ଭୋଟ ପୁନଃ ଗଣତି ଦାବି କଲେ ୱାର୍ଡ ସଭ୍ୟା ପ୍ରାର୍ଥୀ

By

Published : Mar 5, 2022, 3:58 PM IST

Updated : Feb 3, 2023, 8:18 PM IST

thumbnail

ବାଲେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତିକୁ ନେଇ ପ୍ରାର୍ଥୀଙ୍କ ସନ୍ଦେହ । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଜଣେ ୱାର୍ଡସଭ୍ୟା ଭୋଟ ଗଣତିରେ ଭୁଲ ଦର୍ଶାଇ ନାକଚ ଭୋଟର ପୁନଃ ଗଣତି ପାଇଁ ଦାବି କରିଛନ୍ତି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମହାରାଜପୁର ପଞ୍ଚାୟତର ୬ ନଂ ୱାର୍ଡରେ ୱାର୍ଡସଭ୍ୟା ପ୍ରାର୍ଥୀ ଭାବେ ମିନତୀ ସେଠି ପ୍ରତିଦ୍ବନ୍ଦିତା କରୁଥିଲେ । ସମୁଦାୟ ୨୫୧ ଜଣ ମତଦାନ କରିଥିବା ବେଳେ ମିନତୀ ୧୨୨ ଖଣ୍ଡ ଓ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବାସିନୀ ଦାସ ୧୨୩ ଖଣ୍ଡ ଭୋଟ ପାଇଥିଲେ । ମାତ୍ର ଖଣ୍ଡିଏ ଭୋଟରେ ବିଜୟୀ ହୋଇଥିବା ପ୍ରତିଦ୍ବନ୍ଦୀଙ୍କ ପାଇଁ ମିନତୀ ପୁନଃଗଣତି ଏବଂ ନାକଚ ହୋଇଥିବା ଭୋଟ ଗୁଡିକର ପୁନଃ ଯାଞ୍ଚ କରାଯାଇ ଗଣତି କରିବା ପାଇଁ ମିନତୀ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.