ଓଡିଶା

odisha

ଆମୀର ଖାନଙ୍କୁ ଚାପୁଡ଼ା ମାରିଥିଲେ ପୂର୍ବ ପତ୍ନୀ ରୀନା ଦତ୍ତା, କପିଲ ଶୋ'ରେ କଲେ ଖୁଲାସା - Reena Dutta Slapped Aamir

By ETV Bharat Odisha Team

Published : Apr 28, 2024, 12:39 PM IST

Aamir Khan and Reena Dutta: ପୂର୍ବତନ ପତ୍ନୀ ରୀନା ଦତ୍ତା ଆମୀର ଖାନ ମାରିଥିଲେ ଚାପୁଡ଼ା । ତେବେ କେଉଁ କାରଣରୁ ସେ ଏହା କରିଥିଲେ ସେନେଇ କପିଲ ଶର୍ମାଙ୍କ କମେଡି ଶୋ'ରେ ଏହାର ଖୁଲାସା କରିଛନ୍ତି ଆମୀର । ଅଧିକ ପଢନ୍ତୁ

ଆମୀର ଖାନଙ୍କୁ ଚାପୁଡ଼ା ମାରିଥିଲେ ପୂର୍ବ ପତ୍ନୀ ରୀନା ଦତ୍ତା, କପିଲ ଶୋ'ରେ କଲେ ଖୁଲାସା
ଆମୀର ଖାନଙ୍କୁ ଚାପୁଡ଼ା ମାରିଥିଲେ ପୂର୍ବ ପତ୍ନୀ ରୀନା ଦତ୍ତା, କପିଲ ଶୋ'ରେ କଲେ ଖୁଲାସା

ହାଇଦ୍ରାବାଦ: କପିଲ ଶର୍ମାଙ୍କ କମେଡି ଶୋ' 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ରେ ଆମୀର ଖାନ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ । ଏହି ଶୋ'ର ଖୁବ ପ୍ରଶଂସା କରିବା ସହ ଅଭିନେତା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହ ଜଡିତ ଅନେକ କଥା ସେୟାର କରିଛନ୍ତି । ସେ ନିଜ ଫ୍ଲପ ଫିଲ୍ମ ପାଇଁ ଡିପ୍ରେସନରେ ଥିବାବେଳେ କପିଲ ଶୋ' ତାଙ୍କୁ ସାହାଯ୍ୟ କରିଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ଏହି ସମୟରେ ଆମୀର ତାଙ୍କର ପୂର୍ବତନ ପତ୍ନୀ ରୀନା ଦତ୍ତା ତାଙ୍କୁ ଚାପୁଡ଼ା ମାରିଥିବା କଥା ପ୍ରକାଶ କରିଛନ୍ତି ।

ଏହି କାରଣରୁ ଆମୀରଙ୍କୁ ରୀନା ଚାପୁଡ଼ା ମାରିଥିଲେ

ଶୋ’ରେ କପିଲ ଶର୍ମା ପଚାରିଥିଲେ ଯେ ଜଣେ ଅଭିନେତା ଭାବରେ ସେ କେବେ ଲୋକଙ୍କ ଆଚରଣକୁ ଲକ୍ଷ୍ୟ କରନ୍ତି କି ? ଏହା ଉପରେ ଆମୀର କହିଥିଲେ, ''ଜୁନାଦ (ଆମୀରଙ୍କ ବଡ ପୁଅ) ଜନ୍ମ ହେବା ଦିନ ଏହି ଘଟଣା ଘଟିଥିଲା । ରୀନାଜୀଙ୍କ ଡେଲିଭରି ସମୟ ଥିଲା । ଆମେ ସମସ୍ତେ ଡାକ୍ତରଖାନାରେ ଥିଲୁ । ଜଣେ ଭଲ ସ୍ୱାମୀଙ୍କ ପରି ମୁଁ ମଧ୍ୟ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ କରାଉଥିଲି, କିନ୍ତୁ ଯେତେବେଳେ ଯନ୍ତ୍ରଣା ଅଧିକ ବଢିଲା, ରୀନା ମୋତେ ବୋକାଙ୍କ ଭଳି କାମ କରୁଛ କହି ମୋତେ ଚାପୁଡ଼ା ମାରିଥିଲେ । ସେ ଏତେ ଯନ୍ତ୍ରଣା ଅନୁଭବ କରୁଥିଲେ ଯେ ସେ ମୋ ହାତକୁ ବି କାମୁଡି ଦେଇଥିଲେ । ମୁଁ ଏହି ମୁହୂର୍ତ୍ତରୁ ଶିଖିଲି ଏବଂ ମୁଁ ଅନୁଭବ କଲି ଯେ ଜଣେ ମଣିଷ ବହୁତ ଯନ୍ତ୍ରଣାରେ ରହିଛି । ପ୍ରସବ ସମୟରେ ମହିଳା ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ।''

