ନୂଆଁଖାଇରେ ଝୁମୁଛି ପଶ୍ଚିମ ଓଡିଶା, ମାଆ ଭୈରବୀଙ୍କୁ ଲାଗି ହେଲା ନବାନ୍ନ

By

Published : Sep 1, 2022, 2:49 PM IST

thumbnail

ନୂଆଁଖାଇ ତିହାରରେ ଝୁମୁଛି ପଶ୍ଚମ ଓଡିଶା । ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ନୂଆଖାଇ ତିହାର ପାଳିତ ହେଉଛି । ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପର୍ବ ପାଳନ ହୋଇଛି । ଜିଲ୍ଲାର କଣ୍ଟାମାଳ, ଘଣ୍ଟାପଡା, ମନମୁଣ୍ଡା, ବାଉଁଶୁଣୀ, ସାହାଜପାଲ, ବୌଦ୍ଧର ବିଭିନ୍ନ ସ୍ଥାନରେ ନୂଆଁଖାଇ ତିହାର ପାଇଁ ଚତୁର୍ଦ୍ଦିଗ ଆନନ୍ଦ ମୁଖର ହୋଇ ଉଠିଛି । ବୌଦ୍ଧ ଗଡଜାତର ଇଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ସରିଆ ଧାନରୁ ପ୍ରସ୍ତୁତ ଖୀରି ଭୋଗ ନବାନ୍ନ ଭାବରେ ଅର୍ପଣ ପରେ ବିଭିନ୍ନ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ଏହି ଅବସରରେ ଆମ ଈଟିଭି ଭାରତ ଟିମ ବୌଦ୍ଧ ଜିଲ୍ଲା ବାଦିକଟା ଗ୍ରାମର ରଥ ପରିବାର ନିକଟରେ ପହଞ୍ଚି ସେଠାରେ ନୂଆଁଖାଇ ଉତ୍ସବ କିଭଳି ପାଳନ ହେଉଛି ତାହା ଜାଣିବାକୁ ଚେଷ୍ଟା କରିଥିଲା । ପିଢ଼ି ପରେ ପିଢ଼ି ନୂଆଁଖାଇ ଉତ୍ସବକୁ ପାଳନ କରି ଆସୁଛନ୍ତି । ଖୀରି, କାକରା, ମଣ୍ଡା ଓ ଅନ୍ୟାନ୍ୟ ପିଠାପଣା ସହିତ ସରିଆ ଧାନରୁ ପ୍ରସ୍ତୁତ ଭୋଗକୁ ପ୍ରଥମେ ନିଜ ଇଷ୍ଟଙ୍କ ନିକଟରେ ଅର୍ପଣ କରି ମିଳିମିଶି ନୂଆଁଖାଇ ପାଳନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.