ମେଲାଣି ନେବେ ମା', କଳାହାଣ୍ଡିରେ ହୋମଯଜ୍ଞ ସହ ବିସର୍ଜନ ପୂଜା ସମ୍ପନ୍ନ

By

Published : Oct 6, 2022, 5:02 PM IST

thumbnail

ଭବାନୀପାଟଣା: ମେଲାଣି ନେବେ ମା' । ମଣ୍ଡପରେ ଶେଷ ହୋଇଛି ମା'ଙ୍କ ବିଜୟାଦଶମୀ ପୂଜା । ଅପରାଜିତା ବିଧିରେ ପୂଜାର୍ଚ୍ଚନା ପରେ ପରେ ହୋମଯଜ୍ଞ ସହ ମା'ଙ୍କ ବିସର୍ଜନ ପୂଜା ସମ୍ପନ୍ନ ହୋଇଛି । କଳାହାଣ୍ଡି ଜିଲ୍ଲାର ଗାଁଠୁ ସହର ସବୁଠି ମା'ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଅନେକ ସ୍ଥାନରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ମା'ଙ୍କ ନବରୂପକୁ ଦର୍ଶନ କରିବା ପାଇଁ ମଣ୍ଡପରୁ ଶକ୍ତି ପୀଠ ସବୁଠି ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଚଳିତ ବର୍ଷ ଭବାନୀପାଟଣା ସହରର ବିବିସିପଡ଼ା ପୂଜା କମିଟି, ଜନତା ପୂଜା କମିଟି, ପ୍ରଦେଶୀପଡା ପୂଜା କମିଟି ଓ ନକଟିଗୁଡା ପୂଜା କମିଟି ଭଳି ଛୋଟ ବଡ ୧୦ଟି ପୂଜା ମେଢକୁ ନେଇ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ଓ ତୋରଣ ତିଆରି କରାଯାଇଛି । ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟକୁ ନେଇ ବିଜୟା ଦଶମୀରେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି । ସହରର ଲାଲବହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଜନତା ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି଼ ଆୟୋଜନ ହୋଇଥିଲା । ରାବଣ ପୋଡି଼ ଦେଖିବା ପାଇଁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ଷ୍ଟାଡିୟମ ପରିସରରେ ହୋଇଥିଲା । ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.