କପିଲ ଶର୍ମା ଶୋ'ର ପ୍ରଶଂସା କଲେ ଆମୀର

ଆମୀର ଖାନ ଏହି ଶୋ'ରେ ଫିଲ୍ମ ଫ୍ଲପ ପାଇଁ ଡିପ୍ରେସନରେ ଥିବାବେଳେ କିପରି କପିଲ ଶୋ' ତାଙ୍କୁ ସାହାଯ୍ୟ କରିଥିଲା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ୨୦୨୨ରେ ରିଲିଜ ହୋଇଥିବା 'ଲାଲ ସିଂ ଚଢା' ଫ୍ଲପ ହେବା ପରେ ମୋ ପାଇଁ ସେ ସମୟ ବେଶ କଠିନ ପର୍ଯ୍ୟାୟ ରହିଥିଲା । ସେହି ସମୟରେ କପିଲଙ୍କ କମେଡି ଶୋ' ମୋତେ ସମର୍ଥନ କରିଛି ।'' 11 ବର୍ଷ ବିତିଗଲାଣି, କିନ୍ତୁ ମୁଁ ପ୍ରଥମ ଥର ପାଇଁ ଏହି ଶୋ'ରେ ଭାଗ ନେଉଛି କାରଣ ମୋର ଗତ ଅଢେଇ ବର୍ଷ ବହୁତ କଷ୍ଟସାଧ୍ୟ ହୋଇଛି । ମୁଁ ଏକ କଠିନ ଭାବପ୍ରବଣ ପର୍ଯ୍ୟାୟ ଦେଇ ଗତି କରୁଥିଲି । ଏହି ସମୟ ମଧ୍ୟରେ, ମୁଁ କପିଲଙ୍କ ସହ କମେଡି ଦେଖିଲି ଏବଂ ଏହା ମୋତେ ବହୁତ ସାହାଯ୍ୟ କରିଥିଲା । ଯେତେବେଳେ ମୁଁ ହତାଶ ଏବଂ ଦୁଃଖିତ ଥିଲି ତୁମେମାନେ ମୋତେ ହସେଇଥିଲ । ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ଏଠାକୁ ଆସିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:କିରଣଙ୍କ ପାଇଁ ରୀନାଙ୍କୁ ଛାଡିଥିଲେ ଆମୀର ! ପ୍ରସଙ୍ଗକୁ ଖଣ୍ଡନ କଲେ ଅଭିନେତାଙ୍କ ପୂର୍ବ ପତ୍ନୀ

ଆମୀର ଖାନ ଦୁଇ ଥର ବିବାହ କରିଛନ୍ତି

ସୂଚନା ଥାଉ କି, ଆମୀର ଖାନ 18 ଏପ୍ରିଲ 1986ରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ । ସେମାନେ ଦୁଇ ସନ୍ତାନର ପିତାମାତା । ପୁଅର ନାମ ଜୁନାଦ ଏବଂ ଝିଅର ନାମ ଇରା । ୧୬ ବର୍ଷ ଏକାଠି ରହିବା ପରେ 2002ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲେ । ଏହାପରେ ୨୮ ଡିସେମ୍ବର 2005ରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । ଏମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଅଧିକ ଦିନ ତିଷ୍ଠିନଥିଲା । ପରେ ଜୁଲାଇ 2021ରେ ଏହି ଦମ୍ପତି ଛାଡପତ୍ର ଘୋଷଣା କରିଥିଲେ । ଆମୀର-କିରଣଙ୍କ ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ ।

ABOUT THE AUTHOR

...view details