ର ନାଟୋ ପୋଷାକ ପରିଧାନ କରାଯାଇଥିଲା । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (NATO)ର ସ୍ଥାପନା ମୁଖ୍ୟତଃ ବେଲଜିୟମ, କାନାଡା, ଡେନମାର୍କ, ଫ୍ରାନ୍ସ, ଆଇଲ୍ୟାଣ୍ଡ, ଇଟାଲୀ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ନରୱେ, ପର୍ତ୍ତୁଗାଲ, ୟୁନାଇଟେଡ କିଙ୍ଗଡମ ଦ୍ବାରା କରାଯାଇଥିଲା । ୧୯୪୯ ମସିହା ୪ ଏପ୍ରିଲରେ ୱାଶିଂଟନ ଡିସିରେ ଏହା ପ୍ରତିଷ୍ଠା କରାଯାଇଥିଲା ।

୨୦୨୨ ସୁଦ୍ଧା ଏହି ସଂଗଠନରେ ଆହୁରି ୧୮ ସଦସ୍ୟ ସାମିଲ ହେଲେ । ସେଥିମଧ୍ୟରୁ ଗ୍ରୀସ୍, ତୁର୍କୀ (ବର୍ତ୍ତମାନ ତୁର୍କୀ), ଜର୍ମାନୀ (FRG) ଏବଂ ପଶ୍ଚିମ ୟୁରୋପର ସ୍ପେନ ଏବଂ ଅବଶିଷ୍ଟ 14ଟି ପୂର୍ବ ୟୁରୋପର ରହିଥିଲେ । ଋଷ ଦ୍ବାରା ନିୟମିତ ଭାବେ ପ୍ରକାଶିତ ଚିନ୍ତାଧାରାକୁ ଅଣଦେଖା କରି ପୂର୍ବ ୟୁରୋପକୁ ପ୍ରାଧାନ୍ୟ ଦିଆଯାଇଥିଲା । ଫିନଲ୍ୟାଣ୍ଡ (2023) ଏବଂ ସ୍ବିଡେନ (2024) ହେଉଛନ୍ତି ନାଟୋର ନୂତନ ସଦସ୍ୟ । ନାଟୋ ଦ୍ବାରା ଘୋଷିତ ମୌଳିକ କାର୍ଯ୍ୟଗୁଡ଼ିକ ହେଲା ସୁରକ୍ଷା, ପରାମର୍ଶ, ପ୍ରତିରୋଧ ଏବଂ ପ୍ରତିରକ୍ଷା । ୟୁରୋ-ଆଟଲାଣ୍ଟିକ୍ ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବୃଦ୍ଧି ପାଇଁ ସଙ୍କଟ ପରିଚାଳନା ଏବଂ ସହଭାଗିତା ପାଇଁ ଆହ୍ବାନ ଦିଆଯାଇଛି । ନାଟୋରେ ଗଣତନ୍ତ୍ର, ସ୍ବାଧୀନତା, ଆଇନ ଏବଂ ଶାସନ ଭଳି ୪ଟି ଶାଖା ମଧ୍ୟ ଅଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଶୀତଳ ଯୁଦ୍ଧକୁ ରୋକିବାରେ ନାଟୋ ଅନେକ ସମୟରେ ସକ୍ଷମ ରହିଛି ।

ସୋଭିଏତ ବ୍ୟବସ୍ଥାର ପତନ ହେତୁ ଶୀତଳ ଯୁଦ୍ଧ ଶେଷରେ ନାଟୋ ପାଇଁ ପରିସ୍ଥିତି ବୋଧହୁଏ ବଦଳିଗଲା । ବର୍ତ୍ତମାନ ବିଶ୍ବ ଏକଚାଟିଆ ହୋଇଯାଇଛି ଏବଂ ଆମେରିକା ନେତୃତ୍ବରେ କୌଣସି ଦେଶ ନାଟୋକୁ ଚାଲେଞ୍ଜ କରିବା ସ୍ଥିତିରେ ନାହାନ୍ତି । ଏଭଳି ପରିସ୍ଥିତିରେ ନାଟୋ କାର୍ଯ୍ୟକାରୀ ହେବାର କୌଣସି ଅର୍ଥ ନାହିଁ । ତେଣୁ ଏହାକୁ ରଦ୍ଦ କରାଯିବା ଉଚିତ । ହେଲେ ତାହା ହୋଇନାହିଁ । ନାଟୋ ଗଠନ ବେଳେ ପ୍ରାରମ୍ଭରେ ଦର୍ଶାଯାଇଥିଲା ଯେ, ଉତ୍ତର ଆଟଲାଣ୍ଟିକ ଅଞ୍ଚଳରେ ସ୍ଥିରତା ଏବଂ ଉନ୍ନତି ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କର ଇଚ୍ଛା ରହିଛି । ତେଣୁ ନାଟୋର ପରିସର କେବଳ ଉତ୍ତର ଆଟଲାଣ୍ଟିକ୍ ଅଞ୍ଚଳରେ ସୀମିତ । ତେବେ ଋଷର ସଂଗଠନର ପ୍ରୟାସ ଏହି ପରିସରକୁ ଖଣ୍ଡନ କରିଛି ।

