ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଜିତିବା ପରେ ଖେଳାଳିଙ୍କ ଧମାକାଦାର ଡ୍ୟାନ୍ସ

By

Published : Oct 12, 2022, 1:32 PM IST

thumbnail

ନୂଆଦିଲ୍ଲୀ: ଭ୍ରମଣକାରୀ ଦଳ ଦକ୍ଷିଣ ଅଫ୍ରିକା ବିପକ୍ଷ ଦିନିକିଆ ଜିତି ନେଇଛି ଘରୋଇ ଭାରତ । ଶିଖର ଧାୱନଙ୍କ ନେତୃତ୍ବରେ ସିରିଜରୁ 2-1ରେ କବଜା କରି ନେଇଛି ଟିମ ଇଣ୍ଡିଆ । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ସିରିଜ ଜିତିଛି ଭାରତ । ଏହା ପରେ ଆରମ୍ଭ ହୋଇଥିଲା ଟିମ ଇଣ୍ଡିଆର ସେଲିବ୍ରେସନ । ଡ୍ରେସିଂ ରୁମରେ ଧୁମ ନାଚିଥିଲେ ଖେଳାଳି । ବୋଲୋ ତାରା ରା ରା ଗୀତରେ ଡ୍ୟାନ୍ସ ଷ୍ଟେପ କରିଥିଲେ ଧାୱନ ବାହିନୀ । ଧାୱନ କେବଳ ଅଧିନାୟକ ଭାବରେ ଫିଲ୍ଡରେ ନୁହେଁ ଡ୍ରେସିଂ ରୁମରେ ମଧ୍ୟ ଖେଳିଳାଙ୍କୁ ଗାଇଡ କରିଥିଲେ । ପଡିଆରେ ଖେଳରେ ଓ ଡ୍ରେସିଂ ରୁମରେ ଡ୍ୟାନ୍ସ ଷ୍ଟେପ ଶିଖାଇବାରେ ନେତୃତ୍ବ ନେଇଥିବା ଭିଡିଓରେ ଦେଖିବାକୁ ମିିଳିଛି । ଭାରତୀୟ ଦଳର ଡ୍ୟାନ୍ସ ଭିଡିଓରୁ ଟ୍ବିଟରରେ ସେୟାର କରିଛନ୍ତି ଭାରତର ପୂର୍ବତନ ଖେଳାଳି ଭିଭିଏସ ଲକ୍ଷ୍ମଣ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.