ETV Bharat / state

ରାଜ୍ୟରେ ଆହୁରି ୫ ଦିନ କାଳବୈଶାଖୀ, ୧୯ରୁ ବଦଳିବ ପାଗ - ODISHA WEATHER

author img

By ETV Bharat Odisha Team

Published : May 16, 2024, 6:49 PM IST

ODISHA WEATHER: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ କାଳବୈଶାଖୀ ହେବା ସମ୍ଭାବନା । ଏହାସହ ୩୦-୪୦ କି.ମି ବେଗରେ ପବନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ
ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ (ETV Bharat Odisha)

ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ (ETV Bharat Odisha)

ଭୁବନେଶ୍ବର: ଆହୁରି ୫ ଦିନ କାଳବୈଶାଖୀ ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ଏଥିସହ ପବନର ବେଗ ଘଣ୍ଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ ଭାବେ ଦକ୍ଷିଣ ଓ ଉତ୍ତର ଓଡିଶାରେ ବର୍ଷା ହେବ ।

ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ
ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ (Credit @mcbbsr)

ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ବିଜୁଳି ଘଡଘଡି ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, କେଉଁଝର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ଦକ୍ଷିଣ, ଉତ୍ତର ଓ ଉପକୂଳରେ ବିଜୁଳି ଘଡଘଡି ସହ ବର୍ଷା ହେବ । କେତେକ ସ୍ଥାନରେ ଘଣ୍ଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ହେବ । ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ।

ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ
ରାଜ୍ୟରେ ଆହୁରି ୫ ଦିନ କାଳ ବୈଶାଖୀ ,୧୯ ତାରିଖରୁ ବଦଳିବ ପାଗ (Credit @mcbbsr)

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୧୯ ତାରିଖରୁ ପାଗ ବଦଳିବ । ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ରହିବ । ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବ । ୨୦ ଓ ୨୧ ତାରିଖରେ ମଧ୍ୟ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ସହ ଗ୍ରୀଷ୍ମ ପ୍ରବାହ ଲହରୀ ମଧ୍ୟ ଦେଖାଦେବା ନେଇ କହିଛି ପାଣିପାଗ କେନ୍ଦ୍ର ।

ଓଡ଼ିଶାକୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ଫଳରେ ଜଳୀୟ ବାଷ୍ପର ପରିମାଣ ଅଧିକ ରହୁଛି । ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । ଏଭଳି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ । ୧୯ରୁ ବଦଳିବ ପାଗ । ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଉପକୂଳରେ ୪୦ ରୁ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ୨୪ରେ ପୁଣି ତାପମାତ୍ରା କମିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ବର୍ଷର ମୌସୁମୀ ୩୧ ତାରିଖ ବେଳକୁ କେରଳ ଛୁଇଁବ ମୌସୁମୀ ବୋଲି ସୂଚନା ମିଳିଛି । ଆଣ୍ଡମାନରେ ୧୯ ରୁ ୨୦ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢନ୍ତୁ.....ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ - MONSOON 2024



ସେପଟେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇ ଥିବାବେଳେ ସମ୍ବଲପୁର ବାମରାରେ ସର୍ବାଧିକ ୭୨.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଧିରେ ଧିରେ ଖରା ସହ ଗୁଳୁଗୁଳି ଓ ତାପମାତ୍ରା ବୃଦ୍ଧି ପାଉ ଥିବାବେଳେ ନୂଆପଡାରେ ସର୍ବାଧିକ ୨୪.୨ ତାପମାତ୍ରା ରେକର୍ଡ କରାଯାଇଛି ।


ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.