ETV Bharat / state

ମୃତଦେହକୁ ମିଳିଲାନି ଶେଷ ସମ୍ମାନ, 7 ଘଣ୍ଟା ପଡି ରହିଲା ମର ଶରୀର - Body lies unattended

author img

By ETV Bharat Odisha Team

Published : May 23, 2024, 3:20 PM IST

Body lies unattended: ପୁଣି ମୃତଦେହକୁ ଅସମ୍ମାନ । ମିଳିଲାନି ମହାପରାୟଣ ଗାଡ଼ି । ସାତ ଘଣ୍ଟା ପଡି ରହିଲା ମୃତଦେହ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ।

ପୁଣି ଶବକୁ ଅସମ୍ମାନ; ସାତ ଘଣ୍ଟା ପଡି ରହିଲା ମୃତଦେହ
ପୁଣି ଶବକୁ ଅସମ୍ମାନ; ସାତ ଘଣ୍ଟା ପଡି ରହିଲା ମୃତଦେହ (ETV Bharat Odisha)

ପୁଣି ଶବକୁ ଅସମ୍ମାନ; ସାତ ଘଣ୍ଟା ପଡି ରହିଲା ମୃତଦେହ (ETV Bharat Odisha)

ବଲାଙ୍ଗୀର: ହସ୍ପିଟାଲରେ ୭ ଘଣ୍ଟା ଧରି ପଡ଼ି ରହିଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ପରେ ମହାପରାୟଣ ଗାଡି ମିଳିନଥିଲା । ଫଳରେ ମେଡିକାଲରେ ସାତ ଘଣ୍ଟା ମୃତଦେହ ପଡି ରହିଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।


ସୂଚନା ମୁତାବକ, ଛତିଶଗଡ଼ ରାଜ୍ୟର ଗରିଆବନ୍ଦ ଜିଲ୍ଲା ଅନ୍ତର୍ଗତ ଦେବଘର ନାଳ ଡିହି ଗାଁର ଗରିବ କୁମାର ଶୁରୀଙ୍କ ସ୍ତ୍ରୀ ନିଲେନ୍ଦ୍ରି ନେତାଙ୍କୁ ଗତ ମଙ୍ଗଳବାର ରାତିରେ ପ୍ରସବ ପାଇଁ ଏଠାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଧର୍ମଗଡ ଓ ଛତିଶଗଡ଼ ରାଜ୍ୟ ସୀମା ଗାଁରେ ରହୁଥିବା ଏହି ପରିବାର ପ୍ରଥମେ ମହିଳାଙ୍କୁ ଧର୍ମଗଡ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଏଠି ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ପରେ ତାଙ୍କ ମୃତଦେହକୁ ନିଜ ଗାଁକୁ ନେବା ପାଇଁ ଟଙ୍କା ନା ଥିବାରୁ ସେମାନେ ମହାପରାୟଣ ଗାଡ଼ି ପାଇଁ ନିବେଦନ କରିଥିଲେ । ହେଲେ ଅନ୍ୟ ରାଜ୍ୟର ହୋଇଥିବାରୁ ଏଠିକାର ମହାପରାୟଣ ଗାଡ଼ି ମୃତଦେହ ନେବାକୁ ମନା କରିଥିଲା ଏବଂ ଦୀର୍ଘ ସାତ ଘଣ୍ଟା ଧରି ମୃତଦେହ ମେଡିକାଲରେ ପଡିରହିଥିଲା । ଯାହାକୁ ନେଇ ଚିନ୍ତାରେ ରହିଥିଲେ ପରିବାର । ପରେ ପରିବାର ଲୋକେ ମୃତଦେହକୁ ବୋହିକରି ନେବାକୁ ଭାବି ଥିବା ବେଳେ ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହା ପରେ ଖବର ପାଇ ଘଟଣାସ୍ଥଳରେ ବଲାଙ୍ଗୀର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତାପରେ ଦୀର୍ଘ ସାତ ଘଣ୍ଟା ପରେ ମହାପରାୟଣ ଗାଡ଼ି ଯୋଗାଡ ହୋଇଥିଲା ।

ତେବେ ମୃତ ମହିଳାଙ୍କ ସ୍ଵାମୀଙ୍କ କହିବା ଅନୁସାରେ ଗତ ମଙ୍ଗଳବାର ରାତିରେ ସେ ତାଙ୍କ ସ୍ତ୍ରୀଙ୍କୁ ଏଠି ଭର୍ତ୍ତି କରିଥିଲେ । ହେଲେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତାଙ୍କ ପାଖରେ ମାତ୍ର ଦୁଇ ଶହ ଟଙ୍କା ଥିବା ବେଳେ କେମିତି ନିଜ ଗାଁକୁ ମୃତଦେହ ନେଇ ଫେରିବେ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ଶେଷରେ ସେମାନେ ଦୁଇ ତିନି ଦିନ ଯାହା ଲାଗି ମୃତଦେହକୁ ବୋହି ଗାଁକୁ ନେଇବାକୁ ସ୍ଥିର କରି ବାହାରିଥିଲେ ବୋଲି କହିଥିଲେ । ହେଲେ ଠିକ ସମୟରେ ଏଠିକାର ପ୍ରଶାସନ ଓ ପୋଲିସ୍ ସାହାଯ୍ୟ କରିବା ପରେ ସେ ମୃତଦେହକୁ ଗାଡ଼ି ଯୋଗେ ଗାଁକୁ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭିନ୍ନକ୍ଷମଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଏହା ମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.