ଓସାକା ନୂଆଁଖାଇ ଭେଟଘାଟ, ମନ୍ତ୍ରୀଙ୍କ ନାଚରେ ଦୁଲକିଲା ମଞ୍ଚ

By

Published : Sep 18, 2022, 2:09 PM IST

Updated : Sep 19, 2022, 12:21 PM IST

thumbnail

ହାଇଦ୍ରାବାଦ: ନୂଆଁଖାଇ ଭେଟଘାଟ ଉତ୍ସବରେ ଦୁଲକିଲା ମଞ୍ଚ । ପଞ୍ଚବାଦ୍ୟରେ ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ । ସମ୍ବଲପୁରୀ ପାରମ୍ପରିକ ବାଦ୍ୟ ତାଳେ ତାଳେ ତାଳ ମିଲାଇଲେ କଳାକାର ଦର୍ଶକ ଆଯୋଜକ ଓ ଅତିଥି । ଆଉ ଏଥିରୁ ବାଦ ପଡି ନାହାଁନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମନ୍ତ୍ରୀ ମଧ୍ୟ କଳାକାର ଆୟୋଜକ ଓ ସର୍ବୋପରି ନିଜ ଅଞ୍ଚଳ ତଥା ରାଜ୍ୟର ଲୋକଙ୍କୁ ଉତ୍ସାହିତ କରିବା ପାଇଁ ନାଚିଥିଲେ। ଆଜି ପୂର୍ବାହ୍ନ ୧୦ଟା ପରେ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ପଶ୍ଚିମାଞ୍ଚଳର ସମସ୍ତ ଇଷ୍ଟଦେବୀଙ୍କୁ ଆରଧନା କରାଯାଇଥିଲା । ପରେ ଦେବୀଙ୍କ ବନ୍ଦନା ପରେ ପରେ ସମସ୍ତେ ମିଳିତ ଭାବେ ନୂଆଁଖାଇ ଖାଇଥିଲେ । ଏଥିରେ ଦେବୀଙ୍କ ପ୍ରସାଦ ଓ ଆରିଷା ପଠା ପ୍ରସାଦ ରୂପେ ବଣ୍ଟାଯାଇଥିଲା । ଏହାପରେ ଆରାମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହା ସଂଧ୍ୟା ଯାଏ ଚାଲିବ । ଓସାକା ପକ୍ଷରୁ ଆଜି ହାଇଦ୍ରାବାଦର ଶ୍ରୀଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହେଉଛି ।

Last Updated : Sep 19, 2022, 12:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.