ପୁଣି ଚର୍ଚ୍ଚାରେ ବାହୁବଳୀ ବିଧାୟକ, ରଙ୍ଗବତୀ ଗୀତରେ ଦୁଲୁକାଇଲେ ମଞ୍ଚ

By

Published : Oct 17, 2022, 11:00 AM IST

thumbnail

ଖୋର୍ଦ୍ଧା: ପୁଣି ଥରେ ଚର୍ଚ୍ଚାକୁ ଆସିଲେ ଚିଲିକା ବିଧାୟକ ତଥା ବେଗୁନିଆ ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥର ମଞ୍ଚରେ ନାଚୁଥିବାର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଡାଳତୋଳା ବଣିକ ସଂଘ ତରଫରୁ ଧୁମଧାମରେ ଗଜଲକ୍ଷ୍ମୀ ମହୋତ୍ସବ ପାଳନ ହୋଇଛି । ଆୟୋଜିତ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନଥାଇ ମଧ୍ୟ ହଠାତ୍‌ ଚିଲିକା ବିଧାୟକଙ୍କ ମଞ୍ଚରେ ଆବିର୍ଭାବ ହୋଇଥିଲା ଏବଂ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.