ନାଟୋ ଚାର୍ଟରର ଧାରା 1 ଅନୁଯାୟୀ, ସଦସ୍ୟମାନେ କୌଣସି ଅନ୍ତରାଷ୍ଟ୍ରୀୟ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଯତ୍ନଶୀଳ ହେବା ଉଚିତ । ଯେପରିକି ଅନ୍ତରାଷ୍ଟ୍ରୀୟ ଶାନ୍ତି କ୍ଷୁର୍ଣ୍ଣ ହେବ ନାହିଁ । ଫେବୃଆରୀ 9, 1990ରେ ତତ୍କାଳୀନ ଆମେରିକାର ବୈଦେଶିକ ସଚିବ ଜେମ୍ସ ବେକର ଏବଂ ଋଷର ରାଷ୍ଟ୍ରପତି ଏଡୁଆର୍ଡ ଶେବର୍ଡଜେଙ୍କ ମଧ୍ୟରେ ହୋଇଥିଲା ବୈଠକ । ଏହାପରେ ପ୍ରଦାନ କରାଯାଇଥିବା ସରକାରୀ ବିବରଣୀ ଅନୁଯାୟୀ, ଆମେରିକୀୟମାନେ କେବଳ ସୋଭିଏତ୍ ୟୁନିଅନ୍ ପାଇଁ ନୁହେଁ ବରଂ ଅନ୍ୟ ୟୁରୋପୀୟ ଦେଶକୁ ମଧ୍ୟ ସହଯୋଗ କରିବେ । ଯଦି ଆମେରିକା ନାଟୋ ଢାଞ୍ଚାରେ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖେ, ତେବେ ନାଟୋର ବର୍ତ୍ତମାନର ସାମରିକ ଅଧିକାର ବିସ୍ତାର ହେବ ନାହିଁ । ପରେ ବେକର୍ ଏହାକୁ ପ୍ରତ୍ୟାହାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ଚୀନ ନାଗରିକ ! ପୂର୍ବରୁ ବି ହୋଇଛି ବଡ ବଡ ଆକ୍ରମଣ - Attacks On Chinese Nationals

17 ମେ' 1990ରେ ତତ୍କାଳୀନ ନାଟୋ ସେକ୍ରେଟେରୀ ଜେନେରାଲ ମେନଫ୍ରେଡ ବୋନର ବ୍ରୁସଲେସରେ କହିଥିଲେ ଯେ, ଜର୍ମାନ ବାହାରେ ଆମେ ନାଟୋ ସୈନ୍ୟ ନିୟୋଜନ କରିବାକୁ ପ୍ରସ୍ତୁତ । ୨୦୦୭ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାରି ଭିତରେ ଋଷର ଆପତ୍ତି ସତ୍ବେ ନାଟୋ ପୂର୍ବ ଦିଗକୁ ବିସ୍ତାର ହେବାକୁ ଲାଗିଲା । ଯେତେବେଳେ ଏହାର ସମ୍ପ୍ରସାରଣ ପଡୋଶୀ ୟୁକ୍ରେନରେ ପଡ଼ିଲା ସେତେବେଳେ ଋଷ ପ୍ରତିକ୍ରିୟାଶୀଳ ହୋଇପଡିଥିଲା । ହେଲେ ଋଷ-ୟୁକ୍ରେନ ଯୁଦ୍ଧ ବେଳେ ନାଟୋ କୌଣସି ସମାଧାନ କରି ନପାରିବା ଦୁର୍ଭାଗ୍ୟର ବିଷୟ । ଦେଖିବାକୁ ଗଲେ, ଯୁଦ୍ଧ ସମୟରେ ନାଟୋ ଯଦିଓ ସଫଳ ହୋଇଛି ତଥାପି ସଂଯୁକ୍ତ ରାଷ୍ଟ୍ରର ଚାର୍ଟରକୁ ଉଲ୍ଲଂଘନ କରି ସାମରିକ କାର୍ଯ୍ୟାନୁଷ୍ଠାନ ନେବାରେ ଅସଫଳ ରହିଲା । ତେଣୁ ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତି ଏବଂ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସଂଗଠନ ସୁଦୃଢ କରିବାକୁ ଆହୁରି କଠିନ ଉପାୟ ଅବଲମ୍ବନ କରିବାକୁ ପଡ଼ିବ ।

ABOUT THE AUTHOR

...view details