ଓଡିଶା

odisha

ବଜେଟରେ କର୍ଣ୍ଣାଟକ ପ୍ରତି ଭେଦଭାବ ଅଭିଯୋଗ, ସୀତାରମଣଙ୍କ ବେଙ୍ଗାଲୁରୁ ଅଫିସ ନେମପ୍ଲେଟରେ କାଳି ବୋଳିଲା NSUI

By ETV Bharat Odisha Team

Published : Feb 8, 2024, 9:42 PM IST

NSUI activists smear black paint on FM nameplate: ବଜେଟରେ କର୍ଣ୍ଣାଟକ ପ୍ରତି ଭେଦଭାବ ଅଭିଯୋଗ, ସୀତାରମଣଙ୍କ ବେଙ୍ଗାଲୁରୁ ଅଫିସ ନେମପ୍ଲେଟରେ କଳା ବୋଳିଲା NSUI । ଅଧିକ ପଢନ୍ତୁ

ବଜେଟରେ କର୍ଣ୍ଣାଟକ ପ୍ରତି ଭେଦଭାବ ଅଭିଯୋଗ, ସୀତାରମଣଙ୍କ ବେଙ୍ଗାଲୁରୁ ଅଫିସ ନେମପ୍ଲେଟରେ କଳା ବୋଳିଲା NSUI
ବଜେଟରେ କର୍ଣ୍ଣାଟକ ପ୍ରତି ଭେଦଭାବ ଅଭିଯୋଗ, ସୀତାରମଣଙ୍କ ବେଙ୍ଗାଲୁରୁ ଅଫିସ ନେମପ୍ଲେଟରେ କଳା ବୋଳିଲା NSUI

ବେଙ୍ଗାଲୁରୁ:ନିକଟରେ ମୋଦି ସରକାର ସଂସଦରେ କାମଚଳା ବଜେଟ ଆଗତ କରିଛନ୍ତି । କେନ୍ଦ୍ର ସରକାର ଏହି ବଜେଟକୁ ଐତିହାସିକ କହିବା ସହ ଏହା ନୂଆ ଭାରତର ଆଧାର ବୋଲି କହିଛନ୍ତି । ହେଲେ କଂଗ୍ରେସ ଶାସିତ କର୍ଣ୍ଣାଟକ ଶାସକ ଦଳ କେନ୍ଦ୍ର ସରକାର ବିରୋଧରେ ବଜେଟରେ ଅର୍ଥ ବ୍ୟୟବରାଦରେ ପକ୍ଷପାତିତା ଅଭିଯୋଗ କରିଛି । ଏପିକି କଂଗ୍ରେସର ଛାତ୍ର ସଂଗଠନ (NSUI) ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବେଙ୍ଗାଲୁରୁ ସ୍ଥିତ କାର୍ଯ୍ୟାଳୟ ବାହାରେ ଧାରଣା ଦେବା ସହ ସଂଗଠନର କାର୍ଯ୍ୟକର୍ତ୍ତା ସୀତାରମଣଙ୍କ ନେମପ୍ଲେଟରେ କାଳି ବୋଳିଛନ୍ତି ।

ଶତାଧିକ ‘ଏନଏସୟୁଆଇ’ କାର୍ଯ୍ୟକର୍ତ୍ତା ଆଜି ହାତରେ ପ୍ଲାକକାର୍ଡ ଧରି ସୀତାରମଣଙ୍କ ବେଙ୍ଗାଲୁରୁ ଅଫିସ ସମ୍ମୁଖରେ ଏକାଠି ହୋଇଥିଲେ । ମୋଦି ସରକାର ବିରୋଧରେ ନାରାବାଜୀ କରିଥିଲେ । ‘ଆମ ଟ୍ୟାକ୍ସ, ଆମ ଅଧିକାର’, କର୍ଣ୍ଣାଟକକୁ ତାର ଅଧିକାରର ଅନୁଦାନ ଦିଆଯାଉ ବୋଲି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପୋଲିସ ସେମାନଙ୍କୁ ରୋକିଥିଲା । ସେମାନେ କିଛି ଘଣ୍ଟା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ନାରାବାଜୀ କରିଥିଲେ । ମନ୍ତ୍ରୀଙ୍କ ଅଫିସ ନେମପ୍ଲେଟରେ କାଳି ବୋଳିଥିଲେ । ପୋଲିସ ପହଞ୍ଚି କାଳି ବୋଳିଥିବା କାର୍ଯ୍ୟକର୍ତ୍ତାଙ୍କୁ କଷ୍ଟଡିକୁ ନେଇଛି । ବିଧାନସୌଧ ଥାନାରେ ସେମାନଙ୍କୁ କିଛି ଘଣ୍ଟା ଅଟକ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଚେନ୍ନାଇରେ ଏକାଧିକ ସ୍କୁଲକୁ ବମରେ ଉଡ଼ାଇ ଦେବାକୁ ଧମକ

କେବଳ କଂଗ୍ରେସର ଛାତ୍ରଶାଖା ନୁହେଁ ବରଂ କର୍ଣ୍ଣାଟକ ସରକାର ମଧ୍ୟ ବଜେଟ ଉପସ୍ଥାପିତ ହେବା ପରେ ଏହି ସମାନ ଅଭିଯୋଗ ଆଣିଥିଲା । ଏହି ବଜେଟରେ କର୍ଣ୍ଣାଟକ ପ୍ରତି ଟ୍ୟାକ୍ସରେ ପାତର ଅନ୍ତର କରାଯାଇଥିବା ଅଭିଯୋଗରେ ସିଦ୍ଧରମୈୟା ସରକାରର କିଛି ନେତା ଦିଲ୍ଲୀର ଜନ୍ତରମନ୍ତରରେ ପ୍ରତିବାଦ ମଧ୍ୟ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ପହିଲାରେ ମୋଦି ସରକାରର ଦ୍ବିତୀୟ ପାଳିର ଶେଷ ବଜେଟ ଉପସ୍ଥାପିତ ହୋଇଛି । ନିର୍ବାଚନୀ ବର୍ଷ ହୋଇଥିବା କାରଣରୁ ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ ମଧ୍ୟବର୍ତ୍ତୀକାଳୀନ ତଥା କାମଚଳା ବଜେଟ ଆଗତ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦେଶବ୍ୟାପୀ ବିଜେପି ନେତାମାନେ ଦୂରଦୃଷ୍ଟିସମ୍ପନ୍ନ ଓ ବିକାଶମୁଖୀ ବଜେଟ ବୋଲି କହି ସ୍ବାଗତ କରିଛନ୍ତି । ଚିରାଚରିତ ଢଙ୍ଗରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏହାକୁ ନୈରାଶ୍ୟଜନକ ଓ ଗରିବ ବିରୋଧୀ ବଜେଟ ବୋଲି କହି ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details